ହାଇଦ୍ରାବାଦ: 'ସଡକ ୨' ଏବଂ 'ବାଟଲା ହାଉସ୍' ଭଳି ଚଳଚ୍ଚିତ୍ରରେ କାମ କରୁଥିବା ଅଭିନେତ୍ରୀ କ୍ରିସନ ପରେରାଙ୍କ ପ୍ରକୃତ ଜୀବନ ମଧ୍ୟ ଏକ ରୋମାଞ୍ଚକର ଚଳଚ୍ଚିତ୍ର ପରି ଥିଲା । 27 ବର୍ଷୀୟା ଅଭିନେତ୍ରୀ ଏପ୍ରିଲ 1ରେ ମୁମ୍ବାଇରୁ ଶାରଜାହ ଅଭିମୁଖେ ଯାତ୍ରା କରିଥିଲେ । ଅଭିନେତ୍ରୀ ଏକ ଚଳଚ୍ଚିତ୍ର ଅଡିସନ ପାଇଁ ଶାରଜାହ ଯାଉଥିଲେ । ଶାରଜାହରେ ପହଞ୍ଚିବା ପରେ କ୍ରିସନଙ୍କ ପାଖରୁ ଡ୍ରଗ୍ସ ଜବତ କରାଯାଇଥିଲା, ପରେ ତାଙ୍କୁ ଗିରଫ କରାଯାଇ ଜେଲକୁ ପଠାଇ ଦିଆଯାଇଥିଲା । ପରେ ଏହା ଜଣାପଡ଼ିଲା ଯେ ଏହି ପୁରା ମାମଲା ନକଲି ଏବଂ ଅଭିନେତ୍ରୀଙ୍କୁ ଜାଲରେ ଫସିଯିବା ପରେ ଜେଲକୁ ପଠାଯାଇଥିଲା । ଏହି ମାମଲାରେ ଅଭିନେତ୍ରୀ ନିର୍ଦ୍ଦୋଷ ପ୍ରମାଣିତ ହୋଇ ଏବେ ଭାରତ ଫେରିଛନ୍ତି ।
ଭାବପ୍ରବଣ ଭିଡିଓ ପୋଷ୍ଟ କଲେ ଭାଇ
ଭାରତ ଫେରିବା ପରେ ଅଭିନେତ୍ରୀଙ୍କ ଭାଇ କେଭିନ ପରେରା ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ବିମାନବନ୍ଦରରେ ଭାଇକୁ ଆଲିଙ୍ଗନ କରି କାନ୍ଦୁଥିବାର ନଜର ଆସିଛନ୍ତି । ଅଭିନେତ୍ରୀଙ୍କ ମାଆ ମଧ୍ୟ ତାଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି । ଏହି ଇମୋସନାଲ୍ ମୁହୂର୍ତ୍ତ ପୋଷ୍ଟ କରି ଅଭିନେତ୍ରୀଙ୍କ ଭାଇ ଲେଖିଛନ୍ତି, 'ଶେଷରେ କ୍ରିସନ୍ ଫେରି ଆସିଛନ୍ତି ଏବଂ ଆମେ ସମସ୍ତେ ଏକାଠି ହୋଇଛୁ । ମୁଁ ଜାଣେ ମୁଁ କହିଥିଲି ସେ ଜୁନ୍ ମାସରେ ଫେରିବେ, କିନ୍ତୁ ଟିକିଏ ଅଧିକ ସମୟ ଲାଗିଲା । ବର୍ତ୍ତମାନ ସେ ଫେରି ଆସିଛନ୍ତି।
ଏହା ମଧ୍ୟ ପଢନ୍ତୁ: ଭଙ୍ଗାଯିବ ଦିବଂଗତ ଅଭିନେତା ଦିଲୀପ କୁମାରଙ୍କ ବିଳାସପୂର୍ଣ୍ଣ ବଙ୍ଗଳା