ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଆଜି ତାଙ୍କର 49 ତମ ଜନ୍ମଦିନ ପାଳନ କରୁଛନ୍ତି । ବଚ୍ଚନ ପରିବାରର ବୋହୂ ତଥା ଜଣାଶୁଣା ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ତାଙ୍କ ଅଭିନୟ ତଥା ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଜଣାଶୁଣା । 1994 ମସିହାରେ ଐଶ୍ୱର୍ଯ୍ୟା ମିସ୍ ୱାଲର୍ଡର ମୁକୁଟ ଜିତିଥିଲେ, ଏହାପରେ ତାଙ୍କ ଜୀବନରେ ଆସିଥିଲା ଟ୍ୱିଷ୍ଟ । ତାଙ୍କୁ ଅନେକ ଆଡୁ ବହୁତ ଅଫର୍ ମଧ୍ୟ ଆସିବାରେ ଲାଗିଲା, ବର୍ତ୍ତମାନ ସେ ବଲିଉଡର ନାମୀଦାମୀ ହିରୋଇନଙ୍କ ମଧ୍ୟରୁ ଜଣେ । ଐଶ୍ୱର୍ଯ୍ୟା ରାୟଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କଥାବାର୍ତ୍ତା କରିବା ତ, ସେ ବହୁତ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରନ୍ତି । ସେ ବି-ଟାଉନର ସବୁଠାରୁ ଧନୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ନେଟ୍ଓ୍ବର୍ଥ ସମ୍ପର୍କରେ ।
1 ନଭେମ୍ବର 1973 ରେ କର୍ଣ୍ଣାଟକର ମାଙ୍ଗାଲୋରରେ ଜନ୍ମଗ୍ରହଣ କରିଥିବା ଐଶ୍ୱର୍ଯ୍ୟା ରାୟ 1997 ମସିହାରେ ମଣି ରତ୍ନାମଙ୍କ ଚଳଚ୍ଚିତ୍ର 'ଇରୁଭର୍' ସହିତ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହା ପରେ ସେ ଫିଲ୍ମ 'ଔର ପ୍ୟାର ହୋ ଗୟା' ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ତେବେ ଫିଲ୍ମଟି ଏତେଟା ଖାସ୍ ଚାଲିନଥିଲା । 1999 ମସିହାରେ 'ହମ୍ ଦିଲ୍ ଦେ ଚୁକେ ସନମ୍' ଚଳଚ୍ଚିତ୍ର ସହିତ ଐଶ୍ୱର୍ଯ୍ୟା ବଲିଉଡରେ ତାଙ୍କର ପ୍ରକୃତ ସଫଳତା ପାଇଥିଲେ। ଏହା ପରେ, ଐଶ୍ ଗୋଟିଏ ପରେ ଗୋଟିଏ ଶାନଦାର ବଲିଉଡ ଚଳଚ୍ଚିତ୍ରର ଏକ ଅଂଶ ହୋଇଗଲେ ଏବଂ ଧିରେ ଧିରେ ସଫଳତାର ସିଢି ଚଢି ଚାଲିଲେ । ଏହି କାରଣରୁ ଐଶ୍ୱର୍ଯ୍ୟାଙ୍କୁ ବଲିଉଡର ସବୁଠାରୁ ଦାମୀ ଅଭିନେତ୍ରୀ ତାଲିକାରେ ସାମିଲ କରାଯାଇଛି ।
ମିଡିଆ ରିପୋର୍ଟ ଅନୁଯାୟୀ ଐଶ୍ୱର୍ଯ୍ୟା ରାୟଙ୍କ ମୋଟ ସମ୍ପତ୍ତି ବିଷୟରେ କହିବାକୁ ଗଲେ, ସେ ପ୍ରାୟ 775 କୋଟିର ମାଲିକାଣି ଅଟନ୍ତି । ଐଶ୍ ପ୍ରତି ଚଳଚ୍ଚିତ୍ର ପାଇଁ 10 ରୁ 12 କୋଟି ଟଙ୍କା ଆଦାୟ କରନ୍ତି । ଐଶ୍ୱର୍ଯ୍ୟା ରାୟ ମଧ୍ୟ ବଡ ବ୍ରାଣ୍ଡ ପାଇଁ ବିଜ୍ଞାପନ କରନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ଐଶ୍ୱର୍ଯ୍ୟା କେବଳ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ବାର୍ଷିକ 80 ରୁ 90 କୋଟି ରୋଜଗାର କରନ୍ତି । ଖବର ଅନୁଯାୟୀ,ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ଦିନକୁ ପ୍ରାୟ 6-7 କୋଟି ଟଙ୍କା ଆଦାୟ କରନ୍ତି । ଅଭିନେତ୍ରୀ ହେବା ବ୍ୟତୀତ ଐଶ୍ୱର୍ଯ୍ୟା ଜଣେ ମହିଳା ବ୍ୟବସାୟୀ ମଧ୍ୟ ଅଟନ୍ତି। ସେ ପୁଷ୍ଟିକର ଭିତ୍ତିକ ସ୍ୱାସ୍ଥ୍ୟସେବା ଷ୍ଟାର୍ଟଅପରେ ମଧ୍ୟ ଜଣେ ନିବେଶକ ।