ମୁମ୍ବାଇ: ବର୍ଷ ୧୯୯୦ରେ ମୁକ୍ତିଲାଭ କରିଥିବା ସୁପରହିଟ୍ ଫିଲ୍ମ 'ଆଶିକି' (Aashiqui) ଫେମ୍ ଅଭିନେତ୍ରୀ ଅନୁ ଅଗ୍ରୱାଲ ଏବଂ ଅଭିନେତା ରାହୁଲ ରୟ ରାତାରାତି ଫ୍ୟାନ୍ସଙ୍କ ଦିଲ୍ର ଧଡକନ ବନି ଯାଇଥିଲେ । ଏହି ଚଳଚ୍ଚିତ୍ରର ଗୀତ ଏବଂ ଚିତ୍ରଣ ଦର୍ଶକଙ୍କୁ ଏତେ ବିମୋହିତ କରିଥିଲା ଯେ ଆଜି ମଧ୍ୟ ଅନୁ-ରାହୁଲଙ୍କ ଯୋଡିଙ୍କୁ ମନେ ପକାଯାଏ । ଅନୁ 'ଆଶିକି' ପରେ କିଛି ଚଳଚ୍ଚିତ୍ରରେ କାମ କରିଥିଲେ ଏବଂ ଆଧ୍ୟାତ୍ମିକ କାରଣରୁ ବଲିଉଡ ଦୂରେଇ ଯାଇଥିଲେ । ଦୀର୍ଘ ଦିନ ପରେ ଅନୁ ଅଗ୍ରୱାଲ ଇଣ୍ଡିଆନ୍ ଆଇଡଲ୍-୧୩ର ମଞ୍ଚକୁ ଆସିଥିଲେ, ମାତ୍ର ତାଙ୍କୁ ଅଣଦେଖା କରାଯାଇଛି । ଏପିସୋଡ୍ ଟେଲିକାଷ୍ଟ ହେବା ପରେ ସୋ’କୁ ନେଇ ଅଭିଯୋଗ ଆଣିଛନ୍ତି ଅନୁ ଅଗ୍ରୱାଲ ।
ଗତ ସପ୍ତାହରେ ଏହି ସୋ’ରେ ଫିଲ୍ମ ‘ଆଶିକି’ ସ୍ପେଶାଲ ଏପିସୋଡ ଥିଲା । ଏଥିପାଇଁ ଫିଲ୍ମର ସମସ୍ତ କାଷ୍ଟଙ୍କୁ ଇଣ୍ଡିଆନ୍ ଆଇଡଲ୍ର ମଞ୍ଚକୁ ଆମନ୍ତ୍ରିତ କରାଯାଇଥିଲା । ସୋ’କୁ ରାହୁଲ ରୟ, ଦୀପକ ତିଜୋରୀ ଓ ଅନୁ ଅଗ୍ରୱାଲଙ୍କ ସହ ଗାୟକ କୁମର ସାନୁ ପହଞ୍ଚିଥିଲେ । ଅନୁ ଅଗ୍ରୱାଲ ଏହି ସୋ’ରେ ଦୀପକ ତିଜୋରୀ ଓ ରାହୁଲ ରୟଙ୍କ ପାଖରେ ବସିଥିଲେ । କିନ୍ତୁ ଯେତେବେଳେ ଏହି ଏପିସୋଡ୍ ଟେଲିକାଷ୍ଟ ହେଲା, ସେତେବେଳେ ଅନୁଙ୍କ ଅଧାରୁ ଅଧିକ ସିନ୍ କାଟି ଦିଆଯାଇଥିବା ଅଭିଯୋଗ ହୋଇଛି ।
ଏକ ସାକ୍ଷାତକାର୍ରେ ଅନୁ ଅଗ୍ରୱାଲ ଏହାକୁ ନେଇ ଅସନ୍ତୋଷ ଥିବା କହିଛନ୍ତି । ସେ କହିଛନ୍ତି, "ମୁଁ ବେଶ୍ ଦୁଃଖିତ । ଏବଂ ଖୁସିର କଥା ମୁଁ ଜଣେ ସନ୍ୟାସୀ । ମୋର କୌଣସି ପ୍ରକାରର ଇଗୋ ନାହିଁ, କିନ୍ତୁ ଏହି ଘଟଣା ମୋତେ ଦୁଖିତ କରିଦେଇଛି ସତ । କିନ୍ତୁ ମୁଁ ଜଣେ ଟେଡ୍ ବକ୍ତା ଏବଂ ଅନୁ ଅଗ୍ରୱାଲ୍ ଫାଉଣ୍ଡେସନ୍ (AAF) ଚଳାଉଛି, ମୋତେ ମଧ୍ୟ ଆତ୍ମ ନିର୍ଭର ପୁରସ୍କାର ମିଳିଛି ।"