ଓଡିଶା

odisha

ETV Bharat / entertainment

Adipurush: କ୍ଷମା ମାଗିଲେ ଆଦିପୁରୁଷ ନିର୍ମାତା, ନେପାଳ ସରକାରଙ୍କୁ ଲେଖିଲେ ଚିଠି - ଆଦିପୁରୁଷକୁ ବିରୋଧ

ବିବାଦରେ 'ଆଦିପୁରୁଷ'। ମାତା ସୀତାଙ୍କ ସଂଳାପକୁ ନେଇ ନେପାଳରେ ବିରୋଧ କରାଯାଇଛି । ଫିଲ୍ମକୁ ବ୍ୟାନ କରାଯାଇଛି । ତେବେ ବର୍ତ୍ତମାନ ଫିଲ୍ମ ନିର୍ମାତା ନେପାଳ ସରକାରଙ୍କୁ ଲିଖିତ ଭାବେ କ୍ଷମା ମାଗିଛନ୍ତି। ଏହି ପରିପ୍ରେକ୍ଷୀରେ ଟି-ସିରିଜ୍ ସୋସିଆଲ ମିଡିଆରେ କ୍ଷମା ପ୍ରାର୍ଥନା ଚିଠି ମଧ୍ୟ ଜାରି କରିଛି । ଅଧିକ ପଢନ୍ତୁ,

କ୍ଷମା ମାଗିଲେ ଆଦିପୁରୁଷ ନିର୍ମାତା, ନେପାଳ ସରକାରଙ୍କୁ ଲେଖିଲେ ଚିଠି
କ୍ଷମା ମାଗିଲେ ଆଦିପୁରୁଷ ନିର୍ମାତା, ନେପାଳ ସରକାରଙ୍କୁ ଲେଖିଲେ ଚିଠି

By

Published : Jun 21, 2023, 7:15 AM IST

ହାଇଦ୍ରାବାଦ: ଓମ ରାଉତଙ୍କ ନିର୍ଦ୍ଦେଶିତ 'ଆଦିପୁରୁଷ'ରେ ଫିଲ୍ମର ସଂଳାପକୁ ନେଇ କେବଳ ଭାରତରେ ନୁହେଁ ନେପାଳରେ ମଧ୍ୟ ବିରୋଧ କରାଯାଇଛି । ଫିଲ୍ମକୁ ନେପାଳର 2ଟି ସହରରେ ବ୍ୟାନ କରାଯାଇଛି । ତେବେ ଏହାରି ମଧ୍ୟରେ ବର୍ତ୍ତମାନ ଫିଲ୍ମ ନିର୍ମାତା କ୍ଷମା ପ୍ରାର୍ଥନା କରିଛନ୍ତି । ନେପାଳ ସରକାରଙ୍କୁ ଚିଠି ଲେଖି କ୍ଷମା ମାଗିଛନ୍ତି ନିର୍ମାତା ।

ନେପାଳ ସରକାରଙ୍କୁ ଲିଖିତ ଭାବେ କ୍ଷମା ମାଗିଛନ୍ତି ଆଦିପୁରୁଷ ଫିଲ୍ମ ନିର୍ମାତା

ନେପାଳରେ ଫିଲ୍ମକୁ ବିରୋଧ କରାଯାଇଛି । ଫିଲ୍ମରେ ମାତା ସୀତାଙ୍କୁ ଭାରତର ଝିଅ ବୋଲି କୁହାଯାଇଛି । ନେପାଳର କଥାବସ୍ତୁ ଅନୁଯାୟୀ ସୀତା ନେପାଳର ଜନକପୁରରେ ଜନ୍ମଗ୍ରହଣ କରିଥିଲେ । ନେପାଳ ସରକାର କହିଛନ୍ତି ଯେ ସୀତାଙ୍କୁ ଭାରତର ଝିଅ ବୋଲି କହିବା ସେମାନଙ୍କୁ ଅଧିକ କଷ୍ଟ ଦେଉଛି । ଏହାକୁ ତ୍ରୁଟି ସଂଶୋଧନ ନ ହେବା ଯାଏଁ ଫିଲ୍ମ ରିଲିଜ କରାଯିବା ନାହିଁ ବୋଲି କୁହାଯାଇଛି । ନେପାଳର କାଠମାଣ୍ଡୁ ପରେ ପୋଖରାରେ ଫିଲ୍ମ ବ୍ୟାନ କରାଯାଇଛି । ଯାହାକୁ ନେଇ ବର୍ତ୍ତମାନ ଫିଲ୍ମ ନିର୍ମାତା କ୍ଷମା ମାଗିଛନ୍ତି।

