ଓଡିଶା

odisha

Adipurush: ଦେଶବାସୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ ମନୋଜ, କହିଲେ ଏମିତି

By

Published : Jul 8, 2023, 12:25 PM IST

ଶେଷରେ ଦେଶବାସୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ ସଂଳାପ ଲେଖକ ମନୋଜ ମୁନ୍ତଶୀର । ଦେଶବାସୀଙ୍କୁ ହାତ ଯୋଡି କ୍ଷମା ମାଗୁଛି ବୋଲି ଟ୍ବିଟ୍ କଲେ । ଅଧିକ ପଢନ୍ତୁ

Manoj Muntashir
Manoj Muntashir

ହାଇଦ୍ରାବାଦ:ସାରା ଦେଶରେ ବିରୋଧର ସମ୍ମୁଖୀନ ହେଉଥିବା ବିବାଦୀୟ ଚଳଚ୍ଚିତ୍ର 'ଆଦିପୁରୁଷ'କୁ ନେଇ ଲୋକଙ୍କ ମଧ୍ୟରେ କ୍ରୋଧ ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ । ଚଳଚ୍ଚିତ୍ର 'ଆଦିପୁରୁଷ' କେବଳ ଲୋକଙ୍କ ବିଶ୍ୱାସକୁ ଆଘାତ ଦେଇନାହିଁ, ବରଂ ରାମଙ୍କ ଭକ୍ତଙ୍କ ଭାବନାକୁ ମଧ୍ୟ ଆଘାତ ଦେଇଛି । ଏହାକୁ ନେଇ ଅନେକ ବାଦବିବାଦ ଦେଖିଯାଇଥିବା ବେଳେ ଫ୍ଲପ ହେବାକୁ ବସିଛି ଫିଲ୍ମ । ଚଳଚ୍ଚିତ୍ର ନିର୍ମାତା ଓମ୍ ରାଉତ ଏବଂ ଏହି ଚଳଚ୍ଚିତ୍ରର ସଂଳାପ ଲେଖିଥିବା ଲେଖକ ମନୋଜ ମୁନ୍ତଶୀର 'ରାମାୟଣ' ଏବଂ ପ୍ରଭୁ ରାମଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଛି ।

ବର୍ତ୍ତମାନ ଫିଲ୍ମର ସଂଳାପ ଲେଖକ ମନୋଜ ମୁନ୍ତଶୀର ନିଜ ଭୁଲକୁ ଅନୁଭବ କରିଛନ୍ତି ଏବଂ ସମଗ୍ର ଦେଶ ସାମ୍ନାରେ ହାତ ଯୋଡି ରାମ ଭକ୍ତମାନଙ୍କୁ କ୍ଷମା ମାଗିଛନ୍ତି । ଏହି ପରିପ୍ରେକ୍ଷୀରେ ମନୋଜ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ମନୋଜ ଅନେକ ପ୍ରକାର କଥା ଲେଖି ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ।

ଟ୍ବିଟ୍ କରି ଏଭଳି କହିଲେ ମନୋଜ:'ଆଦିପୁରୁଷ' ଉପରେ ଲୋକଙ୍କ କ୍ରୋଧକୁ ଦେଖି ମନୋଜ ନିଜ ଭୁଲକୁ ସ୍ବୀକାର କରିଛନ୍ତି । ସେ ଟ୍ବିଟ୍ କରିଛନ୍ତି, "ମୁଁ ସ୍ୱୀକାର କରୁଛି ଯେ ଆଦିପୁରୁଷ ଚଳଚ୍ଚିତ୍ର ଦ୍ୱାରା ଜନସାଧାରଣଙ୍କ ଭାବନା ଆଘାତ ପାଇଛି । ମୁଁ ବିନା ସର୍ତ୍ତରେ ମୋର ସମସ୍ତ ଭାଇ ଓ ଭଉଣୀ, ବୟସ୍କ, ସମ୍ମାନିତ ସାଧୁ ଏବଂ ଶ୍ରୀ ରାମଙ୍କର ଭକ୍ତମାନଙ୍କୁ କ୍ଷମା ମାଗୁଛି । ଭଗବାନ ବଜରଙ୍ଗ ବାଲି ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ । ଆଗକୁ ଏକାଠି ହୋଇ ସନାତନ ଧର୍ମ ଏବଂ ଦେଶସେବା କରିବାକୁ ଶକ୍ତି ଦିଅନ୍ତୁ ।"

ଏହା ମଧ୍ୟ ପଢନ୍ତୁ: Adipurush: ବିବାଦ ଘେରରେ ଫିଲ୍ମ ନିର୍ଦ୍ଦେଶକ ଏବଂ ନିର୍ମାତା, ପରିବର୍ତ୍ତନ ହେବ ଫିଲ୍ମର ସଂଳାପ

