ଓଡିଶା

odisha

By

Published : Jul 18, 2022, 7:06 PM IST

ETV Bharat / entertainment

ଦୁର୍ଗା ପୂଜାରେ ଆସୁଛି ଚଳଚ୍ଚିତ୍ର ଦମନ, ଲିଙ୍ଗରାଜଙ୍କ ଠାରେ ପାଣି ଢାଳି ଆଶୀର୍ବାଦ କାମନା କଲେ ବାବୁସାନ

ବାବୁସାନଙ୍କ ବହୁ ପ୍ରତିକ୍ଷିତ ଓଡିଆ ଚଳଚ୍ଚିତ୍ର ଦମନର ରିଲିଜ ତାରିଖକୁ ଏକ ନିଆରା ଢଙ୍ଗରେ ଘୋଷଣା କରାଯାଇଛି । ଏହି ଚଳଚ୍ଚିତ୍ର ଦୁର୍ଗା ପୂଜାରେ ପରଦାକୁ ଆସିବ । ଅଧିକ ପଢନ୍ତୁ

ଦୁର୍ଗା ପୁଜାରେ ଧମାଲ ମଚାଇବ ବାବୁସାନ୍‌ଙ୍କ ନୂଆ ଚଳଚ୍ଚିତ୍ର ଦମନ
ଦୁର୍ଗା ପୁଜାରେ ଧମାଲ ମଚାଇବ ବାବୁସାନ୍‌ଙ୍କ ନୂଆ ଚଳଚ୍ଚିତ୍ର ଦମନ

ଭୁବନେଶ୍ବର: ବାବୁସାନଙ୍କ ବହୁ ପ୍ରତିକ୍ଷିତ ଓଡିଆ ଚଳଚ୍ଚିତ୍ର 'ଦମନ'ର ରିଲିଜ ତାରିଖକୁ ଏକ ନିଆରା ଢଙ୍ଗରେ ଘୋଷଣା କରାଯାଇଛି । ଏହି ଚଳଚ୍ଚିତ୍ର ଦୁର୍ଗା ପୂଜାରେ ପରଦାକୁ ଆସିବ । ହାତରେ ବାହୁଙ୍ଗୀ ଧରି ପାଣି ଭାର ନେଇ ଓଲିଉଡ଼ ସୁପରଷ୍ଟାର ବାବୁସାନ, ପିଣ୍ଟୁ ନନ୍ଦ, ବବି ମିଶ୍ରଙ୍କ ସହ ଫିଲ୍ମର ପୂରା ଟିମ ପ୍ରଭୁ ଲିଙ୍ଗରାଜଙ୍କ ଠାରେ ପାଣି ଢାଳି ଆଶୀର୍ବାଦ କାମନା କରି ସିନେମାର ତାରିଖ ଘୋଷଣା କରିଛନ୍ତି । ସମସ୍ତେ ବିନ୍ଦୁସାଗରରରୁ ଜଳ ଉଠାଇ ପ୍ରଭୁ ଲିଙ୍ଗରାଜଙ୍କ ମଥାରେ ଜଳାଭିଷେକ କରିଛନ୍ତି। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ ବଲିଉଡ ଅଭିନେତା ବାବୁସାନ ।

ବାବୁସାନ୍‌ଙ୍କ ନୂଆ ଚଳଚ୍ଚିତ୍ର ଦମନ

ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ଏହି ଚଳଚ୍ଚିତ୍ରଟି ନିର୍ମାଣ କରାଯାଇଛି । ଜେପି ମୋସନ ପିକ୍ଚର ବ୍ୟାନରରେ ଫିଲ୍ମଟି ପ୍ରସ୍ତୁତ ହୋଇଛି। ଓଡ଼ିଶାର ବିଭିନ୍ନ ଅଞ୍ଚଳ ବିଶେଷ କରି ମାଲକାନଗିରିରେ ଲୋକଙ୍କୁ ମ୍ୟାଲେରିଆ ଓ ବସନ୍ତ ହେଲେ ସେମାନେ ଅନ୍ଧବିଶ୍ବାସରେ ବୁଡ଼ି ରହୁଥିଲେ । ଏହାସହିତ ରୋଗକୁ ମଧ୍ୟ ଚିହ୍ନି ପାରୁନଥିଲେ । ଫିଲ୍ମରେ ସେ ସମ୍ପର୍କରେ ବର୍ଣ୍ଣନା କରାଯାଉଛି । ଏହିଭଳି ସ୍ଥାନରେ କିପରି ଜଣେ ଡାକ୍ତର ରୋଗ ଆଉ ରୋଗୀକୁ ଅନ୍ଧ ବିଶ୍ଵାସର ଅନ୍ଧାର ଗଳିକୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି ତାହା ଚିତ୍ରିତ ହୋଇଛି । ତା'ସହ ଏଭଳି ଅଞ୍ଚଳ ବାହ୍ୟ ଦୁନିଆରୁ ଅଲଗା ନ ହୋଇ ସବୁ ପ୍ରକାର ସେବା କିଭଳି ପାଇବ ଏଥିପାଇଁ ଜଣେ ବାଳକ ସଂଘର୍ଷ କରୁଥିବା ଫିଲ୍ମରେ ଦେଖିବାକୁ ମିଳିଛି । ସେ ନିଜ କର୍ତ୍ତବ୍ୟକୁ ଅଧିକ ପ୍ରାଧାନ୍ୟ ଦେବା ସହ ଲୋକମାନଙ୍କ ପାଇଁ ସବୁ ପରିସ୍ଥିତିରେ ସଂଘର୍ଷ କରିଛି ସେ ବିଷୟରେ ଦେଖିବାକୁ ମିଳିଛି । ଏହାର ଟ୍ରେଲର ଦେଖି ଦର୍ଶକ ଫିଲ୍ମକୁ ଖୁବ ପସନ୍ଦ କରିଛନ୍ତି ।

ଏହି ଚଳଚ୍ଚିତ୍ର ଓଡିଆ ଚଳଚ୍ଚିତ୍ର ଜଗତରେ ନୂଆ ଏକ ପରିଚୟ ସୃଷ୍ଟି କରିବ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି । ଏହି ଚଳଚ୍ଚିତ୍ରର ପ୍ରଯୋଜନାରେ ଦୀପେନ୍ଦ୍ର ସାମଲ ଥିବାବେଳେ ଏହାକୁ ନିର୍ଦ୍ଦେଶନା ଦେଉଛନ୍ତି ଯୁବ ନିର୍ଦ୍ଦେଶକ ବିଶାଳ ମୋର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କା । ପ୍ରଥମ ଥର ପାଇଁ ବାୟୋପିକ ମୁଭିରେ ବାବୁସାନ ଅଭିନୟ କରୁଥିବା କହିଥିବା ବେଳେ ଶିବଙ୍କୁ ମୁଁ ଛୋଟ ବେଳୁ ଭଲ ପାଏ ତେଣୁ ମୋର ଏହି ସିନେମା ସମସ୍ତଙ୍କ ହୃଦୟକୁ ଛୁଇଁବ । ଏହି ସିନେମା ଓଡ଼ିଆ ଦର୍ଶକଙ୍କ ଭିତରେ ଏକ ଆଦୃତ ଲାଭ କରୁ ବୋଲି ପ୍ରଭୁ ଲିଙ୍ଗରାଜଙ୍କ ପାଖରେ ନିବେଦନ କରିଛନ୍ତି ବୋଲି ସେ କହିଛନ୍ତି ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details