ଓଡିଶା

odisha

ETV Bharat / entertainment

Laal Singh Chaddha: ଅମିରଙ୍କ ନିଦ ଉଡାଇଲା ଲାଲ ସିଂ ଚଢା, ଶୋଇନାହାନ୍ତି 48 ଘଣ୍ଟା

ଚଳଚ୍ଚିତ୍ର ଲାଲ ସିଂ ଚଢା ପ୍ରତି ନେଗେଟିଭ୍‌ ପ୍ରତିକ୍ରିୟା ଅମିର ଖାନଙ୍କ ନିଦ ହଜାଇଦେଇଛି । ଖୋଦ୍‌ ଅମିର ଖାନ ନିଜେ କହିଛନ୍ତି କି ସେ ଏହି ଫିଲ୍ମକୁ ନେଇ ବହୁ ଚିନ୍ତିତ ଅଛନ୍ତି । ଅଧିକ ପଢନ୍ତୁ

By

Published : Aug 10, 2022, 1:48 PM IST

ଫିଲ୍ମ ରିଲିଜ୍‌ ପୂର୍ବରୁ ହଜିଲା ଅମିରଙ୍କ ନିଦ, ଚିନ୍ତାରେ ଶୋଇପାରୁନାହାନ୍ତି
ଫିଲ୍ମ ରିଲିଜ୍‌ ପୂର୍ବରୁ ହଜିଲା ଅମିରଙ୍କ ନିଦ, ଚିନ୍ତାରେ ଶୋଇପାରୁନାହାନ୍ତି

ନୂଆଦିଲ୍ଲୀ: ଅମିର ଖାନଙ୍କ ଫିଲ୍ମ 'ଲାଲ ସିଂ ଚଢା' କ୍ରମାଗତ ଭାବରେ ଚର୍ଚ୍ଚାରେ ରହିଆସିଛି । ଫିଲ୍ମ ରିଲିଜକୁ ଆଉ କିଛି ସମୟ ବାକି ଅଛି, କିନ୍ତୁ ସୋସିଆଲ ମିଡିଆରେ ଅମିର ଖାନ ଏବଂ କରୀନା କପୁରଙ୍କ ଫିଲ୍ମ ପ୍ରତି ଲୋକଙ୍କ ଅସନ୍ତୋଷ କମିବାରେ ନାଁ ନେଉନି । ଟ୍ୱିଟରରେ ଏବେ ବି 'ଲାଲ ସିଂ ଚଢା' କୁ ବୟକଟ୍‌ କରିବା ଟ୍ରେଣ୍ଡ୍‌ ଜାରି ରହିଛି । ଚଳଚ୍ଚିତ୍ର ପ୍ରତି ଏହିଭଳି ନେଗେଟିଭ୍‌ ପ୍ରତିକ୍ରିୟା ଅମିର ଖାନଙ୍କ ନିଦ ହଜାଇଦେଇଛି । ଖୋଦ୍‌ ଅମିର ଖାନ ନିଜେ କହିଛନ୍ତି କି, ‘ସେ ଏହି ଫିଲ୍ମକୁ ନେଇ ବହୁ ଚିନ୍ତିତ ଅଛନ୍ତି ’।

48 ଘଣ୍ଟା ଧରି ଶୋଇ ନାହାଁନ୍ତି ଅମିର ଖାନ

ଏକ ସାକ୍ଷାତକାରରେ ଅମିର ଖାନ କହିଛନ୍ତି ଯେ, ସେ ଏହି ଚଳଚ୍ଚିତ୍ରକୁ ନେଇ ବହୁତ ନର୍ଭସ ଅଛନ୍ତି । 48 ଘଣ୍ଟାରୁ ଅଧିକ ସମୟ ହୋଇଗଲାଣି ସେ ଶୋଇ ନାହାଁନ୍ତି । ଏହାପୂର୍ବରୁ 9 ଅଗଷ୍ଟରେ ଅମିର ଖାନ ତାଙ୍କ ଫିଲ୍ମ 'ଲାଲ ସିଂ ଚଢା'ର ପ୍ରମୋସନ ପାଇଁ ଦିଲ୍ଲୀ ଆସିଥିଲେ । ଯେଉଁଠାରେ ସେ ଫିଲ୍ମ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅମିର ଖାନ କହିଛନ୍ତି ଯେ, ‘ଯଦି କେହି ଏହି ଚଳଚ୍ଚିତ୍ର ଦେଖିବାକୁ ଚାହାନ୍ତି ନାହିଁ, ତେବେ ସେ ତାଙ୍କ ନିଷ୍ପତ୍ତିକୁ ସମ୍ମାନ କରନ୍ତି । କିନ୍ତୁ ସେ ଚାହୁଁଛନ୍ତି ଯେ, ଏହି ଚଳଚ୍ଚିତ୍ର ଦେଖିବା ପାଇଁ ଅଧିକରୁ ଅଧିକ ଲୋକ ଥିଏଟରକୁ ଆସନ୍ତୁ ।’

'ଲାଲ ସିଂ ଚଢା'ରେ ନାଗା ଚୈତନ୍ୟ

ଏହି ଚଳଚ୍ଚିତ୍ରରେ ଅମିର ଖାନଙ୍କ ବିପକ୍ଷରେ କରୀନା କପୁର ଖାନ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହାପୂର୍ବରୁ ଏହି ଦୁଇଜଣଙ୍କ ଯୋଡି ଫିଲ୍ମ 3 ଇଡିଅଟ୍ସ ଏବଂ ତଲାଶରେ ଏକାଠି ଦେଖିବାକୁ ମିଳିଥିଲା । କରୀନା ଏବଂ ଅମିରଙ୍କ ବ୍ୟତୀତ ଦକ୍ଷିଣର ସୁପରଷ୍ଟାର ନାଗା ଚୈତନ୍ୟ ଏହି ଚଳଚ୍ଚିତ୍ର ସହିତ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଅଦ୍ବୈତ ଚନ୍ଦନ, ଯିଏ ପୂର୍ବରୁ ସିକ୍ରେଟ୍ ସୁପରଷ୍ଟାର ଏବଂ ହନିମୁନ୍ ଟ୍ରାଭେଲ୍ସ ଭଳି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ଏହି ଚଳଚ୍ଚିତ୍ର ଅକ୍ଷୟ କୁମାରଙ୍କ ଫିଲ୍ମ 'ରକ୍ଷା ବନ୍ଧନ' ସହିତ ଅଗଷ୍ଟ 11 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details