ଓଡିଶା

odisha

ସାପ ବିଷ ସପ୍ଲାଇ ମାମଲା ପରେ ମୁହଁ ଖୋଲିଲେ ଏଲ୍‌ଭିସ୍‌, କହିଲେ 'ମୋତେ ଶ୍ରୀରାମଙ୍କ ଉପରେ ଭରସା ଅଛି'

By ETV Bharat Odisha Team

Published : Nov 6, 2023, 10:02 AM IST

ବିଗ ବସ୍ ଓଟିଟି ୨ ବିଜେତା ଏଲଭିସ୍ ଯାଦବ ରେଭ୍‌ ପାର୍ଟିରେ ସାପ ବିଷ ସପ୍ଲାଇ କରୁଥିବା ଅଭିଯୋଗ ହୋଇଛି । ଏହାରି ମଧ୍ୟରେ ବର୍ତ୍ତମାନ ଏଲଭିସ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଯାହା ଭାଇରାଲ ହେବାରେ ଲାଗିଛି । ଅଧିକ ପଢ଼ନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ବିବାଦରେ ୟୁଟ୍ୟୁବର ତଥା ବିଗ୍‌ବସ୍ ଓଟିଟି-୨ ବିଜେତା ଏଲଭିସ୍ ଯାଦବ । ରେଭ୍‌ ପାର୍ଟିରେ ସାପ ବିଷ ସପ୍ଲାଇ କରୁଥିବା ମାମଲାରେ ଛନ୍ଦି ହୋଇଛନ୍ତି ଏଲଭିସ୍‌ । ଏହାରି ମଧ୍ୟରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ମୋର ଶ୍ରୀରାମଙ୍କ ଉପରେ ଭରସା ଅଛି । ଏହି ସମୟ ମଧ୍ୟ ଚାଲିଯିବ । ତେବେ ତାଙ୍କର ଏହି ପୋଷ୍ଟ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି ।

ଏଲଭିସ ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି । ତାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି । ସେ ଲେଖିଛନ୍ତି, 'ଫେମ୍‌ ସହ ବଦନାମ ମଧ୍ୟ ମିଳିଥାଏ । ଇର୍ଷା କରିବା ଲୋକ ବି ବଢନ୍ତି । ମୁଁ ଆଶ୍ଚର୍ଯ୍ୟ ହେବି ନାହିଁ ଯେ ଆଗାମୀ ସମୟରେ ମୋ ବିରୁଦ୍ଧରେ ଆହୁରି ଅଧିକ ଅଭିଯୋଗ କରାଯିବ । ମୋର ଭଗବାନଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି, ମୋର ଶ୍ରୀ ରାମ ଜୀଙ୍କ ଉପରେ ବିଶ୍ୱାସ ଅଛି । ଏହି ସମୟ ମଧ୍ୟ ଶୀଘ୍ର ଅତିକ୍ରମ କରିବ ।'

ନଭେମ୍ବର ୨ରେ ନୋଏଡାର ସେକ୍ଟର ୪୯ରେ ରେଭ୍‌ ପାର୍ଟିର ଆୟୋଜନ ହୋଇଥିଲା । ଏଠାରେ ସାପ ବିଷ ସପ୍ଲାଇ ହେଉଥିବା ଅଭିଯୋଗ ହୋଇଥିଲା । ଏହି ଷ୍ଟିଙ୍ଗ ଅପରେସନରେ ଜୀବନ୍ତ ସାପ ସମେତ ବିଷ ମଧ୍ୟ ଜବତ କରିଥିଲା ନୋଏଡା ପୋଲିସ । ଫଳରେ ପୋଲିସ ଏହି ରେଭ୍‌ ପାର୍ଟି ମାମଲାରେ ୫ଜଣଙ୍କୁ ଗିରଫ କରିଥିଲା । ଏଥିରେ ଏଲଭିଶ ଯାଦବଙ୍କ ସମେତ 6 ଜଣ ସାପୁଆ ଏବଂ ଅନ୍ୟ ଅଜ୍ଞାତ ଲୋକଙ୍କ ବିରୋଧରେ ମଧ୍ୟ ମାମଲା ପଞ୍ଜିକୃତ କରିଥିଲା ପୋଲିସ । ବର୍ତ୍ତମାନ ଏଲଭିସ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ରେଭ ପାର୍ଟିରେ ସାପ ବିଷ ସପ୍ଲାଇ କରୁଥିଲେ ଏଲଭିଶ ଯାଦବ ! ମାମଲା ରୁଜୁ

ସୂଚନା ଥାଉ କି, ଗୁରୁଗ୍ରାମର ୱଜିରାବାଦ ଗ୍ରାମ ନିବାସୀ ସିଦ୍ଧାର୍ଥ ଓରଫ୍‌ ଏଲଭିଶ ଯାଦବ ବିଗ୍‌ବସ୍ ଓଟିଟି-୨ରେ ୱାଇଲ୍ଡ କାର୍ଡ୍‌ ଏଣ୍ଟ୍ରି କରିଥିଲେ । ଚତୁର୍ଥ ସପ୍ତାହରେ ଆଶିକା ଭାଟିଆଙ୍କ ସହ ଏଲଭିଶ ଶୋ’ରେ ଏଣ୍ଟ୍ରି କରିଥିଲେ, ଯିଏ ଦ୍ୱିତୀୟ ସପ୍ତାହରେ ବିଗ୍‌ବସ୍ ହାଉସ୍‌ରୁ ବାହାରି ଯାଇଥିଲେ । ବିଗ୍‌ବସ୍ ଗ୍ରାଣ୍ଡ୍ ଫାଇନାଲରେ ଶ୍ରେଷ୍ଠ 2 ପ୍ରତିଯୋଗୀ ଭାବରେ ଏଲଭିଶ୍ ଯାଦବ ଏବଂ ଅଭିଷେକ ମଲହାନଙ୍କ ମଧ୍ୟରେ ଟକ୍କର ହୋଇଥିଲା । ଶୋ’ରେ ଏଲଭିଶଙ୍କ ସିଷ୍ଟମ ଏବଂ ଗେମ୍ ଦର୍ଶକଙ୍କୁ ଏତେ ପସନ୍ଦ ଆସିଲା ଯେ ୱାଇଲ୍ଡ କାର୍ଡ ହୋଇଥିଲେ ମଧ୍ୟ ସେ ଶୋ’ର ବିଜେତା ହୋଇ ଏକ ନୂତନ ଇତିହାସ ସୃଷ୍ଟି କରିଥିଲେ ।

ABOUT THE AUTHOR

...view details