ନୂଆଦିଲ୍ଲୀ:ବଲିଉଡ୍ ଅଭିନେତା ଅନୁପମ ଖେର ଗତକାଲି(ଶନିବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଭେଟିବା ବେଳେ ଅନୁପମ ତାଙ୍କ ମାଆ ପଠାଇଥିବା ରୁଦ୍ରାକ୍ଷମାଳାକୁ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେଇଛନ୍ତି । ସେହି ସମୟର ଫଟୋକୁ ଦୁହେଁ ସୋଶାଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି ।
ଏନେଇ ଅନୁପମ ଖେର୍ ଟ୍ବିଟକରି ଲେଖିଛନ୍ତି ଯେ, ସମ୍ମାନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆପଣଙ୍କୁ ଭେଟି ଖୁବ୍ ଆନନ୍ଦିତ । ଆପଣ ଦେଶବାସୀଙ୍କ ପାଇଁ ଦିନରାତି ପରିଶ୍ରମ କରୁଛନ୍ତି, ତାହା ପ୍ରେରଣାଦାୟକ । ଆପଣଙ୍କ ସୁରକ୍ଷା ନିମନ୍ତେ ମୋ ମାଆ ପଠାଇଥିବା ରୁଦ୍ରକ୍ଷମାଳାଟିକୁ ଯେଭଳି ସମ୍ମାନର ସହ ଆପଣ ଗ୍ରହଣ କଲେ ତାହା ମୋର ଚିରସ୍ମରଣୀୟ ହୋଇ ରହିବ। ଜୟ ହୋ। ଜୟ ହିନ୍ଦ୍।