ଓଡିଶା

odisha

ETV Bharat / entertainment

Adah Sharma: ଡାକ୍ତରଖାନାରେ ଭର୍ତ୍ତି 'ଦ କେରଳ ଷ୍ଟୋରୀ' ଫେମ୍‌ ଅଭିନେତ୍ରୀ ଅଦା ଶର୍ମା - କମାଣ୍ଡୋ

'ଦ କେରଳ ଷ୍ଟୋରୀ' ଏବଂ 'କମାଣ୍ଡୋ' ଫେମ୍‌ ଅଭିନେତ୍ରୀ ଅଦା ଶର୍ମାଙ୍କ ଫିଲ୍ମ ପ୍ରମୋଶନ ପୂର୍ବରୁ ବିଗିଡିଲା ସ୍ୱାସ୍ଥ୍ୟ । ଗୁରୁତର ହେବାରୁ ତାଙ୍କୁ ଏବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

ଡାକ୍ତରଖାନାରେ ଭର୍ତ୍ତି 'ଦ କେରଳ ଷ୍ଟୋରୀ ଫେମ' ଅଭିନେତ୍ରୀ ଅଦା ଶର୍ମା
ଡାକ୍ତରଖାନାରେ ଭର୍ତ୍ତି 'ଦ କେରଳ ଷ୍ଟୋରୀ ଫେମ' ଅଭିନେତ୍ରୀ ଅଦା ଶର୍ମା

By

Published : Aug 2, 2023, 8:44 PM IST

ହାଇଦ୍ରାବାଦ:ବଲିଉଡ ଅଭିନେତ୍ରୀ ଅଦା ଶର୍ମାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର । ଅଭିନେତ୍ରୀଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଛି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖାଦ୍ୟ ଆଲର୍ଜି ଏବଂ ଡାଇରିଆ ହେତୁ ଅଭିନେତ୍ରୀ ଅଦା ଶର୍ମାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଛି । ମଙ୍ଗଳବାର ରାତିରେ ଅଭିନେତ୍ରୀଙ୍କ ସ୍ୱାସ୍ଥ୍ୟ ଅଧିକ ବିଗିଡ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଖୁବଶୀଘ୍ର 'କମାଣ୍ଡୋ' ଧାରାବାହିକରେ ନଜର ଆସିବେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ନିର୍ମାତା କହିଛନ୍ତି ଯେ, ଏହି ଅଭିନେତ୍ରୀ 'କମାଣ୍ଡୋ'କୁ ନେଇ ଜୋରଦାର ପ୍ରମୋଶନ କରୁଥିଲେ। ଏହି ସମୟରେ ସେ ବାହାର ଖାଦ୍ୟ ଖାଇଥିଲେ । ଏହି ସମୟରେ ସେ ଖାଦ୍ୟ ଏବଂ ପାନୀୟ ପାଇଁ ତାଙ୍କୁ ଆଲର୍ଜି ହୋଇଛି । ଅଦା ମଙ୍ଗଳବାର ସକାଳେ କମାଣ୍ଡୋ ସିରିଜ୍ ପ୍ରମୋଶନ କରିବାକୁ ଯିବା ପୂର୍ବରୁ ଅସୁସ୍ଥ ହୋଇପଡିଥିଲେ ଏବଂ ତାଙ୍କୁ ଡାକ୍ତରଖାନା ଯିବାକୁ ପଡୁଥିଲା। ତେବେ ଅଦା ଶର୍ମା ବର୍ତ୍ତମାନ ଡାକ୍ତରଙ୍କ ତତ୍ତ୍ବାବଧାନରେ ଅଛନ୍ତି । ତାଙ୍କର ପରୀକ୍ଷା ଚାଲିଛି ।

