ଓଡିଶା

odisha

ETV Bharat / entertainment

Awara Pagal Deewana 2: ଖୁସି ହବ ଡବଲ, ଫିଲ୍ମରେ ଏଣ୍ଟ୍ରି ମାରିଲେ ଜନ ଅବ୍ରହାମ - ଅକ୍ଷୟ କୁମାର

କମେଡି ଚଳଚ୍ଚିତ୍ରକୁ ଅପେକ୍ଷା କରିଥିବା ଦର୍ଶକଙ୍କ ପାଇଁ ଖୁସି ଖବର । 'ହେରା ଫେରି -3' ପରେ ଏବେ 'ଆୱାରା ପାଗଲ ଦିୱାନା ୨' ଆସିବାକୁ ଯାଉଛି । ଜନ୍ ଅବ୍ରହାମ ଏହି ଫିଲ୍ମରେ ଏଣ୍ଟ୍ରି କରିବେ ବୋଲି ଜଣାପଡିଛି ।

ହେରା ଫେରି-3' ପରେ `ଆୱାରା ପାଗଲ ଦେୱାନା ୨' ଘୋଷଣା
ହେରା ଫେରି-3' ପରେ `ଆୱାରା ପାଗଲ ଦେୱାନା ୨' ଘୋଷଣା

By

Published : Mar 1, 2023, 9:37 AM IST

ମୁମ୍ବାଇ:ଅକ୍ଷୟ କୁମାରଙ୍କ ପ୍ରଶଂସକଙ୍କ ପାଇଁ ଆଉ ଏକ ବଡ଼ ଖୁସି ଖବର । ଖୁବଶୀଘ୍ର ଆସିବାକୁ ଯାଉଛି ଫିଲ୍ମ 'ଆୱାରା ପାଗଲ ଦିୱାନା ୨' । ନିକଟରେ 'ହେରା ଫେରି -3' ଫିଲ୍ମ ଆସିବା ନେଇ ସୁଟିଂ ଆରମ୍ଭ ହୋଇଥିବା ବେଳେ ଏବେ 'ଆୱାରା ପାଗଲ ଦିୱାନା ୨' ଫିଲ୍ମ ଆସିବା ନେଇ ପ୍ରଶଂସକଙ୍କ ଖୁସିକୁ ଦ୍ବିଗୁଣିତ କରିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଆୱାରା ପାଗଲ ଦିୱାନା ୨ର ସୁଟିଂ ଖୁବ ଶୀଘ୍ର ଘୋଷଣା ହୋଇପାରେ ବୋଲି କୁହାଯାଇଛି ।

ତେବେ ଫିଲ୍ମ ଆୱାରା-ପାଗଲ-ଦିୱାନାରେ ଅକ୍ଷୟ କୁମାର, ସୁନୀଲ ଶେଟ୍ଟୀ ଏବଂ ପରେଶ ରାୱଲ ନଜର ଆସିଥିବା ବେଳେ ବର୍ତ୍ତମାନ ଏହି ଚଳଚ୍ଚିତ୍ରର ଦ୍ବିତୀୟ ଭାଗ ଯଥା ଆୱାରା ପାଗଲ ଦିୱାନା 2 ଆସିବାକୁ ଯାଉଛି । ଏହି ଫିଲ୍ମରେ ଏଥର କମେଡି ସହିତ ଆକ୍ସନ୍ ମଧ୍ୟ ଦେଖିବାକୁ ମିଳିବ । କମେଡି ଫିଲ୍ମର ଦ୍ବିତୀୟ ଭାଗର ନିର୍ଦ୍ଦେଶକ ଅହମ୍ମଦ ଖାନ ନିର୍ଦ୍ଦେଶନା ଦେବେ । ଏଥିସହ ଫିଲ୍ମରେ ଅଭିନେତା ଜନ୍ ଅବ୍ରହାମଙ୍କ ଏଣ୍ଟ୍ରି ଫିଲ୍ମର ଆନନ୍ଦକୁ ଆହୁରି ବଢାଇବ ବୋଲି ଆଶା କରାଯାଉଛି । ଏହାସହ ଖୁବ ଶୀଘ୍ର ଏହାର ସୁଟିଂ ନେଇ ଘୋଷଣା କରାଯାଇପାରେ।

ସୂଚନା ଥାଉ କି, 2002ରେ ଆୱାରା ପାଗଲ ଦିୱାନାର ପ୍ରଥମ ଭାଗ ରିଲିଜ ହୋଇଥିଲା ​​। ଏହି କମେଡି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ବିକ୍ରମ ଭଟ୍ଟ । ଏହି ସମୟରେ ଫିଲ୍ମର ସଂଗୀତ ଅନୁ ମଲିକ ଏବଂ ସମୀରଙ୍କ ଦ୍ବାରା ରଚନା କରାଯାଇଥିଲା । ତେବେ ଏହି ଚଳଚ୍ଚିତ୍ରଟି ଷ୍ଟଣ୍ଟ ନିର୍ଦ୍ଦେଶକ ଡିଅନ୍ ଲାମଙ୍କ ଦ୍ବାରା କୋରିଓଗ୍ରାଫ୍ କରାଯାଇଥିବା ବେଲେ ଯିଏ ଦି ମ୍ୟାଟ୍ରିକ୍ସ ଏବଂ ହଂକଂ ଆକ୍ସନ୍ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ତେବେ ଏହି ଚଳଚ୍ଚିତ୍ରର ପ୍ରଥମ ଭାଗରେ ଅକ୍ଷୟ କୁମାର, ସୁନୀଲ ଶେଟ୍ଟୀ, ଆଫତବ ଶିବଦାସାନି, ପରେଶ ରାୱଲ, ଜନି ଲିଭର, ପ୍ରୀତି ୱାଙ୍ଗିଆନି, ଆରତୀ ଛାବ୍ରିଆ, ଅମୃତା ଆରୋରା ଏବଂ ରାହୁଲ ଦେବ ପ୍ରମୁଖ ଅଭିନୟ କରିଛନ୍ତି । ବକ୍ସ ଅଫିସରେ ଏହି ଫିଲ୍ମର ଭଲ ପ୍ରଦର୍ଶନ କରିଥିବା ବେଳେ ଏହାକୁ ଦର୍ଶକମାନେ ବେଶ ପସନ୍ଦ କରିଥିଲେ ।

ସୂଚନା ଥାଉକି, ନିର୍ମାତା ଫିରୋଜ ନାଦିଆଡୱାଲା ଫେବୃଆରୀ 21ରେ ଫିଲ୍ମ 'ହେରା-ଫେରି -3' ପାଇଁ ସୁଟିଂ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରଟି ମୁମ୍ବାଇର ଏମ୍ପାୟାର ଷ୍ଟୁଡିଓରେ ସୁଟିଂ କରାଯାଉଛି । ଯେଉଁଥିରେ ଅକ୍ଷୟ କୁମାର, ପରେଶ ରାୱଲ ଏବଂ ସୁନୀଲ ଶେଟ୍ଟୀ ନଜର ଆସିଛନ୍ତି । ତେବେ ଅନେକ ବିବାଦର ଗୁଜବକୁ ଦୂର କରିବା ପରେ ହେରାଫେରି 3କୁ ଶୀଘ୍ର ସବୁଜ ସଙ୍କେତ ମିଳିଥିଲା ।

ABOUT THE AUTHOR

...view details