ଓଡିଶା

odisha

ETV Bharat / entertainment

ପରଦାକୁ ଆସିଲା ସତ୍ୟପ୍ରେମ କି କଥା, କମିବ ଆଦିପୁରୁଷ ଓ ଜରା ହଟକେ ଜରା ବଚକେର ଜଲୱା - ଆଦିପୁରୁଷ କଲେକ୍ସନ

ରିଲିଜ ହୋଇଛି 'ସତ୍ୟପ୍ରେମ କି କଥା'। ଲୋକଙ୍କୁ କାର୍ତ୍ତିକ କିଆରା ଯୋଡିଙ୍କ ଫିଲ୍ମ ବେଶ ପସନ୍ଦ ଆସୁଥିବା ବେଳେ ଏହାର ପ୍ରଭାବ ଏବେ 'ଆଦିପୁରୁଷ' ଏବଂ 'ଜରା ହଟକେ ଜରା ବଚକେ'ର ଆୟ ଉପରେ ପଡିଛି । ବର୍ତ୍ତମାନ ଉଭୟ ଫିଲ୍ମ କୋଟିଏରୁ କମ ରୋଜଗାର କରିଛି । ଅଧିକ ପଢନ୍ତୁ,

'ସତ୍ୟପ୍ରେମ କି କଥା' ରିଲିଜ ପରେ କମିଲା 'ଆଦିପୁରୁଷ' ଏବଂ 'ଜରା ହଟକେ ଜରା ବଚକେ' ର କଲେକ୍ସନ
'ସତ୍ୟପ୍ରେମ କି କଥା' ରିଲିଜ ପରେ କମିଲା 'ଆଦିପୁରୁଷ' ଏବଂ 'ଜରା ହଟକେ ଜରା ବଚକେ' ର କଲେକ୍ସନ

By

Published : Jun 30, 2023, 2:05 PM IST

ହାଇଦ୍ରାବାଦ: ଜୁନ 29 ଅର୍ଥାତ ଗୁରୁବାର ଦିନ ବକ୍ରି ଇଦ ଅବସରରେ ରିଲିଜ ହୋଇଛି କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରାଙ୍କ ଆଡଭାନୀଙ୍କ ଅଭିନୀତ ଫିଲ୍ମ 'ସତ୍ୟପ୍ରେମ କି କଥା' । ଫିଲ୍ମ ଦର୍ଶକଙ୍କ ମନ ଜିତୁଛି । ପ୍ରଥମ ଦିନରେ ଫିଲ୍ମ 9କୋଟି ଆୟ କରି ସଫଳତା ହାସଲ କରିଛି । ତେବେ ଫିଲ୍ମର ସଫଳତାର ପ୍ରଭାବ ବର୍ତ୍ତମାନ ପୂର୍ବରୁ ରିଲିଜ ହୋଇଥିବା ଫିଲ୍ମ 'ଆଦିପୁରୁଷ' ଏବଂ 'ଜରା ହଟକେ ଜରା ବଚକେ' ଉପରେ ପଡିଛି । ଫଳରେ ଏହି ଉଭୟ ଫିଲ୍ମ ଗୁରୁବାର ଖୁବ କମ ଆୟ କରିଛି । 14 ଦିନରେ ଆଦିପୁରୁଷ 1 କୋଟିରୁ କମ୍ ଆୟ କରିଥିବା ବେଳେ 28 ଦିନରେ ଜରା ହଟକେ ଜରା ବଚକେ 50ଲକ୍ଷ ଆୟ କରିଛି ।

