ଓଡିଶା

odisha

ETV Bharat / entertainment

Rishabh Pant Accident: ହସ୍ପିଟାଲରେ ପନ୍ତଙ୍କୁ ଭେଟିଲେ ଅନିଲ କପୁର ଓ ଅନୁପମ ଖେର

ସଡ଼କ ଦୁର୍ଘଟଣାରେ ଭାରତୀୟ କ୍ରିକେଟର ଋଷଭ ପନ୍ତ ଆହତ ହୋଇଛନ୍ତି । ସେ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଆଜି ଅଭିନେତା ଅନୁପମ ଖେର ଏବଂ ଅନିଲ କପୁର ଋଷଭ ପନ୍ତଙ୍କୁ ହସ୍ପିଟାଲରେ ଭେଟିଛନ୍ତି । ଅଧିକ ପଢନ୍ତୁ

ଅନୁପମ ଖେର ଏବଂ ଅନିଲ କପୁର
ଅନୁପମ ଖେର ଏବଂ ଅନିଲ କପୁର

By

Published : Dec 31, 2022, 11:33 AM IST

ଡେରାଡୁନ: ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ଋଷଭ ପନ୍ତଙ୍କର ମର୍ସିଡିଜ୍‌ କାର୍‌ ଗତକାଲି (ଡିସେମ୍ବର 30) ଉତ୍ତରାଖଣ୍ଡର ରୁର୍କୀରେ ଦୁର୍ଘଟଣାଗ୍ରସ୍ତ (Rishabh Pant Accident) ହୋଇଥିଲା । ଏହି ଦୁର୍ଘଟଣାରେ ଆହତ ଥିବା ଋଷଭ ପନ୍ତଙ୍କ ପାଇଁ ପ୍ରାର୍ଥନା କରାଯାଉଛି । ଏହି ଦୁର୍ଘଟଣାକୁ ନେଇ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରିଥିଲେ । ଉକ୍ତ ଟୁଇଟରେ ମୋଦି ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ତାଙ୍କର ଭଲ ସ୍ୱାସ୍ଥ୍ୟ ପାଇଁ କାମନା କରିଥିଲେ । ଆଜି ଦୁଇ ଜଣ ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତା ଅନୁପମ ଖେର ଏବଂ ଅନିଲ କପୁର ଡାକ୍ତରଖାନାରେ ପହଞ୍ଚି ଋଷଭ ପନ୍ତଙ୍କୁ ଭେଟିଛନ୍ତି ।

ଋଷଭଙ୍କୁ ଭେଟିଲେ ଅନୁପମ ଖେର ଏବଂ ଅନିଲ କପୁର

ଆଜି ଚଳଚ୍ଚିତ୍ର ଅଭିନେତା ଅନୁପମ ଖେର ଏବଂ ଅନିଲ କପୁର ଆହତ ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟ ବିଷୟରେ ଜାଣିବା ପାଇଁ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ପହଞ୍ଚିଥିଲେ । ଉଭୟ ଅନୁପମ ଖେର ଏବଂ ଅନିଲ କପୁର କ୍ରିକେଟର ବଡ଼ ପ୍ରଶଂସକ ଅଟନ୍ତି । ଋଷଭ ପନ୍ତ ମଧ୍ୟ ଉଭୟଙ୍କ ପ୍ରିୟ କ୍ରିକେଟର । ଯେତେବେଳେ ଅଭିନେତା ଅନୁପମ ଖେର ଏବଂ ଅନିଲ କପୁର ଋଷଭ ପନ୍ତଙ୍କ ଦୁର୍ଘଟଣା ବିଷୟରେ ଜାଣିିଲେ, ସେତେବେଳେ ସେମାନେ ତାଙ୍କୁ ଭେଟିବା ପାଇଁ ଡାକ୍ତରଖାନାରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ । ଅବସ୍ଥା ଦେଖିବା ପରେ ଅନୁପମ ଖେର କହିଛନ୍ତି, 'ଋଷଭ ଡାକ୍ତରଖାନାରେ ଅଛନ୍ତି ବୋଲି ଜାଣିବା ମାତ୍ରେ ଆମେ ତାଙ୍କୁ ଦେଖିବା ପାଇଁ ଏଠାକୁ ଆସିଥିଲୁ । ତାଙ୍କ ମାଆଙ୍କୁ ମଧ୍ୟ ଭେଟିଲୁ । ବର୍ତ୍ତମାନ ସେ ପୂର୍ବ ଅପେକ୍ଷା ଭଲ ଅଛନ୍ତି । ସମଗ୍ର ଭାରତର ପ୍ରାର୍ଥନା ତାଙ୍କ ସହିତ ଅଛି । ସେ ଶୀଘ୍ର ଭଲ ହୋଇଯିବେ । ସେ ଜଣେ ଯୋଦ୍ଧା।

