ହାଇଦ୍ରାବାଦ:ନିକଟରେ ବଲିଉଡ ଅଭିନେତା ଆମୀର ଖାନଙ୍କ ଝିଅ ଇରା ଖାନ ତାଙ୍କ ବୟଫ୍ରେଣ୍ଡ ନୂପୁର ଶିଖରେଙ୍କୁ ବିବାହ କରିଛନ୍ତି । ଜାନୁଆରୀ ୩ରେ ମୁମ୍ବାଇରେ ଇରା ଏବଂ ନୂପୁର ପରିବାର ଏବଂ ସାଙ୍ଗସାଥୀଙ୍କ ଉପସ୍ଥିତିରେ କୋର୍ଟ ମ୍ୟାରେଜ କରିଥିଲେ । ପରେ ରାଜସ୍ଥାନର ଉଦୟପୁରରେ ଗ୍ରାଣ୍ଡ ସମାରୋହରେ ଉଭୟ ଖ୍ରୀଷ୍ଟିଆନ ରୀତିନୀତିରେ ବିବାହ କରିଥିଲେ । ବର୍ତ୍ତମାନ ଗତକାଲି ଅର୍ଥାତ୍ ଜାନୁଆରୀ ୧୩ରେ ମୁମ୍ବାଇରେ ଉଭୟଙ୍କ ଗ୍ରାଣ୍ଡ ୱେଡିଂ ରିସେପସନ ପାର୍ଟି ଆୟୋଜିତ ହୋଇଥିଲା । ଏହି ସମୟରେ ଲାଲ ଯୋଡା ଲୁକରେ ଇରା ଖାନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏଥିସହ ଏହି ପାର୍ଟିରେ ଆମୀର ଖାନଙ୍କ ପୁରା ଫ୍ୟାମିଲି ନବବିବାହିତ ଯୋଡିଙ୍କ ସହ ଗୋଟିଏ ଫ୍ରେମରେ ନଜର ଆସିଛନ୍ତି । ଯାହର ଅନେକ ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ମୁମ୍ବାଇର ବିକେସି ଜିଓ ସେଣ୍ଟରରେ ଇରା-ନୂପୁରଙ୍କ ରିସେପସନ ପାର୍ଟି ଆୟୋଜିତ ହୋଇଥିଲା । ଆମୀର ଖାନ ଏବଂ ତାଙ୍କ ପୁରା ପରିବାର ଏହି ସମାରୋହ ପାଇଁ ପାରମ୍ପରିକ ଲୁକରେ ନଜର ଆସିଛନ୍ତି । ଇରା ଖାନ ଏହି ରିସେପସନ ପାର୍ଟିରେ ଲାଲ ରଙ୍ଗର ଲେହେଙ୍ଗାରେ ଦେଶୀ ଲୁକରେ ନଜର ଆସିଥିବା ବେଳେ ନୂପୁର ବ୍ଲାକ ରଙ୍ଗର ସେରୱାନିରେ ଖୁବ ସୁନ୍ଦର ଦେଖାଯାଉଥିଲେ । ସେହିପରି ଆମୀର ଖାନ ବ୍ଲାକ ହ୍ବାଇଟ ସେରୱାନିରେ ନଜର ଆସିଥିବା ବେଳେ ଅଭିନେତାଙ୍କ ପୂର୍ବ ପତ୍ନୀ ରୀନା ଦତ୍ତା ହ୍ବାଇଟ ଏବଂ ଲାଲ ରଙ୍ଗର ଶାଢୀରେ ନଜର ଆସିଥିଲେ । ଏଥିସହ ନୂପୁରଙ୍କ ମାଆଙ୍କୁ ପିଙ୍କ ଶାଢୀରେ ଦେଖିବାକୁ ମିଳିଥିଲା । ପୁରା ପରିବାର ଏକାଠି ପୋଜ ଦେଇଥିଲେ ।