ଓଡିଶା

odisha

ETV Bharat / entertainment

MMS ଲିକ୍ ମାମଲା; ଏମାନଙ୍କ ନାଁରେ ମାନହାନି ମାମଲା ରୁଜୁ କଲେ ଅଞ୍ଜଳୀ - ଅଞ୍ଜଳୀ ଅରୋରା MMS ଲିକ୍ ମାମଲା

Anjali Arora MMS Leak: ନିକଟରେ ଲକ ଅପ ଫେମ ଅଭିନେତ୍ରୀ ଅଞ୍ଜଳୀ ଅରୋରାଙ୍କ MMS ଲିକ୍ ମାମଲାରେ ଏଫଆଇଆର ରୁଜୁ କରିଛନ୍ତି । ସେ ୟୁଟ୍ୟୁବର ସମେତ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଛନ୍ତି । ପୁରା ମାମଲା କ'ଣ ? ଜାଣନ୍ତୁ

MMS ଲିକ୍ ମାମଲା; ଏମାନଙ୍କ ନାଁରେ ମାନହାନି ମାମଲା ରୁଜୁ କଲେ ଅଞ୍ଜଳୀ ଅରୋରା
MMS ଲିକ୍ ମାମଲା; ଏମାନଙ୍କ ନାଁରେ ମାନହାନି ମାମଲା ରୁଜୁ କଲେ ଅଞ୍ଜଳୀ ଅରୋରା

