ହାଇଦ୍ରାବାଦ: ଜୁନ୍ 16 ରେ କ୍ରିତି ସାନନ୍ ଏବଂ ପ୍ରଭାସଙ୍କ ଅଭିନୀତ ଆଦିପୁରୁଷ ବଡ ପରଦାରେ ମୁକ୍ତିଲାଭ କରିବ । ଅନେକ ବାଦବିବାଦ ଭିତରେ ବର୍ତ୍ତମାନ ଫିଲ୍ମକୁ ନେଇ କ୍ରେଜ ବଢିବାରେ ଲାଗିଛି । ରିଲିଜ ହେବା ପୂର୍ବରୁ ଚଳିତ ସପ୍ତାହର ଶେଷ ଦିନରୁ ହିଁ ଆଡଭାନ୍ସ ବୁକିଂ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଏହାରି ଭିତରେ ବଲିଉଡ ସୁପରଷ୍ଟାର ରଣବୀର କପୁର 10 ହଜାର ଟିକେଟ କିଣିବେ ବୋଲି ଘୋଷଣା କରିଥିବା ବେଳେ ଆରଆରଆର ଅଭିନେତା ରାମଚରଣ ମଧ୍ୟ 10 ହଜାର ଟିକେଟ ବୁକ କରିବେ ବିଲୋ ଘୋଷଣା କରିଛନ୍ତି।
ତେବେ ରାମଚରଣ 10 ହଜାର ଟିକେଟ କିଣି ଗରିବ ଛୁଆ ଏବଂ ତାଙ୍କ ପ୍ରଶଂକଙ୍କୁ ବାଣ୍ଟିବେ ବୋଲି ଜଣାପଡିଛି। ଜୁନ 8 ତାରିଖରେ ରଣବୀର 10,000 ଆଦିପୁରୁଶ ଟିକେଟ କିଣିବାକୁ ସ୍ଥିର ହୋଇଥିବା ଖବର ସାମ୍ନାକୁ ଆସିଥିଲା, ତଥାପି ଅଭିନେତା କିମ୍ବା ତାଙ୍କ ଟିମ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ। ଏହାର କିଛି ଦିନ ପରେ, ରାମ ଚରଣ ଅନାଥ ପିଲାମାନଙ୍କ ପାଇଁ 10,000 ଆଦିପୁରୁଶ ଟିକେଟ୍ କଣିବା ପାଇଁ ଘୋଷଣା କରିଥିବା ଖବର ସାମ୍ନାକୁ ଆସିଛି। ସେହିପରି ରାମଚରଣଙ୍କ ପକ୍ଷରୁ ମଧ୍ୟ ଏନେଇ କୌଣସି ଘୋଷଣା କରାଯାଇ ନାହିଁ।
ଏହି ଦୁଇ କଳାକାରଙ୍କ ପୂର୍ବରୁ 'କାଶ୍ମୀର ଫାଇଲ'ର ସହ-ନିର୍ମାତା ଅଭିଷେକ ଅଗ୍ରୱାଲ ମଧ୍ୟ 10,000 ଆଦିପୁରୁଶ ଟିକେଟ କିଣିବେ ବୋଲି ଘୋଷଣା କରିଥିଲେ । ଅଗ୍ରୱାଲ ତାଙ୍କ ଟ୍ବିଟରେ କହିଛନ୍ତି, ସେ ତେଲେଙ୍ଗାନାର ସରକାରୀ ବିଦ୍ୟାଳୟ, ଅନାଥ ଆଶ୍ରମ ଏବଂ ବୃଦ୍ଧାବସ୍ଥାରେ ଆଦିପୁରୁଷ ଟିକେଟ୍ ବଣ୍ଟନ କରିବେ ।