ହାଇଦ୍ରାବାଦ: ବକ୍ସ ଅଫିସର ସବୁ ରେକର୍ଡ ଭାଙ୍ଗି ଚାଲିଛି ଜବାନ । ଜବାନ ବକ୍ସ ଅଫିସରେ ନିଜ ଯାଦୁ ଚଲାଉଥିବା ବେଳେ ଅନ୍ ସ୍କ୍ରିନ ଦୀପିକା ଓ ଶାହାରୁଖ ଖାନଙ୍କ ଯୋଡିକୁ ବେଶ ପସନ୍ଦ କରିଛନ୍ତି ଦର୍ଶକ । ତେବେ ଏହି ଯୋଡିକୁ ପ୍ରଥମ ଥର ପାଇଁ ଓମ୍ ଶାନ୍ତି ଓମରେ ଦେଖିବାକୁ ପାଇଥିଲେ ଫ୍ୟାନ୍ସ । ପରେ ଚେନ୍ନାଇ ଏକ୍ସପ୍ରେସ, ପଠାନ ଏବଂ ଜବାନରେ ତାଙ୍କ ଯୋଡ଼ି ବେଶ କମାଲ କରିଛି । ଅଟଲିଙ୍କ ନିର୍ଦ୍ଦେଶିତ ବ୍ଲକ୍ବଷ୍ଟର ଫିଲ୍ମରେ ରହିଥିବା ୟୁନିଭର୍ସାଲ ଲିଙ୍କ୍ ‘ଏହା ଶେଷ ନୁହେଁ ଜବାନ ଫରଏଭର’ର ଏକ AI ଜେନେରେଟେଡ୍ କିଙ୍ଗ୍ ଖାନ୍ ଏବଂ ଦୀପିକାଙ୍କ ଫଟୋ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।
କିଛି ଦିନ ପୂର୍ବରୁ କିଙ୍ଗ ଖାନଙ୍କ ଜଣେ ଫ୍ୟାନ ସୋସିଆଲ ମିଡିଆରେ ଅନେକ ଫଟୋ ଛାଡ଼ିଥିଲେ । ଏହି ଫଟୋରେ ଶିଶୁ ଆଜାଦଙ୍କ ସହ ଜୱାନରେ ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ଫଟୋକୁ ରିକ୍ରିଏଟ୍ କରାଯାଇଥିଲା । AI ଜେନେରେଟେଡ୍ ଫଟୋଗୁଡ଼ିକରେ ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ସହ ଆଜାଦ ସେମାନଙ୍କ ମଝିରେ ଦେଖିବାକୁ ମିଳିଛି । ଏହା ଫଟୋ ଏକ ସୁନ୍ଦର ପାରିବାରିକ ଚିତ୍ରକୁ ଦର୍ଶାଇଛି । ଯାହା ସୋସିଆଲ ମିଡିଆରେ ଆସିବା ପରେ ବେଶ ଭାଇରାଲ ହେବାରେ ଲାଗିଛି ।
ଏହି ଫଟୋକୁ ନେଇ ସୋସିଆଲ ମିଡିଆରେ ଆସିବା ପରେ ଫ୍ୟାନ୍ସ କମେଣ୍ଟର ବର୍ଷା କରିଛନ୍ତି । ଜଣେ ଫ୍ୟାନ୍ସ ଲେଖିଛନ୍ତି ଶିଶୁଟି ହେଉଛି SRK ଏବଂ ଦୀପିକାଙ୍କ କମ୍ବିନେସନ । ତେବେ ଅନ୍ଯ ଜଣେ ଫ୍ଯାନ୍ସ ଲେଖିଛନ୍ତି,'ଏହି ସୁନ୍ଦର ପରିବାରକୁ କାହାର ନଜର ନଲାଗୁ ।'