ଏଥି ସହିତ ଅନିଲ କପୁର ମଧ୍ୟ ଋଷଭ ପନ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ କହିଛନ୍ତି କି, ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି । ଆମକୁ ଯେଉଁ ଭୟ ଥିଲା, ବର୍ତ୍ତମାନ ତାହା ଆଦୌ ନାହିଁ । ଆଗକୁ କଥାବାର୍ତ୍ତା କରି ଅନୁପମ ଖେର ଏବଂ ଅନିଲ କପୁର କହିଛନ୍ତି, 'ଆମେ ତାଙ୍କୁ ଟିକେ ହସାଇବାକୁ ଚେଷ୍ଟା କରିଥିଲୁ । ଆମେ ତାଙ୍କୁ ବନ୍ଧୁ ଭାବରେ ଭେଟିବାକୁ ଯାଇଥିଲୁ, ବଲିଉଡ ତାରକା ଭାବେ ନୁହେଁ । ଅନୁପମ ଖେର ଏହା ମଧ୍ୟ କହିଛନ୍ତି ଯେ 'ମୁଁ ଲାଗୁଛି ଏପରି ସମୟରେ ତାଙ୍କୁ ସମସ୍ତେ ସାକ୍ଷାତ କରିବା ଉଚିତ୍‌, ଯେତେବେଳେ ତାଙ୍କୁ ସମସ୍ତଙ୍କର ଆବଶ୍ୟକତା ଅଛିି । ହସ୍ପିଟାଲର ପ୍ରୋଟୋକଲ୍ ଅନୁସରଣ କରି ଆମେ ତାଙ୍କୁ ଭେଟିଲୁ ।’ ଋଷଭ ପନ୍ତଙ୍କୁ ଭେଟିବା ଏବଂ ତାଙ୍କୁ ଦେଖିବା ପରେ ଅନୁପମ ଖେର ଏବଂ ଅନିଲ କପୁର ବହୁତ ଖୁସି ନଜର ଆସିଛନ୍ତି । ସେମାନଙ୍କର କହିବାନୁସାରେ, ଆମ ଭାରତୀୟ କ୍ରିକେଟର ଶୀଘ୍ର ସୁସ୍ଥ ହୋଇଯିବେ ।

ଋଷଭଙ୍କର ହେଲା ପ୍ଲାଷ୍ଟିକ୍ ସର୍ଜରୀ

ଡେରାଡୁନ୍ ମ୍ୟାକ୍ସ ହସ୍ପିଟାଲରେ କ୍ରିକେଟର ଋଷଭ ପନ୍ତଙ୍କର ପ୍ଲାଷ୍ଟିକ୍ ସର୍ଜରୀ ହୋଇଛି । ଏହାସହ ତାଙ୍କ ମୁଣ୍ଡ ଓ ମେରୁଦଣ୍ଡର ଏମଆରଆଇ ରିପୋର୍ଟ ମଧ୍ୟ ଆସିଛି । ଏହି ରିପୋର୍ଟ ଆସିବା ପରେ ପନ୍ତଙ୍କ ପ୍ରଶଂସକ ଆଶ୍ୱସ୍ତ ହୋଇଛନ୍ତି । କାରଣ ରିପୋର୍ଟରେ ସବୁକିଛି ନର୍ମାଲ ଥିବା ଜଣାପଡିଛି । ଡାକ୍ତରଙ୍କ କହିଛନ୍ତି ଯେ, ଏବେବି ଋଷଭଙ୍କ ଏକାଧିକ ସ୍କାନ କରାଯିବାର ଅଛି । ତାଙ୍କ ଅଣ୍ଟା ଓ ଆଣ୍ଠୁରେ ଯନ୍ତ୍ରଣା ହେଉଥିବାରୁ ଏଗୁଡିକର ସ୍କାନିଙ୍ଗ କରାଯିବ ।

ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି ବିସିସିଆଇ

୨୫ ବର୍ଷ ବୟସ୍କ ଉଦୀୟମାନ କ୍ରିକେଟର୍‌ ପନ୍ତ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ପୂରା ନଜର ରଖିଛି ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ)। ତାଙ୍କର ସ୍କାନ୍‌ କରାଯାଇଛି ଏବଂ ଅବସ୍ଥା ସ୍ଥିର ରହିଥିବା ବିସିସିଆଇ ସଂପାଦକ ଜୟ ଶାହା ଟ୍ବିଟ୍‌ କରିଛନ୍ତି । ଆମେ ଅତିପାଖରୁ ତାଙ୍କ ସ୍ବାସ୍ଥ୍ୟବସ୍ଥାର ଅଗ୍ରଗତି ଉପରେ ଦୃଷ୍ଟି ରଖିଛୁ ଏବଂ ଚିକିତ୍ସା ପାଇଁ ଆବଶ୍ୟକ ସମସ୍ତ ସହଯୋଗ ଯୋଗାଇଦେବୁ ବୋଲି ଜୟ ଶାହା କହିଛନ୍ତି। ପନ୍ତ୍‌ଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରିବାକୁ ଜୟ ଶାହା ନିବେଦନ କରିଛନ୍ତି । ମୁଁ ତାଙ୍କ ପରିବାର ଏବଂ ଡାକ୍ତରମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ କହିଛି ବୋଲି ଶାହା କହିଛନ୍ତି ।

ପରିବାର ସହ କଥା ହେଲେ ପ୍ରଧାନମନ୍ତ୍ରୀ

ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଋଷଭ ପନ୍ତ୍‌ଙ୍କ ପାଇଁ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଆଜି ପନ୍ତ୍‌ଙ୍କ ପରିବାର ସଦସ୍ୟଙ୍କ ସହ କଥା ହୋଇଥିଲା ବେଳେ ପନ୍ତ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ପଚାରି ବୁଝିଥିଲେ । ମୋଦି ମଧ୍ୟ ତାଙ୍କ ଦ୍ରୁତ ଆରୋଗ୍ୟ ପାଇଁ ଟ୍ବିଟର୍‌ରେ ପ୍ରାର୍ଥନା କରିଛନ୍ତି ।

ABOUT THE AUTHOR

...view details