ହାଇଦ୍ରାବାଦ:ଧୁମ୍ ଅଭିନେତ୍ରୀ ରିମି ସେନ୍ଙ୍କ ପରେଠକେଇର ଶିକାର ହେଲେ ବଲିଉଡ ଅଭିନେତା ରାଜକୁମାର ରାଓ । ସୋସିଆଲ ମିଡିଆରେ ସକ୍ରିୟ ଅଭିନେତା ତାଙ୍କ ଟ୍ୱିଟରରେ ଏକ ପୋଷ୍ଟ ସେୟାର କରିଛନ୍ତି। ତାଙ୍କର ସମ୍ପ୍ରତି ପୋଷ୍ଟ ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ବାସ୍ତବରେ, ଏହି ପୋଷ୍ଟକୁ ସେୟାର୍ କରିବାବେଳେ ରାଜକୁମାର ରାଓ ସୂଚନା ଦେଇଛନ୍ତି ଯେ, ତାଙ୍କ ସହ ଠକେଇ ହୋଇଛି। କେହି ଜଣେ ଜାଲିଆତି କରି ଅଭିନେତାଙ୍କ ପାନ୍ କାର୍ଡରେ ଲୋନ୍ ନେଇଛନ୍ତି । ଏହା ଜାଣିବା ପରେ ଅଭିନେତା ସେହି ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଅଭିନେତା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି
ଅଭିନେତା ରାଜକୁମାର ରାଓ କହିଛନ୍ତି ଯେ ତାଙ୍କ ପ୍ୟାନ କାର୍ଡର ଅପବ୍ୟବହାର କରି ଲୋନ ନେଇଛନ୍ତି । ତାଙ୍କ ନାଁରେ ୨୫୦୦ ଟଙ୍କା ଲୋନ ନିଆଯାଇଛି। ଯେଉଁଥିପାଇଁ ତାଙ୍କ କ୍ରେଡିଟ ସ୍କୋର ପ୍ରଭାବିତ ହୋଇଛି। ବର୍ତ୍ତମାନ ଟ୍ୱିଟର ମାଧ୍ୟମରେ ଏହି ସମଗ୍ର ବିଷୟ ଉପରେ ପୋଷ୍ଟ କରି ସେ କ୍ରେଡିଟ ଇନଫରମେସନ୍ ବ୍ୟୁରୋ (ଇଣ୍ଡିଆ) ଲିମିଟେଡ୍ (ସିବିଆଇଏଲ୍) ର ଅଧିକାରୀମାନଙ୍କୁ ଏହି ଘଟଣାକୁ ଯାଞ୍ଚ କରିବାକୁ କହିଛନ୍ତି। ତେବେ, CIBIL ର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ଏପର୍ଯ୍ୟନ୍ତ ଅଭିନେତାଙ୍କୁ ଜବାବ ଦେଇ ନାହିଁ ।