ଓଡିଶା

odisha

ETV Bharat / entertainment

ଫିଲ୍ମ 'କଡକ ସିଂ'କୁ ସ୍ପେଶାଲ ପ୍ରୋଜେକ୍ଟ କହିଲେ ଅଭିନେତା ପଙ୍କଜ ତ୍ରିପାଠୀ - upcoming OTT film

ନିଜର ଆଗାମୀ ଚଳଚ୍ଚିତ୍ର 'କଡକ ସିଂ'କୁ ସ୍ପେଶାଲ ପ୍ରୋଜେକ୍ଟ କହିଲେ ଅଭିନେତା ପଙ୍କଜ ତ୍ରିପାଠୀ । ଫିଲ୍ମକୁ ନେଇ ଆଉ କ'ଣ କ'ଣ କହିଛନ୍ତି ପଙ୍କଜ, ଜାଣନ୍ତୁ

କଡକ ସିଂ
kadak singh

By ETV Bharat Odisha Team

Published : Nov 25, 2023, 10:13 PM IST

ହାଇଦ୍ରାବାଦ: ନିଜର ଆଗାମୀ ଚଳଚ୍ଚିତ୍ର 'କଡକ ସିଂ'କୁ ନେଇ ଖୁଲାସା କରିଛନ୍ତି ଅଭିନେତା ପଙ୍କଜ ତ୍ରିପାଠୀ । ଏହି ଫିଲ୍ମକୁ ସେ ନିଜର ସ୍ପେଶାଲ ପ୍ରୋଜେକ୍ଟ ବୋଲି ଦର୍ଶାଇଛନ୍ତି । ଏହି ଫିଲ୍ମରେ ସେ ସ୍ମୃତି ଶକ୍ତି ହରାଇବା ଭଳି ରୋଗରେ ପୀଡିତ ଥିବା ବ୍ୟକ୍ତିର ଭୂମିକାରେ ନଜର ଆସିବେ । ଫିଲ୍ମ 'କଡକ ସିଂ'ର ସଂଳାପରୁ ଆରମ୍ଭ କରି ଗୀତ ପର୍ଯ୍ୟନ୍ତ ସବୁ କିଛି ବହୁତ ଖାସ୍ ବୋଲି କହିଛନ୍ତି ଅଭିନେତା ପଙ୍କଜ ତ୍ରିପାଠୀ ।

ତେବେ ରାଷ୍ଟ୍ରୀୟ ପୁରସ୍କାର ବିଜେତା ଅନିରୁଦ୍ଧ ରାୟ ଚୌଧୁରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପଙ୍କଜ ତ୍ରିପାଠୀ ଏ କେ ଶ୍ରୀବାସ୍ତବ ନାମକ ଭୂମିକାରେ ନଜର ଆସିବେ । ପଙ୍କଜଙ୍କୁ ଫାଇନାନ୍ସ କ୍ରାଇମ ଡିପାର୍ଟମେଣ୍ଟର ଅଧିକାରୀ ଭାବେ ଦେଖିବାକୁ ମିଳିବ । ଯେଉଁଥିରେ ସେ ମସ୍ତିସ୍କ ରୋଗରେ ପୀଡିତ । ଅର୍ଥାତ୍ ଭୁଲିଯିବାର ରୋଗ ଥିବାରୁ ତାଙ୍କର ସ୍ମୃତି ଶକ୍ତି ଫେରାଇ ଆଣିବାକୁ ଅନେକ ପ୍ରୟାସ କରାଯାଉଥିବାର ଦେଖିବାକୁ ମିଳିବ ।

ଗତ କିଛି ଦିନ ତଳେ ଫିଲ୍ମ 'କଡକ ସିଂ' ର ପୋଷ୍ଟର ରିଲିଜ ହୋଇଥିଲା । ଏହା ଏକ ସସପେନ୍ସ ଥ୍ରୀଲର ଫିଲ୍ମ ହୋଇଥିବା କୁହାଯାଉଛି । ଲୋକପ୍ରିୟ ୱେବ ସିରିଜ 'ମିର୍ଜାପୁର'ରେ 'କାଲିନ ଭୈୟା' ଭୂମିକାରେ ପଙ୍କଜ କରିଥିବା ଅଭିନୟ ଦର୍ଶକଙ୍କୁ ହୃଦୟ ଜିତିଥିଲା । ସେହିପରି 'ଓ ମାଇଁ ଗଡ୍' ଚଳଚ୍ଚିତ୍ରରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ ପଙ୍କଜ । ସେହିପରି ଫିଲ୍ମ 'କଡକ ସିଂ' ମଧ୍ୟ ସୁପରହିଟ୍ ହେବ ବୋଲି ଆଶା ରଖିଛି ପ୍ରଯୋଜନା ସଂସ୍ଥା । ପଙ୍କଜଙ୍କ ବ୍ୟତୀତ ଫିଲ୍ମ 'କଡକ ସିଂ'ରେ ସଞ୍ଜନା ସଂଘୀ ଓ ଜୟା ଅହଶାନଙ୍କୁ ଦେଖିବାକୁ ମିଳିବ । ତେବେ ଏହି ଫିଲ୍ମର ରିଲିଜ ତାରିଖ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ଏହା ବି ପଢନ୍ତୁ...ଆସୁଛି ହ୍ରିତିକଙ୍କ ଫାଇଟର ଟିଜର, ଘୋଷଣା ହେଲା ତାରିଖ

ଏହା ବି ପଢନ୍ତୁ...କାର୍ତ୍ତିକଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି, ଅଭିନେତାଙ୍କ ସହ ପ୍ରଥମ ଫିଲ୍ମର ଘୋଷଣା କଲେ କରଣ

ଛୋଟରୁ ଆରମ୍ଭ କରି ବଡ଼ ଭୂମିକା ସବୁଥିରେ ଖୁବ ଚମତ୍କାର ଅଭିନୟ କରି ଆସିଛନ୍ତି ଏହି ଭେଟେରାନ ଅଭିନେତା । ଏପରିକି ସେ ଜାତୀୟ ପୁରସ୍କାର ମଧ୍ୟ ହାସଲ କରିବାରେ ସଫଳ ହୋଇଛନ୍ତି । ତେବେ ଏହି ମିଷ୍ଟ୍ରି ଥ୍ରୀଲର ଫିଲ୍ମ 'କଡକ ସିଂ' ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଥିବାବେଳେ ଅପେକ୍ଷା କରି ରହିଛନ୍ତି ଦର୍ଶକ । ଅନ୍ୟପଟେ ଏହା ଏକ ସ୍ପେଶାଲ ଫିଲ୍ମ ବୋଲି କହିଛନ୍ତି ଅଭିନେତା ପଙ୍କଜ ତ୍ରିପାଠୀ ।

ABOUT THE AUTHOR

...view details