ହାଇଦ୍ରାବାଦ: ପୁଣି ନୂଆ ଲୁକ୍ରେ ନଜର ଆସିଲେ ମିଷ୍ଟର ପରଫେକ୍ଟନିଷ୍ଟ ଅମିର ଖାନ । 'ରଙ୍ଗ ଦେ ବସନ୍ତୀ' ଠାରୁ 'ଫନ୍ନା' ଏବଂ 'ଗଜନି' ପର୍ଯ୍ୟନ୍ତ, ଅମିର ଯେତେବେଳେ ବି ସ୍କ୍ରିନ୍ରେ ନୂଆ ଲୁକ୍ ଚେଷ୍ଟା କରନ୍ତି, ଫ୍ୟାନ୍ସ ତାଙ୍କୁ ଖୁବ୍ ଫଲୋ କରନ୍ତି । କିନ୍ତୁ ବର୍ତ୍ତମାନ ତାଙ୍କ ବାସ୍ତବ ଜୀବନରେ ଅମିରଙ୍କ ଲୁକ୍କୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହେଉଛି । କିଛି ଲୋକ ତ ଏହି ଲୁକରେ ଫଟୋ ଦେଖି ଚିହ୍ନି ପାରୁନାହାନ୍ତି କି ପ୍ରକୃତରେ ଇଏ ଅମିର କି ନୁହେଁ ।
ସୋସିଆଲ ମିଡିଆରେ ଅମିରଙ୍କ ନୂଆ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ତାଙ୍କ କମ୍ପାନୀ ଅମିର ଖାନ ପ୍ରଡକ୍ସନ୍ସର ଅଫିସରେ ପୂଜା କରୁଥିବା ଦେଖିବାକୁ ମିଳିଛି । 'ଲାଲ ସିଂ ଚଢା'ର ନିର୍ଦ୍ଦେଶକ ଅଦ୍ବୈତ ଚନ୍ଦନ ଇନଷ୍ଟାଗ୍ରାମରେ ପୂଜାର ଫଟୋ ସେୟାର କରିଛନ୍ତି । ପୂଜା ପରେ ସେ ଆଳତୀ ମଧ୍ୟ କରୁଛନ୍ତି ଏବଂ ତାଙ୍କ ପୂର୍ବତନ ପତ୍ନୀ କିରଣ ରାଓ ମଧ୍ୟ ତାଙ୍କ ସହ ଅଛନ୍ତି।
ଏହି ଫଟୋ ଗୁଡ଼ିକରେ ଅମିରଙ୍କ କେଶ, ଦାଢି ଏବଂ ମୁହଁ ସବୁ ଧଳା ଦେଖାଯାଉଛି । ପୂଜା କରିବା ସମୟରେ ଅମିର ନେହେରୁ କ୍ୟାପ ପିନ୍ଧିଛନ୍ତି ଏବଂ ତାଙ୍କ ବେକରେ ଏକ ଗାମୁଛା ମଧ୍ୟ ଅଛି । ସୋସିଆଲ ମିଡିଆରେ ଅମିରଙ୍କ ଏହି ନୂଆ ଲୁକ୍ ଉପରେ ଫ୍ୟାନ୍ସ କମେଣ୍ଟ କରୁଛନ୍ତି । ଜଣେ ୟୁଜର ଲେଖିଛନ୍ତି, 'ମୁଁ ନାମ ପଢି ପାରୁନଥିଲି ଏବଂ ମୁଁ ଭାବିଲି ଇଏ ଶକ୍ତି କପୁର ବୋଲି।' ଏହି ସମୟରେ, ଅନ୍ୟ ଜଣେ ୟୁଜର ଦକ୍ଷିଣ ଅଭିନେତା ଜଗପତି ବାବୁଙ୍କୁ ମନେ ପକାଇଥିଲେ, ଯାହାର ଚେହେରା ଦେଖିଭାକୁ ଏହିପରି । ଆଉ ଜଣେ ୟୁଜର ଲେଖିଛନ୍ତି, 'ଭାଇ, ଇଏ ତ ଦକ୍ଷିଣ ଅଭିନେତା ଜଗପତି ବାବୁଙ୍କ ପରି ଦେଖାଯାଉଛନ୍ତି।'