ଓଡିଶା

odisha

Neeyat: ଆସିଲା ନିୟତ ଟ୍ରେଲର, ମର୍ଡର ମିଷ୍ଟ୍ରିର ଖୁଲାସା କରିବେ ବିଦ୍ୟା

By

Published : Jun 23, 2023, 7:50 AM IST

ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ଆଗାମୀ ଫିଲ୍ମ 'ନିୟତ'ର ଟ୍ରେଲର ରିଲିଜ ହୋଇଛି । ସୋସିଆଲ ମିଡିଆରେ ଫିଲ୍ମ ନିର୍ମାତା ଏହାର ଟ୍ରେଲର ରିଲିଜ କରିଛନ୍ତି । ତେବେ ଏହି ଫିଲ୍ମରେ ବିଦ୍ୟା ଡିଟେକ୍ଟିଭ ବା ଜାସୁସ ଭୂମିକାରେ ନଜର ଆସିଛନ୍ତି । ଅଧିକ ପଢନ୍ତୁ

'ନିୟତ' ଟ୍ରେଲର ରିଲିଜ, ନୂଆ ଲୁକରେ ନଜର ଆସିଲେ ବିଦ୍ୟା ବାଲନ
'ନିୟତ' ଟ୍ରେଲର ରିଲିଜ, ନୂଆ ଲୁକରେ ନଜର ଆସିଲେ ବିଦ୍ୟା ବାଲନ

ମୁମ୍ବାଇ:ବଲିଉଡର 'ଡ଼ି ଫିକ୍ଚର' ଫେମ ଅଭିନେତ୍ରୀ ବିଦ୍ୟା ବଲାନ୍ ପୁଣି ଥରେ ପରଦାରେ ଧମାକା କରିବାକୁ ଯାଉଛନ୍ତି । ବିଦ୍ୟାଙ୍କୁ ଶେଷ ଥର ପାଇଁ ଫିଲ୍ମ 'ଜଲସା'ରେ ଦେଖିବାକୁ ମିଳିଥିଲା ​​ଏବଂ ବର୍ତ୍ତମାନ ସେ 'ନିୟତ' ଫିଲ୍ମ ସହ ସିଲଭର ସ୍କ୍ରିନରେ ନଜର ଆସିବାକୁ ଯାଉଛନ୍ତି । ପୂର୍ବଦିନ ଫିଲ୍ମର ଟିଜର ରିଲିଜ ହୋଇଥିବା ବେଳେ ଗତକାଲି ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ସୋସିଆଲ ମିଡିଆରେ ଫିଲ୍ମର ନିର୍ମାତା ଟ୍ରେଲର ରିଲିଜ କରିଛନ୍ତି । ଟ୍ରେଲର ରିଲିଜ ହେବାର 2ଘଣ୍ଟା ମଧ୍ୟରେ 3ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଲାଣି ।

ବିଦ୍ୟା ନିଜେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମର ଟ୍ରେଲର ସେୟାର କରିଛନ୍ତି । 2.25 ମିନିଟର ଟ୍ରେଲରରେ ପ୍ରଶଂସକଙ୍କ ମଧ୍ୟରେ ଫିଲ୍ମର ଉତ୍ସାହକୁ ବଢାଇ ଦେଇଛି । ଫିଲ୍ମରେ ବିଦ୍ୟା ମର୍ଡର ମିଷ୍ଟ୍ରି ସମାଧାନ କରିବାରେ ନିୟୋଜିତ ଥିବା ଜଣେ ଡିଟେକ୍ଟିଭ ଭୂମିକାରେ ଅଭିନୟ କରିଛନ୍ତି । ଟିଜର ଆରମ୍ଭରେ, ରାମ କପୁର, ଯିଏକି AK ଭାବରେ ଜଣାଶୁଣା, ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ପାଇଁ ଏକ ଗ୍ରାଣ୍ଡ ପାର୍ଟି ଆୟୋଜନ କରିଥିଲେ, କିନ୍ତୁ ସେଲିବ୍ରେସନ ମଝିରେ AK ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଛି । ବିଦ୍ୟା ବାଲନ ଏହି ହତ୍ୟା ରହସ୍ୟକୁ ସମାଧାନ କରିବାର ଦାୟିତ୍ବ ନେଇଛନ୍ତି । ବିଭିନ୍ନ ଦିଗରୁ ଏହାର ତଦନ୍ତ କରୁଛନ୍ତି । ତେବେ ହତ୍ୟାକାଣ୍ଡର ସମାଧାନ କରିପାରୁଛନ୍ତି ନା ନାହିଁ ତାହା ଫିଲ୍ମ ଦେଖିବା ପରେ ହିଁ ଜଣାପଡିବ ।

ଏହି ଫିଲ୍ମରେ ବିଦ୍ୟାବାଲାନଙ୍କୁ ନୂତନ ଅବତାରରେ ଦେଖିବାକୁ ମିଳିଛି । ଯାହାକୁ ଫ୍ୟାନ୍ସ ବେଶ ପସନ୍ଦ କରିଛନ୍ତି। ତେବେ ବିଦ୍ୟାଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ରାମ କପୁର, ନିକି ୱାଲିଆ, ଦାନେଶ ରଜ୍ବି, ଶଶାଙ୍କ ଆରୋରା, ଅମୃତା ପୁରୀ, ନୀରଜ କବି, ପ୍ରଜାକ୍ତୋ କୋଲି, ଶାହାନା ଗୋସ୍ୱାମୀ ଏବଂ ରାହୁଲ ବୋଷ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରର ସୁଟିଂ 2022 ମସିହାରେ ଆରମ୍ଭ ହୋଇଥିଲା । ନିୟତ ଫିଲ୍ମ ଜୁଲାଇ 7 ରେ ସିନେମାହଲରେ ରିଲିଜ କରିବ । ଏହି ଚଳଚ୍ଚିତ୍ରକୁ ଅନୁ ମେନନ୍ ନିର୍ଦ୍ଦେଶନା ଦେଇଛନ୍ତି, ଯିଏକି ବିଦ୍ୟା ବାଲନଙ୍କ ସହ 2020 ମସିହାରେ ଶକୁନ୍ତଳା ଦେବୀ ପ୍ରସ୍ତୁତ କରିସାରିଛନ୍ତି ।

ତାଙ୍କ ଚରିତ୍ର ବିଷୟରେ କଥାବାର୍ତ୍ତା କରି ବିଦ୍ୟା ଏକ ବିବୃତ୍ତିରେ କହିଛନ୍ତି ଯେ 'ନିୟତ୍'ରେ ମୀରା ରାଓ ତୁମର କ୍ଲାସିକ୍, ଦୈନନ୍ଦିନ ଗୁପ୍ତଚର ନୁହଁନ୍ତି, ଯାହା ମୋ ପାଇଁ ମଜାଦାର ରହିଛି । ମୋତେ ଏକ ଭିନ୍ନ ଚରିତ୍ରରେ ନିଜର ଅଭିନୟର ଯାଦୁ ଦେଖାଇବାକୁ ସୁଯୋଗ ଦେଇଛି । ଏଥିସହ ଏହି ଫିଲ୍ମରେ ମୁଁ ଅନେକ ଭେଟେରାନ ସହ-ଅଭିନେତାଙ୍କ ସହିତ କାମ କରିବାର ସୁଯୋଗ ମଧ୍ୟ ପାଇଛି ।''

ABOUT THE AUTHOR

...view details