ଚେନ୍ନାଇ: ମାଡ୍ରାସ ହାଇକୋର୍ଟର ଦ୍ବାରସ୍ଥ ହେଲେ ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଜୟପ୍ରଦା । 6 ମାସର ଜେଲ ଦଣ୍ଡାଦେଶକୁ ବାତିଲ କରିବାକୁ ମାଡ୍ରାସ ହାଇକୋର୍ଟ ନିକଟରେ ପହଞ୍ଚିଛନ୍ତି ଜୟପ୍ରଦା । ମାଡ୍ରାସ ହାଇକୋର୍ଟର ବିଚାରପତି ଜୟଚନ୍ଦ୍ରନ ଶୁକ୍ରବାର ଦିନ କର୍ମଚାରୀଙ୍କ ରାଜ୍ୟ ବୀମା ନିଗମ (ଇଏସଆଇ) କମ୍ପାନୀକୁ ଏହାର ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଅଭିନେତ୍ରୀଙ୍କ ଆବେଦନ ଉପରେ ଶୁଣାଣି 18 ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।
ଉଲ୍ଲେଖନୀୟ ଯେ, ଅଭିନେତ୍ରୀ ଜୟପ୍ରଦା ରାମକୁମାର ଏବଂ ରାଜବାବୁଙ୍କ ସହ ଚେନ୍ନାଇର ଆନ୍ନା ସଲାଇ (ଆନ୍ନା ରୋଡ୍)ରେ ଥିବା ଏକ ଥିଏଟର ଚଳାଉଥିଲେ । ଗତ ୧୦ ବର୍ଷ ପୂର୍ବେ ଏହି ଥିଏଟର ବନ୍ଦ ରହିଛି । ଅଭିଯୋଗକାରୀ କର୍ମଚାରୀଙ୍କ କହିବା ଅନୁସାରେ ଏଠାରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ରାଜ୍ୟ ବୀମା ଅର୍ଥ (ESI) ରାଶି କଟା ଯାଉଥିବା ବେଳେ ଏହାକୁ ରାଜ୍ୟ ବୀମା ନିଗମରେ ଭରାଯାଉ ନଥିଲା । ଅର୍ଥାତ ନଭେମ୍ବର 1991 ରୁ 2002 ପର୍ଯ୍ୟନ୍ତ 8 ଲକ୍ଷ 17 ହଜାର ଟଙ୍କା, 2002 ରୁ 2005 ପର୍ଯ୍ୟନ୍ତ 1 ଲକ୍ଷ 58 ହଜାର ଟଙ୍କା ଏବଂ 2003ରୁ 1 ଲକ୍ଷ 58 ହଜାର ଟଙ୍କା ଦିଆଯାଇନଥିବା ଅଭିଯୋଗ ହୋଇଛି ।
ଏହା ମଧ୍ୟ ପଢନ୍ତୁ: Employees insurance fraud case: ବଲିଉଡ ଅଭିନେତ୍ରୀ ଜୟପ୍ରଦାଙ୍କୁ ୬ ମାସ ଜେଲ ଦଣ୍ଡାଦେଶ