ଓଡିଶା

odisha

ନିଜ କବିତାର ଡ୍ୟାନ୍ସଫର୍ମ ଭିଡିଓ ସେୟାର କଲେ ବିଗ ବି, ଭାରତୀୟ ସିନେମାର ଗର୍ବ କହିଲେ ନେଟିଜେନ୍ସ

By ETV Bharat Odisha Team

Published : Aug 28, 2023, 5:24 PM IST

Updated : Aug 28, 2023, 7:50 PM IST

ସବୁବେଳେ ପୋଷ୍ଟ ମାଧ୍ୟମରେ ଫ୍ୟାନ୍ସଙ୍କୁ ମନୋରଞ୍ଜନ କରାଇଥାନ୍ତି ବିଗ ବି ଅମିତାଭ ବଚ୍ଚନ। ସେହିପରି ବର୍ତ୍ତମାନ ଅଭିନେତା ଏକ ନୂଆ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ କବିତା କହୁଥିବା ନଜର ଆସିଛନ୍ତି । ଏହି କବିତାକୁ ଜଣେ ନୃତ୍ୟ କଳାକାର ନିଜ ନୃତ୍ୟଶୈଳୀରେ ପରିବେଷଣ କରୁଥିବା ଦେଖିବାକୁ ମିଳିଛି । ନଜର ପକାନ୍ତୁ ଏହି ଭିଡିଓ ଉପରେ

ନିଜେ କବିତା କହି ଡ୍ୟାନ୍ସଫର୍ମ ଭିଡିଓ ସେୟାର କଲେ ବିଗ ବି, ଭାରତୀୟ ସିନେମାର ଗର୍ବିତ କଳାକାର କହିଲେ ଫ୍ୟାନ୍ସ
ନିଜେ କବିତା କହି ଡ୍ୟାନ୍ସଫର୍ମ ଭିଡିଓ ସେୟାର କଲେ ବିଗ ବି, ଭାରତୀୟ ସିନେମାର ଗର୍ବିତ କଳାକାର କହିଲେ ଫ୍ୟାନ୍ସ

