ଭୁବନେଶ୍ୱର: ଓଲିଉଡ ଜଗତ ପାଇଁ ଆଉ ଏକ ଦୁଃଖଦ ଖବର । ସଡ଼କ ଦୁର୍ଘଟଣାରେ ଅଭିନେତା ତଥା ନିର୍ଦ୍ଦେଶକ ନିଶି କରଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ନିଶିଙ୍କୁ ୩୮ ବର୍ଷ ବୟସ ହୋଇଥିଲା । ତାଙ୍କ ଦେହାନ୍ତରେ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି ।
ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ପୁରୀ ଜିଲ୍ଲା କାକଟପୁର କାହାଳ ଗାଁରେ ସେ ଜନ୍ମଗ୍ରହଣ କରିଥିଲେ । ଅଭିନୟର ଯାଦୁରେ ସେ ଓଡ଼ିଆ ସିନେମା ଶିଳ୍ପରେ ଅନେକ କିଛି ଅଭୂଲା ସ୍ମୃତି ଛାଡିଯାଇଛନ୍ତି । ନିଶି ଦୁଇଟି ଓଡିଆ ଚଳଚ୍ଚିତ୍ର “ଆତ୍ମା କାନ୍ଦୁଛି”, “ଦୁହେଁ ଦୁହିଁଙ୍କ ପାଇଁ”ରେ ନିର୍ଦ୍ଦେଶନା ଦେବା ସହ ୫୦୦ରୁ ଅଧିକ ଆଲବମରେ ନିର୍ଦ୍ଦେଶନା ଦେଇଛନ୍ତି ।