ଓଡିଶା

odisha

ETV Bharat / entertainment

ପ୍ରେମିକା ସହ ଜନ୍ମଦିନ ପାଳିଲେ କରଣ କୁନ୍ଦ୍ରା, ଦେଖନ୍ତୁ ଝଲକ

କରଣ କୁନ୍ଦ୍ରାଙ୍କ ଆଜି ୩୯ତମ ଜନ୍ମଦିନ । ଏହି ବିଶେଷ ଦିନକୁ ସେ ନିଜ ଗାର୍ଲଫ୍ରେଣ୍ଡ ତେଜସ୍ବୀ ପ୍ରକାଶଙ୍କ ସହ ଗୋଆରେ ଜନ୍ମଦିନ ପାଳନ କରିଛନ୍ତି । ଅଧିକ ପଢନ୍ତୁ

By ETV Bharat Odisha Team

Published : Oct 11, 2023, 5:11 PM IST

Etv Bharat
Etv Bharat

ହାଇଦ୍ରାବାଦ: ଆଜି କରଣ କୁନ୍ଦ୍ରା ତାଙ୍କ ୩୯ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ସେ ଗୋଆରେ ନିଜ ଗାର୍ଲଫ୍ରେଣ୍ଡ ତେଜସ୍ବୀ ପ୍ରକାଶଙ୍କ ସହ ଜନ୍ମଦିନ ସେଲିବ୍ରେଟ କରିଛନ୍ତି । ତେଜସ୍ବୀ ସୋସିଆଲ ମିଡିଆରେ ଭିଡିଓ ସେୟାର କରି ସେଲିବ୍ରେସନର ଝଲକ ଦେଖାଇଛନ୍ତି ।

କରଣ କୁନ୍ଦ୍ରାଙ୍କ ଆଜି ୩୯ତମ ଜନ୍ମଦିନ

ତେଜସ୍ୱୀ ପ୍ରକାଶ ତାଙ୍କ ଇନଷ୍ଟାଗ୍ରାମରେ ପ୍ରେମିକ କରଣଙ୍କ ଜନ୍ମଦିନ ପାଳନ କରିବାର ଅନେକ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । ପ୍ରଥମ ଭିଡିଓରେ କରଣ ଏବଂ ତେଜସ୍ୱୀ ଗୋଆ ବିମାନବନ୍ଦରରେ ପହଞ୍ଚୁଥିବାର ଦେଖିବାକୁ ମିଳିଛି । ଏହି ସମୟରେ ଦୁହେଁ ବେଶ ଉତ୍ସାହିତ ଥିବା ନଜର ଆସିଛନ୍ତି । ଭିଡିଓରେ ତେଜସ୍ୱୀ କରଣଙ୍କୁ ତାଙ୍କ ଜନ୍ମଦିନ ପାଳନ କରିବାକୁ ସେଠାକୁ ଆସିଥିବାରୁ ଧନ୍ୟବାଦ ବି ଜଣାଇଛନ୍ତି । ତେଜସ୍ୱୀ କୁହନ୍ତି, ''ମୁଁ ଠିକ୍ ସମୟରେ ଏଠାକୁ ଆସିଥିଲି ଏବଂ ତୁମେ ଆସିଲ ନାହିଁ ।” କିନ୍ତୁ ଶେଷରେ ଜନ୍ମଦିନ ପାଇଁ ଏଠାକୁ ଆସିଲ । ଥ୍ୟାଙ୍କ ୟୁ ।''

ଗାର୍ଲଫ୍ରେଣ୍ଡ ତେଜସ୍ବୀ ପ୍ରକାଶଙ୍କ କରଣ କୁନ୍ଦ୍ରାଙ୍କ ସେଲ୍ଫି ଫଟୋ

ସେହିପରି ଆଉ ଏକ ଭିଡିଓରେ ଏକ ହୋଟେଲରେ କରଣ ଏବଂ ତେଜସ୍ବୀ ଡିନର ଉପଭୋଗ କରୁଥିବା ଦେଖିବାକୁ ମିଳିଛି । ଅନ୍ୟ ଏକ ଭିଡିଓରେ ଗୋଆ ବିଚରେ ଜନ୍ମଦିନ ସେଲିବ୍ରଟ କରୁଥିବାର ନଜର ଆସିଛନ୍ତି । ଉଭୟଙ୍କୁ ହ୍ବାଇଟ ଆଉଟଫିଟରେ ଦେଖିବାକୁ ମିଳିଛି । ଏହି ସମୟରେ କରଣ ସାମ୍ପିଆନ ଖୋଲୁଥିବାର ନଜର ଆସିଥିବା ବେଳେ ଉଭୟ ଡ୍ରିଙ୍କଙ୍କୁ ଉପଭୋଗ କରିଛନ୍ତି ।

ଗୋଆରେ କରଣ କୁନ୍ଦ୍ରାଙ୍କ ବର୍ଥ ଡେ ସେଲିବ୍ରେସନ

କରଣ ଏବଂ ତେଜସ୍ୱୀଙ୍କ ପ୍ରେମ କାହାଣୀ ବିଗ୍ ବସ୍ 15 ସମୟରୁ ଆରମ୍ଭ ହୋଇଥିଲା । ତେଜସ୍ବୀ ପ୍ରକାଶ ବିଗ୍‌ବସ୍‌ 15 ବିଜେତା ଥିବା ବେଳେ କରଣ କୁନ୍ଦ୍ରା ବିଗ୍‌ବସ୍‌ 15ର ପ୍ରତିଯୋଗୀ ଥିଲେ । ପରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢିବାରେ ଲାଗିଲା । ଉଭୟଙ୍କ ଅନେକ ସମୟରେ ଏକାଠି ଦେଖିବାକୁ ମିଳେ । ପ୍ରଶଂସକମାନେ ମଧ୍ୟ ଏହି କପଲଙ୍କୁ ବେଶ ପସନ୍ଦ କରନ୍ତି । ଉଭୟ ଖୁବଶୀଘ୍ର ବିବାହ କରିବେ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ:ବ୍ରେକଅପ ଚର୍ଚ୍ଚାକୁ ଖଣ୍ଡନ କଲେ ତେଜସ୍ବୀ ପ୍ରକାଶ, ଖୁବଶ୍ରୀଘ୍ର କରିବେ ବିବାହ !

ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, କରଣଙ୍କୁ ଶେଷ ଥର ପାଇଁ ଟିଭି ଶୋ 'ଇସ୍କ ମେଁ ଘାୟଲ'ରେ ଦେଖିବାକୁ ମିଳିଥିଲା । ଏଥିସହ ନିକଟରେ ଅଭିନେତା ଭୂମି ପେଡନେକରଙ୍କ ଫିଲ୍ମ 'ଥ୍ୟାଙ୍କ ୟୁ ଫର କମିଙ୍ଗ'ରେ ମଧ୍ୟ ନଜର ଆସିଛନ୍ତି । ତେଜସ୍ବୀଙ୍କ କଥା କହିବାକୁ ଗଲେ, 'ନାଗିନ୍ 6' ରେ ଦେଖିବାକୁ ମିଳିଛି । ବର୍ତ୍ତମାନ ଅଭିନେତ୍ରୀଙ୍କ ଡ୍ୟାନ୍ସ ରିଆଲିଟି ଶୋ 'ଝଲକ ଦିଖଲା ଜା'ର ୧୧ତମ ସିଜନ ହୋଷ୍ଟ କରିବେ ବୋଲି ଖବର ସାମ୍ନାକୁ ଆସିଛି ।

ABOUT THE AUTHOR

...view details