ମୁମ୍ବାଇ: ବଲିଉଡ଼ ଅଭିନେତା ରଣଭୀର ସିଂ ନ୍ୟୁଡ୍ ଫଟୋସୁଟ୍ କରି ଚାରିଆଡେ ଚର୍ଚ୍ଚାରେ ଥିବା ବେଳେ ସୋମବାର ତାଙ୍କ ବିରୋଧରେ ଏକ ଏଫଆଇଆର ଦିଆଯାଇଥିଲା। ଏକ ଲୋକପ୍ରିୟ ଫେସନ୍ ପତ୍ରିକା ପେପର୍ ମାଗାଜିନ୍ ପାଇଁ ରଣଭୀର ସିଂ ନ୍ୟୁଡ୍ ଫଟୋସୁଟ୍ କରିଥିଲେ । ତେବେ ଏହି ଫଟୋସୁଟ ପାଇଁ ରଣଭୀରଙ୍କୁ କିଛି ଜଣ ବିରୋଧ କରୁଥିବାବେଳେ ଆଉ କିଛି ତାଙ୍କୁ ସମର୍ଥନ କରୁଛନ୍ତି । ଏହି ସମର୍ଥନ ତାଲିକାରେ ବର୍ତ୍ତମାନ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା ନାଁ ଯୋଡି ହୋଇଛି ।
'କାହିଁକି ପୁରୁଷମାନେ ନିଜ ଶରୀର ଦେଖାଇ ପାରିବେ ନାହିଁ'
ହିନ୍ଦି ସିନେମାର ପ୍ରଯୋଜକ ତଥା ନିର୍ଦ୍ଦେଶକ ରାମ ଗୋପାଳ ବର୍ମା କହିଛନ୍ତି ଯେ, ରଣଭୀରଙ୍କ ନ୍ୟୁଡ ଫଟୋସୁଟ ଲିଙ୍ଗଗତ ସମାନତାର (Gender equality) ସର୍ବୋତ୍ତମ ଉଦାହରଣ । ସେ ଏକ ସାକ୍ଷାତକାରରେ କହିଛନ୍ତି, 'ଚିନ୍ତା କରନ୍ତୁ, ଏହା ତାଙ୍କର ଏକ ତରିକା ଅଟେ, ଲିଙ୍ଗଗତ ସମାନତାର ଦାବି କରିବା । ଯଦି ଜଣେ ମହିଳା ନିଜର ସେକ୍ସି ଫିଗରକୁ ଦେଖାଇ ପାରିବେ ତେବେ ପୁରୁଷ କାହିଁକି ନୁହେଁ। ମହିଳାମାନଙ୍କ ପରି ପୁରୁଷମାନଙ୍କର ମଧ୍ୟ ସମାନ ଅଧିକାର ରହିବା ଉଚିତ୍ ।