ହାଇଦ୍ରାବାଦ: କେତେବେଳେ ପୋଷ୍ଟର୍କୁ ନେଇ ତ ପୁଣି କେତେବେଳେ କଷ୍ଟ୍ୟୁମ୍କୁ ନେଇ ବିବାଦରେ ଥିବା 'ଆଦିପୁରୁଷ'ର ଆସିଲା ପ୍ରୋମୋସନାଲ୍ ପୋଷ୍ଟର୍ । ଜୟ ଶ୍ରୀରାମ ନାରାରେ କମ୍ପୁଛି ଏହି ଚଳଚ୍ଚିତ୍ରର ପୋଷ୍ଟର୍ । 'ଆଦିପୁରୁଷ'ର ଏହି ମୋସନ୍ ପୋଷ୍ଟରକୁ 5ଟି ଭାଷାରେ ରିଲିଜ୍ କରିଛନ୍ତି ଫିଲ୍ମ ମେକର୍ । ସିନେମାର ମୁଖ୍ୟ ଚରିତ୍ରରେ ଥିବା ସାଉଥ୍ ସୁପର୍ଷ୍ଟାର୍ ପ୍ରଭାସ ଏବଂ ବଲିଉଡ୍ ଆଇକନ୍ କୀର୍ତ୍ତି ସନନ୍ ଏହି ପୋଷ୍ଟରକୁ ସେମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର୍ କରିଛନ୍ତି ।
ପ୍ରଭାସ ଇନଷ୍ଟାଗ୍ରାମରେ ଜୟ ଶ୍ରୀ ରାମ ଗୀତର ମୋସନ ପୋଷ୍ଟର ସେୟାର କରି ଲେଖିଛନ୍ତି, "ଜବ୍ ନ ଜା ପାଓ ସାରେ ଧାମ୍ ତୋ ବସ୍ ଲେ ଲୋ ପ୍ରଭୁ କା ନାମ୍ ଜୟ ଶ୍ରୀରାମ୍ । ଅର୍ଥାତ୍ ଯଦି ଚାରି ଧାମ ପରିଦର୍ଶନ କରିପାରୁ ନାହାନ୍ତି, ତେବେ କେବଳ ପ୍ରଭୁ ଶ୍ରୀରାମଙ୍କ ନାମ ଜପ କରନ୍ତୁ ।" ଜୟ ଶ୍ରୀରାମ🙏🏻 । କୀର୍ତ୍ତି ସନନ୍ ମଧ୍ୟ ଏହି କ୍ୟାପ୍ସନ୍ ସହ ସିନେମାର ମୋସନ ପୋଷ୍ଟର୍ ସେୟାର୍ କରିଛନ୍ତି । ଏହି ପୋଷ୍ଟର ହିନ୍ଦି, ତେଲୁଗୁ ତାମିଲ, ମାଲାୟାଲମ୍ ଏବଂ କନ୍ନଡ଼ ଭାଷାରେ ରିଲିଜ୍ ହୋଇଛି ।
ଏହା ମଧ୍ୟ ପଢନ୍ତୁ:-ମେ' ୬ରେ ମିଷ୍ଟର ଆଣ୍ଡ୍ ମିସ୍ ଉତ୍କଳ ଫ୍ୟାଶନ ଶୋ', ରାମ୍ପ୍ରେ ଚାଲିବେ ବରିଷ୍ଠ ନାଗରିକ