By ETV Bharat Odisha Team

Published : Jan 15, 2024, 9:31 PM IST

ହାଇଦ୍ରାବାଦ:ଲକ ଅପ ଫେମ ଅଭିନେତ୍ରୀ ଅଞ୍ଜଳୀ ଅରୋରା MMS ଭିଡିଓ ଲିକ୍ ନେଇ ମାମଲା ରୁଜୁ କରିଛନ୍ତି । ଅଭିନେତ୍ରୀ ବର୍ତ୍ତମାନ ସେହି ସମସ୍ତ ପବ୍ଲିସିଂ ହାଉସ ସମେତ ୟୁଟ୍ୟୁବର ବିରୋଧରେ ମାନହାନି ମାମଲା ରୁଜୁ କରିଛନ୍ତି । ସୂଚନା ଅନୁସାରେ, ୨୦୨୨ ରେ ଅଭିନେତ୍ରୀଙ୍କ MMS ଭିଡିଓ ଲିକ୍ ହୋଇଥିଲା । ଯାହା ପାଇଁ ସେ ଟ୍ରୋଲର ଶିକାର ହୋଇଥିଲେ । ପରେ ଅଭିନେତ୍ରୀ ସେ ଭିଡିଓରେ ଦେଖାଯାଉଥିବା ଯୁବତୀ ସେ ନୁହଁନ୍ତି ବରଂ ସେ ଡିପଫେକର ଶିକାର ହୋଇଥିବା କହିଥିଲେ । ବର୍ତ୍ତମାନ ଦେଢ ବର୍ଷ ପରେ ଅଭିନେତ୍ରୀ ଏହି ଭିଡିଓ ଲିକ ନେଇ ମାମଲା ରୁଜୁ କରିଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ, ଅଞ୍ଜଳୀ ଏମାନଙ୍କ ନାଁରେ ମାମଲା ରୁଜୁ କରିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଏହାବ୍ୟତୀତ ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ଏହି ମାମଲା ସେହି ପ୍ୟାନ ଡ୍ରାଇଭ ସହ ଜଡିତ, ଯେଉଁଥିରେ ଅଭିନେତ୍ରୀଙ୍କ ଏମଏମଏସ ଭିଡିଓ ରହିଛି । ଏଥରେ ଏହା ମଧ୍ୟ ଦାବି କରାଯାଇଛି ଯେ, ଏହି ଭିଡିଓ ତାଙ୍କ ପରିବାର ସଦସ୍ୟ, ସାଙ୍ଗ ଏବଂ ସମ୍ପର୍କୀୟଙ୍କୁ ପଠାଯାଇଥିଲା ଏବଂ ଏନେଇ ଅନେକ ପ୍ରଶ୍ନ ମଧ୍ୟ ସେମାନଙ୍କୁ କରାଯାଉଥିଲା । ଯାହା ପରେ ଅଭିନେତ୍ରୀଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ସୂଚନା ଥାଉ କି, କଙ୍ଗନା ରାଣାୱତଙ୍କ ଶୋ' ଲକ ଅପ ସିଜନ ୧ ଯୋଗ ଦେବା ପରେ ଅଞ୍ଜଳୀ ଅରୋରାଙ୍କ ଏହି ଭିଡିଓ ଲିକ ହୋଇଥିଲା । ଯାହାଫଳରେ ସେ ବିବାଦରେ ଛନ୍ଦି ହୋଇଥିଲେ । ଭିଡିଓରେ ଜମେ ଯୁବତୀଙ୍କ ଚେହେରା ପରିବର୍ତ୍ତେ ଅଭିନେତ୍ରୀଙ୍କୁ ନଗ୍ନ ଅବସ୍ଥାରେ ଦେଖିବାକୁ ମିଳିଥିଲା । ରିପୋର୍ଟ ଅନୁସାରେ, ଅଭିନେତ୍ରୀ ଯେତେବେଳେ ଲକ ଅପ ଶୋ'ରେ ସାମିଲ ହୋଇଥିଲେ ସେତେବେଳେ ତାଙ୍କ ପରିବାର ସଦସ୍ୟ ତାଙ୍କୁ ଏହି ଘଟଣା ବିଷୟରେ କହିଥିଲେ । ପରେ ସେ ଭିଡିଓକୁ ନେଇ ସ୍ପଷ୍ଟୀକରଣ ରଖିଥିଲେ । ସେ କହିଥିଲେ ଯେ, ଭିଡିଓରେ ଯେଉଁ ଯୁବତୀ ଜଣକ ଏହି ଭିଡିଓରେ ରହିଛନ୍ତି ତାହା ମୋର ନୁହଁ । ତେବେ ଅଭିନେତ୍ରୀ ଶୋ'ରେ ସାମିଲ ହୋଇଥିବା ନେଇ କୌଣସି ଲିଗାଲ ଆକ୍ସନ ନେଇନଥିଲେ । ବର୍ତ୍ତମାନ ଅଭିନେତ୍ରୀ ଏନେଇ ମାମଲା ରୁଜୁ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ବିବାଦ ପରେ ଓଟିଟି ପ୍ଲାଟଫର୍ମରୁ ହଟିଲା ନୟନତାରାଙ୍କ ଫିଲ୍ମ 'ଅନ୍ନପୁରାନୀ'

କହିରଖୁଛୁ କି, ଅଞ୍ଜଳୀ ଅରୋରା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଅଟନ୍ତି । ଏଥିସହ ସେ ଲୋକପ୍ରିୟ ଗୀତ କଚ୍ଚା ବାଦାମରେ ଡ୍ୟାନ୍ସ କରି ରାତାରାତି ଷ୍ଟାର ହୋଇଥିଲେ । ଏଥିସହ ଅଞ୍ଜଳୀ ଏକତା କପୁରଙ୍କ ଦ୍ବାରା ନିର୍ମିତ ଏବଂ କଙ୍ଗନା ରାଣାୱତଙ୍କ ଶୋ' ଲକ ଅପରେ ପ୍ରତିଯୋଗୀ ଭାବେ ସାମିଲ ହୋଇଥିଲେ । ଏଥିରେ ମୁନାୱର ଫାରୁକୀ ମଧ୍ୟ ଯୋଗ ଦେଇଥିଲେ ।

ABOUT THE AUTHOR

...view details