ହାଇଦ୍ରାବାଦ: ବଲିଉଡ ସୁପରଷ୍ଟାର ଆମୀର ଖାନଙ୍କ ଲାଡଲି ଇରା ଖାନ ଏବଂ ନୂପୁର ଶିଖରେଙ୍କ ବିବାହ ମୁମ୍ବାଇରେ ଆୟୋଜିତ ହୋଇଥିଲା । ଉଭୟ ପରିବାର ଏବଂ ସାଙ୍ଗସାଥୀଙ୍କ ଉପସ୍ଥିତିରେ କୋର୍ଟ ମ୍ୟାରେଜ କରିଛନ୍ତି । ଏହାପରେ ସନ୍ଧ୍ୟାରେ ରିସ୍ପେସନ ପାର୍ଟି ମଧ୍ୟ ଆୟୋଜିତ କରାଯାଇଥିଲା । ଏଥିରେ ଆମୀର ଗୋଟିଏ ଫେମରେ ଉଭୟ ପୂର୍ବ ପତ୍ନୀ ରୀନା ଦତ୍ତା ଏବଂ କିରଣ ରାଓଙ୍କ ସହ ନଜର ଆସିଥିଲେ । ଏହି ସମୟରେ ଆମୀର ନିଜ ପୂର୍ବ ପତ୍ନୀ କିରଣଙ୍କୁ ସମସ୍ତଙ୍କ ଉପସ୍ଥିତିରେ କିସ୍ କରିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।
ଜାନୁଆରୀ ୩ରେ ଭିନ୍ନ ଶୈଳୀରେ ନୂପୁର ଏବଂ ଇରା ବିବାହ କରିଛନ୍ତି । ଆମୀର ଖାନ ଏବଂ ରୀନା ଦତ୍ତାଙ୍କ ଝିଅ ଇରା ଖାନଙ୍କ ବିବାହରେ ଅଭିନେତାଙ୍କ ପୂର୍ବ ପତ୍ନୀ କିରଣ ରାଓ ନିଜ ପୁଅ ଆଜାଦଙ୍କ ସହ ସାମିଲ ହୋଇଥିଲେ । ଏହାପରେ ଆୟୋଜିତ ରିସ୍ପେସନ ପାର୍ଟିରେ ଲାଡଲି ଇରା ଏବଂ ଜ୍ବାଇଁ ନୂପୁରଙ୍କ ସହ ପୁରା ପରିବାର ଏକାଠି ପୋଜ ଦେଇଥିଲେ । ଫ୍ୟାମିଲି ଫଟୋରେ ଆମୀର, ତାଙ୍କ ପୂର୍ବ ପତ୍ନୀ ରୀନା ଦତ୍ତା, ପୁଅ ଜୁନେଦ ଖାନ, ପୁଅ ଆଜାଦଙ୍କ ସହ କିରଣ ରାଓ, ଏବଂ ନୁପୁରଙ୍କ ମା' ଇରା ଏବଂ ନୁପୁରଙ୍କ ସହ ଏକାଠି ନଜର ଆସିଥିଲେ । ଏହି ସମୟରେ ଆମୀର ନିଜ ପୂର୍ବ ପତ୍ନୀ କିରଣ ରାଓଙ୍କ ଗାଲକୁ ସମସ୍ତଙ୍କ ଉପସ୍ଥିତିରେ କିସ୍ କରିଥିଲେ ।