ସୂଚନା ଥାଉ କି, ନିକଟରେ କମାଣ୍ଡୋ ସିରିଜର ଏକ ଦମଦାର ଟ୍ରେଲର ରିଲିଜ୍ ହୋଇଥିଲା, ଯେଉଁଥିରେ ଅଦା ଶର୍ମା ଆକ୍ସନ କରୁଥିବା ଦେଖିବାକୁ ମିଳିଥିଲା । ଏଥିରେ ସେ ଭାବନା ରେଡ୍ଡୀ ନାମକ ଜଣେ ମହିଳା ଏଜେଣ୍ଟ୍‌ ଭୂମିକାରେ ଅଭିନୟ କରୁଛନ୍ତି । ଏହା ଏକ ଆକ୍ସନ୍-ଥ୍ରୀଲର ସିରିଜ୍, ଯେଉଁଥିରେ ଅଭିନେତା ପ୍ରେମ ପରିଜା ଏହି ଫିଲ୍ମ ସହ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ପ୍ରେମ ଏବଂ ଅଦାଙ୍କ ସହ ଅମିତ ସିଆଲ, ତିଗ୍‌ମାଂଶୁ ଧୂଲିଆ ଏବଂ ମୁକେଶ ଛାବ୍ରା ଏହି ସିରିଜରେ ମୁଖ୍ୟ ଭୂମିକାରେ ନଜର ଆସିବେ ।

ଏହା ମଧ୍ୟ ପଢନ୍ତୁ: The Kerala Story ଅଭିନେତ୍ରୀଙ୍କ କଣ୍ଟାକ୍ଟ ନମ୍ବର ଲିକ୍, ମିଳୁଛି ହତ୍ୟା ଧମକ

ମେ' 5ରେ ରିଲିଜ ହୋଇଥିବା 'ଦ କେରଳ ଷ୍ଟୋରୀ'ରେ ଅଦା ଶର୍ମାଙ୍କୁ ଶେଷ ଥର ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରିବା ସହ ରେକର୍ଡ ସୃଷ୍ଟି କରିଥିଲା । ସୁଦୀପ୍ତୋ ସେନ୍‌ଙ୍କ ଦ୍ୱାରା ନିର୍ଦ୍ଦେଶିତ ତଥା ବିପୁଲ୍ ଶାହାଙ୍କ ଦ୍ୱାରା ଏହି ଫିଲ୍ମ ନିର୍ମିତ କରାଯାଇଥିଲା । ଟ୍ରେଲର ରିଲିଜ ପରେ ଫିଲ୍ମକୁ ବିବାଦ ସୃଷ୍ଟି ହୋଇଥିଲା । 'ଦ କେରଳ ଷ୍ଟୋରୀ'ର ଟ୍ରେଲରରେ ଦାବି କରାଯାଇଥିଲା ଯେ, କେରଳର 32 ହଜାର ଯୁବତୀଙ୍କ ଚିନ୍ତାଧାରାକୁ ପରିବର୍ତ୍ତନ କରୁ ସେମାନଙ୍କୁ ISIS ଯୋଗଦେବାକୁ ପଠାଯାଇଛି । କିନ୍ତୁ ଯେତେବେଳେ ଫିଲ୍ମ ବିବାଦ ଭିତରକୁ ଆସିଲା, ନିର୍ମାତାମାନେ ଏହି ସଂଖ୍ୟାକୁ ୩ ଯୁବତୀରେ ବଦଳାଇଲେ । ଅନେକ ବିବାଦ ପରେ ବି ବେଶ ପ୍ରଶଂସା ସାଉଁଟି ଭଲ କଲେକ୍ସନ କରିଥିଲା ଏହି ଫିଲ୍ମ । ତେବେ ଅଦାଙ୍କ ଏହି ଆଗାମୀ ସିରିଜ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିବ ବୋଲି ଆଶା କରାଯାଉଛି । ଅଦାଙ୍କ ବ୍ୟତୀତ ଏହି ଫିଲ୍ମରେ ଅଭିନେତ୍ରୀ ସୋନିଆ ବାଲାନି, ଯୋଗିତା ବିହାନୀ ଏବଂ ସିଦ୍ଧ ଇଡନାନୀ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

ABOUT THE AUTHOR

...view details