ନିର୍ମାତା ଚିଠିରେ ଲେଖିଛନ୍ତି, 'ଯଦି ନେପାଳର ଲୋକମାନେ ଆମ ଯୋଗୁଁ ଆଘାତ ପାଇଛନ୍ତି, ତେବେ ସର୍ବପ୍ରଥମେ ଆମେ ଏଥିପାଇଁ କ୍ଷମା ପ୍ରାର୍ଥନା କରୁଛୁ, ଆମେ ଉଦ୍ଦେଶ୍ୟମୂଳକ ଭାବେ ଏହା କରିନାହୁଁ, ପ୍ରତ୍ୟେକ ଦେଶର ମହିଳାଙ୍କୁ ଆମେ ସମ୍ମାନ ଜଣାଉଛୁ । ଆମେ ଚାହୁଁଛୁ ଯେ ଆପଣ କଳ୍ପନାତ୍ମକ ଭାବରେ ଫିଲ୍ମ ଦେଖନ୍ତୁ, ଏବଂ ଆମ ଇତିହାସ ପ୍ରତି ଆଗ୍ରହ ବଜାୟ ରଖନ୍ତୁ ଏବଂ ଅଧିକରୁ ଅଧିକ ଦର୍ଶକଙ୍କ ନିକଟରେ ପହଞ୍ଚିବା ପାଇଁ ମଧ୍ୟ ଆପଣଙ୍କୁ ଅନୁରୋଧ କରୁଛୁ ।'

ସୂଚନା ଥାଉ କି, ସୀତାଙ୍କ ଜନ୍ମସ୍ଥାନ ବିହାରର ସୀତାମାରୀ ଜିଲ୍ଲାର ବୋଲି କୁହାଯାଇଥିବାବେଳେ ଅନ୍ୟପଟେ ନେପାଳ ସରକାର ଦାବି କରିଛନ୍ତି ଯେ ସୀତାଙ୍କ ଜନ୍ମ ନେପାଳର ଜନକପୁରରେ ହୋଇଛି । କିନ୍ତୁ ଫିଲ୍ମର ଏକ ସଂଳାପରେ ସୀତାଙ୍କୁ ଭାରତର ଝିଅ ବୋଲି ମଧ୍ୟ କୁହାଯାଇଛି । ନେପାଳ ସରକାର ଆଦିପୁରୁଷ ଫିଲ୍ମ ହେତୁ ସମସ୍ତ ବଲିଉଡ ଫିଲ୍ମ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି।

ରବିବାର ସନ୍ଧ୍ୟାରେ ନେପାଳର ରାଜଧାନୀ କାଠମାଣ୍ଡୁର ମେୟର ବାଲାନ ଶାହା ସହରରେ ବଲିଉଡ ଚଳଚ୍ଚିତ୍ର ଉପରେ ବ୍ୟାନ ଘୋଷଣା କରିଥିଲେ । ଏହା ପରେ ଗତ ସୋମବାର ନେପାଳର ପୋଖରା ମେଟ୍ରୋପଲିଟାନ ସିଟିରେ ମଧ୍ୟ ଆଦିପୁରୁଷଙ୍କୁ ପ୍ରତିବନ୍ଧକ ଲଗାଯାଇଛି । ସଂଳାପ ବିବାଦ କାରଣରୁ ଏହି ଫିଲ୍ମ ସହ ପୁରା ବଲିଉଡ ଚଳଚ୍ଚିତ୍ର ଉପରେ ନିଷେଧାଦେଶ ଜାରି କରାଯାଇଛି । ଏନେଇ କାଠମାଣ୍ଡୁର ମେୟର ବାଲାନ ଶାହା ଏବଂ ପୋଖରା ମେୟର ଧନରାଜ ଆଚାର୍ଯ୍ୟ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି । ଥିଏଟର ମାଲିକମାନଙ୍କୁ ଏକ ଚିଠି ପଠାଇ ବଲିଉଡ ଚଳଚ୍ଚିତ୍ର ରିଲିଜ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ABOUT THE AUTHOR

...view details