ହାଇଦ୍ରାବାଦ:ବଲିଉଡ ମିଷ୍ଟର ପରଫେକ୍ସନଲିଷ୍ଟ ଆମିର ଖାନଙ୍କ ଘରେ ଏକ ବଡ ଉତ୍ସବ ହେବାକୁ ଯାଉଛି । ଏହି ଅଭିନେତାଙ୍କ ଝିଅ ଇରା ଖାନ ତାଙ୍କ ପ୍ରେମିକ ନୁପୁର ଶିଖରେଙ୍କ ସହ ବିବାହ କରିବାକୁ ଯାଉଛନ୍ତି। ବିବାହ ତାରିଖ ଠାରୁ ସ୍ଥାନ ଏବଂ ଅତିଥି ତାଲିକା ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ସମୟରେ ଆମୀର ଖାନ ମଧ୍ୟ ତାଙ୍କ ଝିଅର ବିବାହକୁ ନେଇ ଅତ୍ୟଧିକ ଉତ୍ସାହିତ ଅଛନ୍ତି।
ରିପୋର୍ଟ ଅନୁସାରେ, ଇରା ଏବଂ ନୁପୁର 2024 ଜାନୁଆରୀ 3ରେ କୋର୍ଟରେ ବିବାହ କରିବେ । ଦୁଇ ବର୍ଷ ଡେଟିଂ କରିବା ପରେ ଊଭୟ ନଭେମ୍ବର 2022ରେ ନିର୍ବନ୍ଧ କରିଥିଲେ । ପାର୍ଟିରୁ ଆମିର ଖାନ ଏବଂ ତାଙ୍କ ପରିବାରର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏଥିସହ ଏହି କପଲ୍ ଗ୍ରାଣ୍ଡ ସମାରୋହରେ ୩ ଦିନିଆ ବିବାହ ପାଇଁ ଯୋଜନା କରୁଛନ୍ତି । ଆମୀର ଖାନ ଏବେଠାରୁ ତାଙ୍କ ଝିଅର ବିବାହ ସମାରୋହ ପ୍ରସ୍ତୁତି ଯୋଜନା କରିବା ଆରମ୍ଭ କରିଦେଇଛନ୍ତି ।
ଖବର ଅନୁଯାୟୀ, କୋର୍ଟରେ ବିବାହ ପରେ "ଏହି କପଲଙ୍କ ବିବାହ ଉଦୟପୁରରେ ଗ୍ରାଣ୍ଡ ସମାରୋହରେ ହେବ ବୋଲି ଜଣାପଡିଛି। ଏହି ବିବାହ ସମାରୋହ ତିନି ଦିନ ଧରି ଚାଲିବ ଏବଂ ଏଥିରେ ସେମାନଙ୍କର ବନ୍ଧୁ ଏବଂ ପରିବାର ସଦସ୍ୟ ମଧ୍ୟ ସାମିଲ ହେବେ। ଏଥିରେ କୌଣସି ବଲିଉଡ ସେଲିବ୍ରିଟି ସାମିଲ ହେବେ ନାହିଁ। ନୁପୁର ଶିଖରଙ୍କ ବିଷୟରେ କହିବାକୁ ଗଲେ ସେ ବୃତ୍ତିରେ ଜଣେ ଫିଟନେସ୍ କୋଚ୍ ଅଟନ୍ତି । ଇରା ପୂର୍ବରୁ ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ ଯେ ସେ ଫିଟନେସ୍ କୋଚ୍ ନୁପୁରଙ୍କୁ ଭେଟିଥିଲେ ଏବଂ ତାଙ୍କ ପ୍ରେମରେ ପଡିଥିଲେ । 17 ବର୍ଷ ବୟସରେ ସେ ତାଙ୍କୁ ତାଲିମ ଦେବା ଆରମ୍ଭ କରିଥିଲେ। ପରେ ଆମେ ଧୀରେଧୀରେ ବନ୍ଧୁତା ଆରମ୍ଭ ହୋଇ ଡେଟିଂ କରିଥିଲେ ।" ତାପରେ ବିବାହ କରିବାକୁ ମନସ୍ଥ କରିଥିଲେ ।
ଏହା ମଧ୍ୟ ପଢନ୍ତୁ:ପୂର୍ବତନ ପତ୍ନୀ ରୀନା ଦତ୍ତାଙ୍କ ସହ ନଜର ଆସିଲେ ଆମିର, କ୍ୟାମେରା ଆଗରେ ଦେଲେ ପୋଜ୍
ଇରା ଖାନ, ଆମିର ଖାନ ଏବଂ ତାଙ୍କର ପ୍ରଥମ ପତ୍ନୀ ରୀନା ଦତ୍ତାଙ୍କ ଝିଅ । ଏବଂ ଜୁନେଦ ଖାନ ରୀନା ଦତ୍ତାଙ୍କ ପୁଅ । ରୀନାଙ୍କଠାରୁ ଛାଡ଼ପତ୍ର ପରେ ଆମିର କିରଣ ରାଓଙ୍କୁ ବିବାହ କରିଥିଲେ । 2005ରେ ଆମିର ଏବଂ କିରଣଙ୍କ ଚଳଚ୍ଚିତ୍ର 'ଲଗାନ'ର ସେଟରେ ସାକ୍ଷାତ ହୋଇଥିଲା । ଦୁହିଁଙ୍କର ଏକ ପୁଅ ଆଜାଦ ରାଓ ଖାନ ଅଛନ୍ତି, ଯିଏ ଆଇଭିଏଫ ମାଧ୍ୟମରେ ଜନ୍ମ ହୋଇଥିଲେ । ଦୁଇ ବର୍ଷ ପୂର୍ବେ ଆମିର କିରଣଙ୍କୁ ମଧ୍ୟ ଛାଡପତ୍ର ଦେଇଥିଲେ । ବର୍ତ୍ତମାନ ସେ ଫାତିମା ସାନା ଶେଖ୍ଙ୍କୁ ଡେଟ୍ କରୁଥିବା ରୁମର ହେଉଛି ।