ହାଇଦ୍ରାବାଦ: ବଲିଉଡ ସେଲିବ୍ରିଟି କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲଙ୍କୁ ହତ୍ୟା ଧମକ ଘଟଣାରେ ମୁମ୍ବାଇ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହି ଅଭିଯୁକ୍ତ ଜଣକ ହେଉଛନ୍ତି କ୍ୟାଟ୍ରିନା କୈଫଙ୍କ ଜଣେ ବଡ ପ୍ରଶଂସକ ଏବଂ ଜଣେ ଅଭିନେତା ମଧ୍ୟ । ତାଙ୍କ ନାଁ ହେଉଛି ମାନଭିନ୍ଦର ସିଂ । ସେ କ୍ୟାଟ୍ରିନା କୈଫଙ୍କୁ ବିବାହ କରିବାକୁ ଚାହୁଁଥିଲେ । ମାତ୍ର କ୍ୟାଟ୍ରିନା ଅଭିନେତା ଭିକି କୌଶଲଙ୍କୁ ବିବାହ କରିବା ପରେ ସେ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପ୍ରକାର କମେଣ୍ଟ ଦେଇ ତାଙ୍କୁ ହଇରାଣ ହରକତ କରୁଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚଳାଇଛି ।
କ୍ୟାଟ୍ରିନା-ଭିକିଙ୍କୁ ହତ୍ୟା ଧମକ ଘଟଣାରେ ଅଭିଯୁକ୍ତ ଗିରଫ - ଭିକି କୌଶଲଙ୍କୁ ହତ୍ୟା ଧମକ
ବଲିଉଡ ସେଲିବ୍ରିଟି କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲଙ୍କୁ ହତ୍ୟା ଧମକ ଘଟଣାରେ ମୁମ୍ବାଇ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଉଛନ୍ତି କ୍ୟାଟ୍ରିନା କୈଫଙ୍କ ଜଣେ ବଡ ପ୍ରଶଂସକ ଏବଂ ଜଣେ ଅଭିନେତା ମଧ୍ୟ । ଅଧିକ ପଢନ୍ତୁ
ସଲମାନ ଖାନଙ୍କ ପରେ ବଲିଉଡ ସେଲିବ୍ରିଟି କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲଙ୍କୁ ହତ୍ୟା ଧମକ ମିଳିବା ପରେ ମୁମ୍ବାଇ ପୋଲିସ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରିଥିଲା । ଭାରତୀୟ ଦଣ୍ଡବିଧି ଆଇନର ଧାରା 506 (2) (ଧମକ) ଏବଂ 354 (d) (ମହିଳାଙ୍କୁ ଅପମାନ) ଅନୁଯାୟୀ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି । ଆଇଟି ଆକ୍ଟ 67 (ଅଶ୍ଳୀଳ ଫଟୋ, ଭିଡିଓ ଏବଂ କମେଣ୍ଟ ପୋଷ୍ଟ କରିବା) ଅନୁଯାୟୀ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି।
ମୁମ୍ବାଇ ପୋଲିସ କହିଛି ଯେ, ଅଭିଯୁକ୍ତ କ୍ୟାଟ୍ରିନା କୈଫଙ୍କୁ ଇନଷ୍ଟାଗ୍ରାମ ଉପରେ ନଜର ରଖିଥିଲା ଏବଂ ନିଜେ ଇନଷ୍ଟାଗ୍ରାମରେ ଅଭିନେତ୍ରୀଙ୍କୁ ଧମକ ମେସେଜ ପଠାଇଥିଲା । ହତ୍ୟା ଧମକ ମିଳିବା ପରେ ଭିକି କୌଶଲଙ୍କ ପକ୍ଷରୁ ଏନେଇ ଅଭିଯୋଗ କରାଯାଇଥିଲା ।