ମୁମ୍ବାଇ: ମଲାଇକା ଆରୋରା ଏବଂ ଅର୍ଜୁନ କପୁର ବଲିଉଡର ଅନ୍ୟତମ ଲୋକପ୍ରିୟ ଦମ୍ପତି । ଉଭୟ ଖୋଲାଖୋଲି ଭାବେ ପରସ୍ପର ପ୍ରତି ଥିବା ଭଲପାଇବାକୁ ବ୍ୟକ୍ତ କରନ୍ତି । ସେମାନେ ସୋସିଆଲ ମିଡିଆରେ ଫଟୋ ସେୟାର କରନ୍ତି ଏବଂ କ୍ବାଲିଟି ଟାଇମ ବିତାଇବା ପାଇଁ ପ୍ରାୟତଃ ରୋମାଣ୍ଟିକ ଭେକେସନ୍ରେ ଯାଆନ୍ତି । ଦୁଇ ଦିନ ପରେ ଅର୍ଥାତ୍ 26 ଜୁନ୍ରେ ଅର୍ଜୁନଙ୍କର 37 ତମ ଜନ୍ମଦିନ । ଏହି ଜନ୍ମଦିନକୁ ସ୍ପେସିଆଲ କରିବା ପାଇଁ ଲେଡିଲଭ୍ ମଲାଇକାଙ୍କ ସହ ଅର୍ଜୁନ ମୁମ୍ବାଇ ଛାଡିଛନ୍ତି । ନିକଟରେ ଉଭୟଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ସେମାନଙ୍କର ଭିଡିଓ ଭାଇରାଲ ହେବାରେ ଲାଗିଛି ।
ମଲାଇକା ଆରୋରା ଏବଂ ଅର୍ଜୁନ କପୁରଙ୍କୁ ବିମାନ ବନ୍ଦରରେ ଷ୍ଟାଇଲିସ୍ କୁଲ୍ ଲୁକ୍ରେ ଦେଖିବାକୁ ମିଳିଥିଲା । କୁହାଯାଉଛି ଯେ ଦୁହେଁ ଏକ ରୋମାଣ୍ଟିକ ଭେକେସନ ମନାଇବା ପାଇଁ ସବୁଠାରୁ ସୁନ୍ଦର ସ୍ଥାନ ପ୍ୟାରିସ ଯାଇଛନ୍ତି । ତଥାପି, ବର୍ତ୍ତମାନ ସୁଦ୍ଧା ଲୋକେସନ୍ର ସମ୍ପୂର୍ଣ୍ଣ ବିବରଣୀ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ସୋସିଆଲ ମିଡିଆରେ ମଲାଇକା ଏବଂ ଅର୍ଜୁନଙ୍କ ଯେଉଁ ଭିଡିଓ ଭାଇରାଲ ହେବାରେ ଲାଗିଛି, ସେଥିରେ ୟୁଜର୍ସ ନାନା ପ୍ରକାରର କମେଣ୍ଟ ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, 'ସମସ୍ତଙ୍କର ଖୁସିରେ ରହିବାର ଅଧିକାର ଅଛି, ଯଦି ସେମାନେ ଏକାଠି ଖୁସି ଅଛନ୍ତି ତେବେ ଏହା ସେମାନଙ୍କର ପସନ୍ଦ। ଏହି ସମୟରେ ଆଉ ଜଣେ ୟୁଜର ପଚାରିଛନ୍ତି, 'ବିବାହ କେବେ ଅଛି!'