ଓମ ରାଉତଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ଆଦିପୁରୁଷ'ର ଜୁନ 16ରେ ରିଲିଜ କରିଥିଲା । ରାମାୟଣ ଉପରେ ଆଧାରିତ ଏହି ଫିଲ୍ମ ରିଲିଜ ପରେ ସଂଳାପ, ଚରିତ୍ର ଏବଂ VFX ପାଇଁ ଫିଲ୍ମ ବିବାଦ ଘେରକୁ ଆସିଛି । ଲୋକଙ୍କ କଡା ସମାଲୋଚନାର ସମ୍ମୁଖୀନ ହେବା ସହ ଫିଲ୍ମକୁ ବ୍ୟାନ କରିବାକୁ ଦାବି ଜୋର ଧରିଛି । ପରେ ସଂଳାପ ପରିବର୍ତ୍ତନ ଏବଂ ଟିକେଟ ମୂଲ୍ୟ ହ୍ରାସ ପରେ ବି ଫିଲ୍ମ ଦର୍ଶକଙ୍କୁ ପସନ୍ଦ ଆସୁନି । ଫଳରେ ଏହାର ପ୍ରଭାବ ଫିଲ୍ମର ଆୟ ଉପରେ ପଡିଥିଲା । ବର୍ତ୍ତମାନ କାର୍ତ୍ତିକଙ୍କ ଫିଲ୍ମ 'ସତ୍ୟପ୍ରେମ କି କଥା' ରିଲିଜ ପରେ ଆଦିପୁରୁଷ ଉପରେ ଆହୁରି ଅଧିକ ପ୍ରଭାବ ପଡିଛି । ଫିଲ୍ମ ରିଲିଜ କରିବାର 14ଦିନରେ ଅର୍ଥାତ୍ ଦ୍ୱିତୀୟ ଗୁରୁବାର ଦିନ କେବଳ 90 ଲକ୍ଷ ବ୍ୟବସାୟ କରିଛି । ଯାହା ଆଜି ପର୍ଯ୍ୟନ୍ତ ଚଳଚ୍ଚିତ୍ରର ସର୍ବନିମ୍ନ ସଂଗ୍ରହ ଅଟେ । ଏହା ସହିତ 'ଆଦିପୁରୁଷ'ର ମୋଟ ରୋଜଗାର ବର୍ତ୍ତମାନ 281.98 କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ଏହା ମଧ୍ୟ ପଢନ୍ତୁ: ଦର୍ଶକଙ୍କ ମନ ଜିତିଲା କାର୍ତ୍ତିକ କିଆରା ଯୋଡି, ପ୍ରଥମ ଦିନରେ 9 କୋଟି ଆୟ

ସେପଟେ ଆଦିପୁରୁଷର ଟକ୍କର ପରେ ବି ଜୁନ 2ରେ ରିଲିଜ କରିଥିବା ବିକି ଏବଂ ସାରା ଅଲି ଖାନଙ୍କ ଯୋଡି ଫିଲ୍ମ 'ଜରା ହଟକେ ଜରା ବଚକେ' ନିଜ ଜଲୱା ଜାରି ରଖିଥିଲା । ଆଦିପୁରୁଷର ବିବାଦ ମଧ୍ୟରେ ସାରା ଏବଂ ବିକିଙ୍କ ରୋମାଣ୍ଟିକ୍ କେମେଷ୍ଟ୍ରି ଦର୍ଶକଙ୍କୁ ପସନ୍ଦ ଆସିଥିଲା । ଏପରିକି 40 କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ବଜେଟ ମୂଲ୍ୟର 2ଗୁଣ କଲେକ୍ସନ କରିସାରିଲାଣି । 'ସତ୍ୟପ୍ରେମ କି କଥା' ରିଲିଜ ପରେ ଏହି ଫିଲ୍ମ ଉପରେ ମଧ୍ୟ ସମାନ ପ୍ରଭାବ ପକାଇଛି । ଫିଲ୍ମ 28 ତମ ଦିନରେ ମାତ୍ର 50 ଲକ୍ଷ ଆୟ କରିଛି । ଏହା ସହିତ ଫିଲ୍ମର ମୋଟ ସଂଗ୍ରହ ବର୍ତ୍ତମାନ 82.31 କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ABOUT THE AUTHOR

...view details