ମୋନଜଙ୍କ ପାଇଁ କ୍ଷମା ପ୍ରାର୍ଥନା ସାଜିଲା ସମସ୍ୟା:କହିରଖୁଛି ଯେ, ଫିଲ୍ମ ରିଲିଜ ହେବା ପରେ ପ୍ରଶଂସକମାନେ ନିଜର କ୍ରୋଧ ଦେଖାଇଥିବା ବେଳେ ଏବଂ ମନୋଜ କ୍ଷମା ପ୍ରାର୍ଥନା କରିବା ପରେ ମଧ୍ୟ ଟ୍ରୋଲର ଶିକାର ହୋଇଛନ୍ତି । ଅନେକ ୟୁଜର୍ସ ତାଙ୍କ ଟ୍ବିଟକୁ ନେଇ ଅନେକ ଖରାପ ମନ୍ତବ୍ୟ ଦେଇଛନ୍ତି ।

ଜଣେ ୟୁଜର୍ ଲେଖିଛନ୍ତି, "ତୁମେ ବିଶ୍ୱାସ କରିବାକୁ ବହୁତ ସମୟ ନେଇଥିଲ ଯେ ଆଦିପୁରୁଷ ସିରିଏଲ ଠାରୁ ମଧ୍ୟ ଆହୁରି ଖରାପ କପି । ଯେତେବେଳେ ଫିଲ୍ମ ଫ୍ଲପ୍ ହେଲା ଏବଂ ଆଗକୁ ପରବର୍ତ୍ତୀ ଚଳଚ୍ଚିତ୍ରର କରିବାର ସମୟ ଆସିଗଲା ସେତେବେଳେ ସେ କ୍ଷମା ମାଗିଲେ । ଯଦି ସେ ହୃଦୟରୁ କ୍ଷମା ମାଗିବାର ଥାଆନ୍ତେ ତେବେ ଫିଲ୍ମ ରିଲିଜ ହେବାର ପରଦିନ ହିଁ କ୍ଷମା ମାଗିପାରି ଥାଆନ୍ତେ । ଏବେ ଏତେ ବିଳମ୍ବରେ କ୍ଷମା ମାଗିବାର ଅର୍ଥ କ'ଣ ହୋଇପାରେ ।"

ଆଉ ଏକ ୟୁଜର୍ସ ଲେଖିଛନ୍ତି, "ଭାଇ ଯଦି ତୁମେ ଏକ ଆନ୍ତରିକତାର ସହ ହାତ ଯୋଡି କ୍ଷମା ମାଗିବ ତେବେ ଭଗବାନ ମଧ୍ୟ କ୍ଷମା କରିଦେବେ । ଆମେ ତ କେବଳ ଶ୍ରୀରାମଙ୍କର ଭକ୍ତ, ତେଣୁ ଆମେ ତୁମକୁ କ୍ଷମା କରୁଛୁ । କିନ୍ତୁ ଭବିଷ୍ୟତରେ ସନାତନ ଧର୍ମ ସହ ଏଭଳି କରିବା ପାଇଁ ଚେଷ୍ଟା ବି କରିବେ ନାହିଁ ।"

ଆଦିପୁରୁଷ ବକ୍ସ ଅଫିସ କଲେକ୍ସନ:ଯଦି ଆଦିପୁରୁଷର ବକ୍ସ ଅଫିସ କଲେକ୍ସନ କଥା ଦେଖିବା ତେବେ ଫିଲ୍ମ ରିଲିଜ ହେବାର ଆଜି 22 ଦିନ । ଏହି ଫିଲ୍ମ ଜୁନ 16ରେ ମୁକ୍ତିଲାଭ କରିଥିଲା ​​ଏବଂ ଉଦଘାଟନୀ ଦିନରେ ହିଁ 88 କୋଟି ଟଙ୍କା ବ୍ୟବସାୟ କରିଥିଲା । ପରଦିନ ଫିଲ୍ମ ବିରୋଧରେ ଦେଶବ୍ୟାପୀ ବିରୋଧ ହୋଇଥିଲା ଏବଂ ଏହାର ଆୟ ସିଙ୍ଗଲ ଡିଜିଟକୁ ଖସି ଆସିଥିଲା । ଏହି ଚଳଚ୍ଚିତ୍ର ଘରୋଇ ସିନେମାରେ 300 କୋଟି ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରି ନଥିବା ବେଳେ ବିଶ୍ବବ୍ୟାପୀ 450 କୋଟି ଟଙ୍କା ରୋଜଗାର କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details