ହାଇଦ୍ରାବାଦ: ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ଭୂମି ପେଡନେକର । ନିକଟରେ ସିଦ୍ଧାର୍ଥ ଓ କିଆରାଙ୍କ ରିସେପସନ ପାର୍ଟିରେ ଜଣେ ମିଷ୍ଟ୍ରି ମ୍ୟାନଙ୍କୁ ଚୁମ୍ବନ ଦେଉଥିବା ବେଳେ ତାଙ୍କ ଫଟୋ ଭାଇରାଲ ହୋଇଥିଲା । ଏବେ ଭୂମି ସେହି ମିଷ୍ଟ୍ରି ମ୍ୟାନଙ୍କ ସହିତ ପାର୍ଟି କରୁଥିବାର ନଜର ଆସିଛନ୍ତି । ତେବେ ଉକ୍ତ ଯୁବକ ଜଣକ ତାଙ୍କ ରୁମର ବୟଫ୍ରେଣ୍ଡ ବୋଲି ଚର୍ଚ୍ଚା ହେଉଛି । ଏହି ପାର୍ଟିରେ ମଧ୍ୟ ବୋଲ୍ଡ ଅନ୍ଦାଜରେ ନଜର ଆସିଛନ୍ତି ଭୂମି ।
ରୁମର ବୟଫ୍ରେଣ୍ଡ ସହ ନଜର ଆସିଲେ ଭୂମି ରବିବାର ରାତିରେ ଭୂମି ନିଜ ଭଉଣୀ ସମୀକ୍ଷା ପେଡନେକରଙ୍କ ବର୍ଥ ଡେ' ସେଲିବ୍ରେଟ ବେଳେ ବୋଲ୍ଡ ଲୁକରେ ନଜର ଆସିଛନ୍ତି । ଏହି ପାର୍ଟିରେ ସେ ବେଜ ରଙ୍ଗର ଆଉଟଫିଟରେ ନଜର ଆସିଥିଲେ । ମୁମ୍ବାଇରେ ଏହି ପାର୍ଟିର ଆୟୋଜନ ହୋଇଥିବା ବେଳେ ଉଭୟଙ୍କ କିଛି ଘନିଷ୍ଠ ବନ୍ଧୁ ମଧ୍ୟ ପାର୍ଟିରେ ଯୋଗ ଦେଇଥିଲେ । ଏହି ପାର୍ଟିରେ ନାଇସା ଦେବଗନ, ଓରହାନ ଅୱତ୍ରମନି ଓରଫ ଓରି ଏବଂ ଭୂମିଙ୍କ ରୁମର ବୟଫ୍ରେଣ୍ଡ ୟଶ କଟାରିଆ ମଧ୍ୟ ନଜର ଆସିଥିଲେ । ଓରି ଏହି ଫଟୋକୁ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି ।
ଭଉଣୀଙ୍କ ବର୍ଥ ଡେ' ପାର୍ଟିରେ ଭୂମି ଏହା ବି ପଢନ୍ତୁ- ବକ୍ସ ଅଫିସରେ ଚାଲିଲାନି 'ଶେହେଜାଦା' ଯାଦୁ, ନିରାଶ ଫ୍ୟାନ୍ସ
ଏହି ଫଟୋରେ ଭୂମି ଓ ୟଶଙ୍କୁ ଏକାଠି ଦେଖିବାକୁ ମିଳିନାହିଁ । ଏହି ଫଟୋରେ ଭୂମି ଓ ୟଶ ଅଲଗା ଅଲଗା ଠିଆ ହୋଇ ପୋଜ ଦେଇଥିବା ଦେଖିବାକୁ ମିଳିଛି । ୟଶ ମୁମ୍ବାଇର ଜଣେ ଜଣାଶୁଣା ବିଲ୍ଡର । ଗତ କିଛି ଦିନ ତଳେ ଭୂମି ୟଶ, ନିଜ ଭଉଣୀ ସମୀକ୍ଷା ଓ ଅନ୍ୟ କିଛି ବନ୍ଧୁଙ୍କ ସହିତ ଛୁଟି କାଟିବାକୁ ଯାଇଥିଲେ । ଏହି ରୁମର ଲଭବାର୍ଡ ମେକ୍ସିକୋରେ ନବବର୍ଷ ୨୦୨୩କୁ ମଧ୍ୟ ଏକାଠି ସ୍ବାଗତ କରିଥିଲେ । ଭୂମି ନିଜ ଭ୍ୟାକେସନର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହାପରେ ଉଭୟଙ୍କ ଯୋଡ଼ିକୁ ନେଇ ବେଶ ଚର୍ଚ୍ଚା ହେଉଛି ।
ଭଉଣୀଙ୍କ ବର୍ଥ ଡେ' ପାର୍ଟିରେ ଭୂମି ଭୂମିଙ୍କ କ୍ୟାରିଅର ସମ୍ପର୍କରେ ଆଲୋଚନା କଲେ ସେ ଆଗକୁ କିଛି ନୂଆ ପ୍ରୋଜେକ୍ଟ ସହ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ଯାଉଛନ୍ତି । ଜଣେ ଅଭିନେତ୍ରୀ ଭାବେ ୨୦୨୩ ତାଙ୍କ ନାମରେ ହେବାକୁ ଯାଉଛି । କାରଣ ସେ ଅନେକ ସଫଳ ଅଭିନେତାଙ୍କ ସହିତ ଆଗକୁ ନଜର ଆସିବାକୁ ଯାଉଛନ୍ତି । ସେ ଆଗକୁ ଅନୁଭବ ସିହ୍ନାଙ୍କ ଭିଡ୍, ଅଜୟ ବାହଲଙ୍କ ଲେଡି କିଲର, ସୁଧିର ମିଶ୍ରାଙ୍କ ଅଫୱା, ମୁଦସର ଅଜିଜଙ୍କ ନିର୍ଦ୍ଦେଶିତ ମେରେ ହଜବ୍ୟାଣ୍ଡ କି ବିୱି ଆଦି ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି ।