ଓଡିଶା

odisha

ETV Bharat / entertainment

କୋର୍ଟ ମ୍ୟାରେଜ ପରେ ଖ୍ରୀଷ୍ଟିଆନ ରୀତିନୀତିରେ ବିବାହ କଲେ ଇରା-ନୂପୁର

Ira Khan-Nupur Sikhare Wedding: ବିବାହ ବନ୍ଧନରେ ବାନ୍ଧି ହେଲେ ଆମୀର ଖାନଙ୍କ ଝିଅ ଇରା ଖାନ ଏବଂ ନୂପୁର ଶିଖରେ । ଉଭୟ କୋର୍ଟ ମ୍ୟାରେଜ ପରେ ଉଦୟପୁରରେ ଗ୍ରାଣ୍ଡ ସମାରୋହରେ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି । ଅଧିକ ପଢନ୍ତୁ

By ETV Bharat Odisha Team

Published : Jan 11, 2024, 10:13 AM IST

କୋର୍ଟ ମ୍ୟାରେଜ ପରେ ଖ୍ରୀଷ୍ଟିଆନ ରୀତିନୀତିରେ ବିବାହ କଲେ ଇରା-ନୂପୁର
କୋର୍ଟ ମ୍ୟାରେଜ ପରେ ଖ୍ରୀଷ୍ଟିଆନ ରୀତିନୀତିରେ ବିବାହ କଲେ ଇରା-ନୂପୁର

ହାଇଦ୍ରାବାଦ:ସାତ ଜନ୍ମର ସାଥୀ ହେଲେ ଇରା ଖାନ ଏବଂ ନୂପୁର ଶିଖରେ । ପ୍ରଥମେ ଉଭୟ କୋର୍ଟ ମ୍ୟାରେଜ କରିଥିବା ବେଳେ ବର୍ତ୍ତମାନ ଦୁହେଁ ଖ୍ରୀଷ୍ଟିଆନ ରୀତିନୀତିରେ ବିବାହ କରିଛନ୍ତି । ରାଜସ୍ଥାନର ଉଦୟପୁରରେ ପରିବାର ସାଙ୍ଗସାଥୀଙ୍କ ଉପସ୍ଥିତିରେ ଇରା ଖାନ ଏବଂ ନୂପୁର ଶିଖରେ ଖ୍ରୀଷ୍ଟିଆନ ରୀତିନୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଯାହାର ଅନେକ ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଜାନୁଆରୀ ୩ରେ ଉଭୟ ମୁମ୍ବାଇରେ ରେଜିଷ୍ଟ୍ରି ମ୍ୟାରେଜ କରିଥିବା ବେଳେ ଜାନୁଆରୀ ୧୦ରେ ରୀତିନୀତି ଅନୁସାରେ ଇରା-ନୂପୁର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଉଦୟପୁରର ତାଜ ଅରବଲି ରିସର୍ଟରେ ଇରା-ନୂପୁରଙ୍କ ବିବାହ ଅନୁଷ୍ଠିତ ହୋଇଥିବା ବେଳେ ଉଭୟ ଖ୍ରୀଷ୍ଟିଆନ ରୀତିନୀତିରେ ବିବାହ କରିଛନ୍ତି । ଉଭୟ ରେଡ କାପେର୍ଟରେ ହାତ ଧରାଧରି ହୋଇ ବିବାହ ସ୍ଥଳକୁ ଯାଉଥିବାର ନଜର ଆସିଥିଲେ । ତେବେ ଏହି ସମୟରେ ଇରା ହ୍ବାଇଟ ଗାଉନରେ ନଜର ଆସିଥିବା ବେଳେ ନୂପୁର କ୍ରିମ ରଙ୍ଗର ସୁଟରେ ନଜର ଆସିଥିଲେ । ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ଉଭୟ ପରସ୍ପରକୁ ରିଙ୍ଗ୍ ପିନ୍ଧାଇବା ସହ ଲିପଲକ୍ ବି କରିଥିଲେ ।

