ହାଇଦ୍ରାବାଦ:ବଲିଉଡ ଅଭିନେତା ଆଦିତ୍ୟ ରୟ କପୁର ବର୍ତ୍ତମାନ ବ୍ୟକ୍ତିଗତ ଜୀବନ ପାଇଁ ଆଜିକାଲି ଶିରୋନାମାରେ ରହିଛନ୍ତି । ଆଦିତ୍ୟ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଡେଟ୍ କରୁଥିବା ଚର୍ଚ୍ଚା ହେଉଛି । ଉଭୟ ନିଜ ସମ୍ପର୍କକୁ ଅଫିସିଆଲି ଘୋଷଣା କରିନଥିବା ବେଳେ ଉଭୟଙ୍କୁ ପ୍ରାୟ ସମୟରେ ଏକାଠି ଦେଖିବାକୁ ମିଳୁଛି । ନିକଟରେ ଆଦିତ୍ୟ ଏବଂ ଅନନ୍ୟା ଭ୍ୟାକସନରେ ପର୍ତ୍ତୁଗାଲ ଯାଇଥିଲେ । ଯେଉଁଠାରୁ ଏହି କପଲଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ବର୍ତ୍ତମାନ ଆଦିତ୍ୟ ଏହି ଲିକ୍ ହୋଇଥିବା ଫଟୋଗୁଡ଼ିକ ଉପରେ ପ୍ରତିକ୍ରିୟା ଦେଇଛନ୍ତି ।
ଏକ ସାକ୍ଷାତକାରରେ ଆଦିତ୍ୟ ଏନେଇ ମୁହଁ ଖୋଲିଛନ୍ତି । ଆଦିତ୍ୟ କହିଛନ୍ତି, "ଏହା ଭଲ କଥା ଯେ, ମୁଁ ସୋସିଆଲ ମିଡିଆରେ ନାହିଁ କିନ୍ତୁ ହଁ, ମୁଁ ଏହା ବିଷୟରେ ନିଶ୍ଚିତ ଭାବରେ ଶୁଣିଛି ।" ଯେତେବେଳେ ଆଦିତ୍ୟଙ୍କୁ ପର୍ତ୍ତୁଗାଲ ଟ୍ରିପ୍ ବିଷୟରେ ପଚରାଗଲା, ସେ କହିଥିଲେ, "ମୋତେ ଏକ ବିରତି ଦରକାର ଥିଲା । ମୁଁ ମୌସୁମୀକୁ ମିସ୍ କରୁଥିଲି, ମୁମ୍ବାଇରେ ମୌସୁମୀକୁ ବହୁତ ଭଲ ପାଏ। ଯେତେବେଳେ ମୁଁ ଫେରି ଆସିଲି, ଏକ ସପ୍ତାହ ପର୍ଯ୍ୟନ୍ତ ଲଗାତାର ବର୍ଷା ହେଲା ।"
ସୂଚନା ଥାଉ କି, ପର୍ତ୍ତୁଗାଲ ଟ୍ରିପରେ ଆଦିତ୍ୟ ଏବଂ ଅନନ୍ୟାଙ୍କର ଅନେକ ଫଟୋ ଭାଇରାଲ ହୋଇଥିଲା। ଦୁହେଁ ଭ୍ୟାକେସନକୁ ବେଶ ଉପଭୋଗ କରୁଥିବା ଦେଖିବାକୁ ମିଳିଥିବା ବେଳେ କେତେକରେ ମଜା କରୁଥିବା ଦେଖିବାକୁ ମିଳିଥିଲା। ଏହା ପରେ ମୁମ୍ବାଇ ଆସିବା ପରେ ବି ଆଦିତ୍ୟ ଏବଂ ଅନନ୍ୟା ଏକ ଡେଟରେ ଯାଇଥିଲେ। ଉଭୟ ବାର୍ବି ଫିଲ୍ମ ଦେଖିବାକୁ ଯାଇଥିଲେ। ଏହି ସମୟର ଫଟୋ ମଧ୍ୟ ବେଶ ଭାଇରାଲ ହୋଇଥିଲା।