ହାଇଦ୍ରାବାଦ:ନିଜ ଦମଦାର ଅଭିନୟ ଏବଂ ଅନ୍ଦାଜ ପାଇଁ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଲୋକଙ୍କ ହୃଦୟରେ ରାଜ କରୁଛନ୍ତି । ସେ 80 ଦଶକରୁ ଲୋକଙ୍କ ମନ ଜିତିଆସୁଥିବା ବେଳେ ବୟସର ଅପରାହ୍ନ ପରେ ବି ସେ ଫ୍ୟାନ୍ସଙ୍କ ପ୍ରିୟ ହୋଇ ପାରିଛନ୍ତି । ପରିଣତ ବୟସରେ ବି ଦମଦାର ଅଭିନୟ ଏବଂ ନିଜ ଷ୍ଟାଇଲରେ ଲୋକଙ୍କୁ ଆକୃଷ୍ଟ କରୁଛନ୍ତି ବିଗ ବି । କେବଳ ଯେ ଫିଲ୍ମ ମାଧ୍ୟମରେ ନୁହେଁ ଅମିତାଭ ସୋସିଆଲ ମିଡିଆରେ ନିଜ ପୋଷ୍ଟ ମାଧ୍ୟମରେ ବି ଫ୍ୟାନ୍ସଙ୍କୁ ମନୋରଞ୍ଜନ କରିଥାନ୍ତି । ବର୍ତ୍ତମାନ ବିଗ ବି ଏକ ନୂଆ ଭିଡିଓ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ଅମିତାଭ ଏକ କବିତା କହୁଥିବାର ନଜର ଆସିଛନ୍ତି । ଏହି କବିତାରେ ଜଣେ ନୃତ୍ୟ କଳାକାର ନିଜ ନୃତ୍ୟଶୈଳୀରେ ପରିବେଷଣ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଅମିତାଭ ବଚ୍ଚନ ନିଜ ଟ୍ବିଟରରେ ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ ବିଗ ବି ଏକ ପ୍ରେରଣାଦାୟକ କବିତା କହୁଥିବା ଦେଖିବାକୁ ମିଳିଛି । ଏହି କବିତାରେ ଜଣେ ନୃତ୍ୟ କଳାକାର ନିଜ ନୃତ୍ୟଶୈଳୀରେ ପରିବେଷଣ କରୁଥିବା ଦେଖିବାକୁ ମିଳିଛି । କ୍ୟାପ୍‌ସନ୍‌ରେ ଅଭିନେତା ଲେଖିଛନ୍ତି, ମୁଁ ଗାଇଥିବା କବିତାକୁ ସୁନ୍ଦର ଭାବେ ଡ୍ୟାନ୍ସଫର୍ମରେ ଦର୍ଶାଯାଇଛି । ବିଗ ବି କବିତା ମାଧ୍ୟମରେ କହିଛନ୍ତି ଯେ, 'ମୁଠୀ ମେ କୁଛ ସପ୍ନେ ଲେକର, ଭର କର ଜୀବନ ମେ ଆଶାୟେଁ, ଦିଲ ମେ ହେ ଅରମାନ ୟହି, କୁଚ୍ଚ କର ଯାଏଁ, ସୁରଜ ସା ତେଜ ନେହିଁ, ଦୀପକ ସା ଜଲତା ଦେଖୋଗେ, ଅପନି ହଦ ରୋଶନ କରନେ ସେ, ତୁମ ମୁଝକୋ କବ୍‌ ତକ୍‌ ରୋକୋଗେ ।' ଏହାର ଅର୍ଥ ମୁଠାଏ ସ୍ବପ୍ନ, ଜୀବନରେ ଭରି ଅନେକ ଆଶା, ମନରେ ଜିଜ୍ଞାସା ନେଇ କିଛି କରିବା, ସୂର୍ଯ୍ୟ ଭଳି ତେଜ ନୁହେଁ, ମୋତେ ଦୀପ ଭଳି ଜଳିବା ଦେଖିବ। ନିଜକୁ ପ୍ରତିଫଳିତ କରିବାରେ ତୁମେ କେତେଦିନ ମୋତେ ରୋକି ପାରିବ

ଏହା ମଧ୍ୟ ପଢନ୍ତୁ:ପ୍ରଧାନମନ୍ତ୍ରୀ ମୋଦି ହେବେ ଅମିତାଭ ବଚ୍ଚନ, ଜାଣନ୍ତୁ ଫିଲ୍ମର କାହାଣୀ ?

ଏହି ପୋଷ୍ଟ ସେୟାର ହେବା ମାତ୍ରେ ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିବା ସହ କମେଣ୍ଟ ବର୍ଷା କରିଛନ୍ତି । ଦମଦାର କବିତା ସହ ଦମଦାର ନୃତ୍ୟକୁ ଦେଖି ଫ୍ୟାନ୍ସ ବେଶ ପ୍ରଶଂସା କରିଛନ୍ତି । ବିଗ ବି'ଙ୍କ ପ୍ରଶଂସାରେ ଜଣେ ଫ୍ୟାନ୍ସ ଲେଖିଛନ୍ତି, ଇଣ୍ଡିଆନ ସିନେମାର ଜଣେ ଗର୍ବିତ ନାଁ, ସତରେ ଜଣେ ସୁନ୍ଦର କଳାକାର । ଆଉ ଜଣେ ଲେଖିଛନ୍ତି, ଭଏସ ଏମିତି ହେବା ଦରକାର କି ଆରଜନ୍ମରେ ବି ମନେ ପକାଇବେ ଲୋକେ । ଅନ୍ୟ ଜଣେ ଲେଖିଛନ୍ତି, ବହୁତ ସୁନ୍ଦର । ଏପରି ଆଉ କେତେକ ଫ୍ୟାନସ ଫାୟାର ଏବଂ ଲାଲ ହାର୍ଟ ଇମୋଜି ଦେଇଛନ୍ତି ।

Last Updated : Aug 28, 2023, 7:50 PM IST

ABOUT THE AUTHOR

...view details