ହାଇଦ୍ରାବାଦ:ଭେଟେରାନ୍ ମାଲାୟାଲମ୍ ଅଭିନେତା ଶ୍ରୀଜିତ ରବି (actor Sreejith Ravi) ଙ୍କୁ POCSO ମାମଲାରେ ଗିରଫ କରାଯାଇଛି। ଅଭିନେତାଙ୍କ ବିରୋଧରେ ପାର୍କରେ ଦୁଇ ନାବାଳିକା ଝିଅଙ୍କୁ ଅଶ୍ଳୀଳ ବ୍ୟବହାର କରିବା ଅଭିଯୋଗ ହୋଇଛି। ଶିଶୁମାନଙ୍କୁ ଯୌନ ଅପରାଧରୁ ସୁରକ୍ଷା (POCSO) ଅଧିନିୟମର ଧାରା 11 ଆଧାରରେ ତାଙ୍କୁ ଗିରଫ କରାଯାଇଛି। ଏହି ଘଟଣା ଜୁଲାଇ 4 ତାରିଖ ଦିନ ଘଟିଥିବା କୁହାଯାଉଛି। କେରଳର ତ୍ରିଶୁର ଜିଲ୍ଲା ପୋଲିସ ଅଭିନେତାଙ୍କୁ ଗିରଫ କରିଛି।
ପୋଲିସର ସୂଚନାନୁସାରେ, ଶ୍ରୀଜିତ ତାଙ୍କ କାରରେ ବସିଥିବାବେଳେ ଦୁଇଜଣ ନାବାଳିକାଙ୍କୁ ଦେଖିଥିଲେ। ଖବର ଅନୁଯାୟୀ, ଅଭିନେତା ତାଙ୍କ କାରରୁ ବାହାରି ନିଜର ପ୍ରାଇଭେଟ ପାର୍ଟ ଦେଖାଇଥିଲେ । ଏହି ଅଭିଯୋଗରେ ଅଭିନେତାଙ୍କୁ କେରଳ ପୋଲିସ ଗିରଫ କରିଛି ।