ଏହାପରେ ଉଭୟ କପଲ ରୋମାଣ୍ଟିକ ଡ୍ୟାନ୍ସ କରିଥିଲେ । ଏହି ସମୟରେ ପୁରା ପରିବାର ଆମୀର ଖାନ, ମାଆ ରୀନା ଦତ୍ତା, ଭାଇ ଜୁନେଦ ଖାନ ଏବଂ ନୂପୁରଙ୍କ ମାଆ ସମସ୍ତେ ଏକାଠି ମିଶି ନବଦମ୍ପତିଙ୍କ ସହ ଡ୍ୟାନ୍ସ କରିଥିଲେ । ସାଙ୍ଗସାଥୀଙ୍କ ସହ ମଧ୍ୟ ଖୁବ ନାଚଗୀତର ଆସର ଜମିଥିଲା । ଯାହାର ଅନେକ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି । ସୂଚନା ଥାଉକି, ଉଦୟପୁରରେ ଜାନୁଆରୀ ୮ରୁ ଉଭୟଙ୍କ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଯାହା ଜାନୁଆରୀ ୧୦ ଅର୍ଥାତ୍ ବୁଧବାର ଶେଷ ହୋଇଥିଲା । ଏଠାରେ ପୁରା ପରିବାର ଏବଂ ସମ୍ପର୍କୀୟ ସାମିଲ ହୋଇଥିବା ବେଳେ ସମସ୍ତେ ପ୍ରି-ୱେଡିଂ ସମାରୋହକୁ ଖୁବ ଉପଭୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:ସରିଲା ଆମୀର ଖାନଙ୍କ ଝିଅ ବାହାଘର; ହାଫ୍ ପ୍ୟାଣ୍ଟ ପିନ୍ଧି ଇରାଙ୍କୁ ବାହାହେଲେ ନୂପୁର

କହିରଖୁଛୁ କି, ଆମୀର ଖାନ ବି-ଟାଉନ ସେଲିବ୍ରିଟିଙ୍କ ପାଇଁ ଏକ ଗ୍ରାଣ୍ଡ ରିସେପସନ ପାର୍ଟିର ଆୟୋଜନ କରିବେ । ଯାହା ଜାନୁଆରୀ ୧୩ରେ ମୁମ୍ବାଇରେ ଅନୁଷ୍ଠିତ ହେବ । ଆମୀର ଏହି ସମାରୋହ ପାଇଁ ଅମ୍ବାନୀ ପରିବାର ଠାରୁ ଆରମ୍ଭ କରି ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ବରିଷ୍ଠ ବ୍ୟକ୍ତିବିଶେଷଙ୍କୁ ନିୟନ୍ତ୍ରଣ କରିଥିବା ଜଣାପଡିଛି । ବିକେସି ଜିଓ ସେଣ୍ଟରରେ ରିସେପସନ ପାର୍ଟି ଆୟୋଜିତ ହେବାକୁ ଥିବାବେଳେ ଅନେକ ବଲିଉଡ ଏବଂ ରାଜନେତା ଯୋଗଦେବେ । ସଲମାନ ଖାନ, ଶାହାରୁଖ ଖାନ, ଅଜୟ ଦେବଗନ, ଅମିତାଭ ବଚ୍ଚନ, କରଣ ଜୋହର, ଅକ୍ଷୟ କୁମାର, କରୀନା କପୁର, ରାଜକୁମାର ହିରାନୀ, ଜୁହି ଚାୱଲାଙ୍କ ସମେତ ଆମୀରଙ୍କ ଅନେକ ସେଲିବ୍ରିଟି ବନ୍ଧୁ ଏବଂ ସହକର୍ମୀ ଇରା ନୂପୁରଙ୍କ ରିସେପସନରେ ସାମିଲ ହେବେ ।

ABOUT THE AUTHOR

...view details