ଓଡିଶା

odisha

ETV Bharat / entertainment

ପୁଣି ଏକାଠୀ ହେଲେ ଆମୀର-ହିରାନୀ, ବାୟୋପିକ ଫିଲ୍ମରେ ନଜର ଆସିବେ ମିଷ୍ଟର ପରଫେକ୍ଟ୍‌

ଆମୀର ଖାନ ଏବଂ ରାଜକୁମାର ହିରାନୀଙ୍କ ଯୋଡି ପରଦାରେ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି। PK ଏବଂ 3-Idiots ପରେ ବର୍ତ୍ତମାନ ଏହି ଯୋଡି ପରଦାରେ ପୁଣି ଧମକା କରିବାକୁ ପ୍ରସ୍ତୁତ ହେଉଛନ୍ତି । ରାଜକୁମାର ହିରାନୀ ଆମୀରଙ୍କ ସହ ଏକ ବାୟୋପିକ ଫିଲ୍ମ ଉପରେ କାମ କରିବେ । ଅଧିକ ପଢନ୍ତୁ

By

Published : Jul 5, 2023, 2:10 PM IST

ପୁଣି ପରଦାକୁ କମବ୍ୟାକ କରିବେ ଆମୀର ଖାନ, ରାଜକୁମାର ହିରାନୀଙ୍କ ସହ ବାୟୋପିକ ଫିଲ୍ମ ପାଇଁ ମିଳାଇଲେ ହାତ
ପୁଣି ପରଦାକୁ କମବ୍ୟାକ କରିବେ ଆମୀର ଖାନ, ରାଜକୁମାର ହିରାନୀଙ୍କ ସହ ବାୟୋପିକ ଫିଲ୍ମ ପାଇଁ ମିଳାଇଲେ ହାତ

ହାଇଦ୍ରାବାଦ:ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ପୁଣି ବଡ ପରଦାକୁ ଫେରିବେ ବଲିଉଡ ମିଷ୍ଟର ପରଫେକ୍ଟନିଷ୍ଟ ଆମୀର ଖାନ । ଗତବର୍ଷ ରିଲିଜ ହୋଇଥିବା ଫିଲ୍ମ ଲାଲ ସିଂ ଚଢା ଫ୍ଲପ୍‌ ପରେ ଫିଲ୍ମି ଦୁନିଆରୁ ଦୂରେଇ ରହିଥିଲେ ଆମୀର ଖାନ । ଏହାରି ମଧ୍ୟରେ ବର୍ତ୍ତମାନ ଆମୀର ଖାନ ଏକ ବାୟୋପିକ ଫିଲ୍ମରେ ନଜର ଆସିବେ ବୋଲି କୁହାଯାଉଛି । ଏହି ଫିଲ୍ମ ପାଇଁ ସେ ରାଜକୁମାର ହିରାନୀଙ୍କ ସହ ହାତ ମିଲାଇଥିବା ଜଣାପଡିଛି । ତେବେ ଏହାକୁ କୌଣସି ବିଦ୍ଧିବଧ ଘୋଷଣା ହୋଇନାହିଁ ।

PK ଏବଂ 3-Idiots ପରେ ବର୍ତ୍ତମାନ ରାଜକୁମାର ହିରାନୀ ଏବଂ ଆମୀର ଖାନ ପରଦାରେ ପୁଣି ଧମକା କରିବାକୁ ପ୍ରସ୍ତୁତ ହେଉଛନ୍ତି । ରାଜକୁମାର ହିରାନୀ ଆମୀରଙ୍କ ସହ ଏକ ବାୟୋପିକ ଫିଲ୍ମ ଉପରେ କାମ କରିବେ ବୋଲି କୁହାଯାଉଛି । ପ୍ରାୟ ଦଶ ବର୍ଷ ପରେ ଏହି ଯୋଡି ଏକାଠି ମିଶି କାମ କରିବାକୁ ଯାଉଛନ୍ତି । କୁହାଯାଉଛି ଯେ ଆମୀର ଖାନ ଏହି ପ୍ରକଳ୍ପ ପ୍ରତି ଆଗ୍ରହ ଦେଖାଇଛନ୍ତି । ରିପୋର୍ଟରେ କୁହାଯାଇଛି ଯେ ଏହି ବାୟୋପିକର ସୁଟିଂ ଆସନ୍ତା ବର୍ଷ ଅର୍ଥାତ୍ 2024ରୁ ଆରମ୍ଭ ହେବ ।

ଏହା ମଧ୍ୟ ପଢନ୍ତୁ: ଆଗାମୀ ଫିଲ୍ମ ନେଇ ଅମୀରଙ୍କ ଖୁଲାସା, କ୍ୟାରି ଅନ୍ ଜଟ୍ଟା 3 ଟ୍ରେଲର ଲଞ୍ଚରେ ଭାଙ୍ଗଡା କରି ଜିତିଲେ ମନ

ଆମୀରଙ୍କୁ ଶେଷ ଥର ପାଇଁ 'ଲାଲ ସିଂ ଚଢା'ରେ ଦେଖିବାକୁ ମିଳିଥିଲା, ଯେଉଁଥିରେ କରୀନା କପୁର ଖାନ୍‌ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମଟି ବକ୍ସ ଅଫିସରେ ଦର୍ଶକଙ୍କୁ ପ୍ରଭାବିତ କରିବାରେ ବିଫଳ ହୋଇଥିଲା । ସେପଟେ ଆମୀର ଖାନ ଏବଂ ରାଜକୁମାର ହିରାନୀଙ୍କ ଯୋଡି ବକ୍ସ ଅଫିସରେ ହିଟ୍ ହୋଇଛି । ଆମୀର ଖାନ ଏବଂ ରାଜକୁମାର ହିରାନୀ ପ୍ରଥମେ 2009ରେ '3 ଇଡିଅଟ୍ସ'ରେ ଏକାଠି କାମ କରିଥିଲେ । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଏକ ବମ୍ପର ଆୟ କରି ବେଶ ଲୋକପ୍ରିୟତା ହାସଲ କରିଥିଲା । ପରେ ଏହି ଯୋଡ଼ି ମିଶି ପୁଣି 2014ରେ 'ପିକେ'ରେ ଏକାଠି କାମ କରିଥିଲେ । ଏହି ଫିଲ୍ମଟି ମଧ୍ୟ ହିଟ୍‌ ହୋଇଥିଲା। ତେବେ 10ବର୍ଷ ପରେ ଏହି ଯୋଡ଼ି ଏବେ ପୁଣି ଆଉ ଏକ ଫିଲ୍ମ ସହ ବକ୍ସ ଅଫିସରେ ଧମାକା କରିବାକୁ ପ୍ରସ୍ତୁତ ହେଉଛନ୍ତି ।

ସୂଚନା ଥାଉ କି, ରାଜକୁମାର ହିରାନୀ ଆଜିକାଲି ଶାହାରୁଖ ଖାନଙ୍କୁ ନେଇ 'ଡଙ୍କି'ର ସୁଟିଂରେ ବ୍ୟସ୍ତ ଅଛନ୍ତି । ରାଜକୁମାର ହିରାନୀଙ୍କ 'ଡଙ୍କି'ରେ ଶାହାରୁଖଙ୍କ ବ୍ୟତୀତ ତାପସୀ ପନ୍ନୁ ଏବଂ ବିକି କୌଶଲ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ଏହା 22 ଡିସେମ୍ବର 2003ରେ ରିଲିଜ କରିବ । ଡଙ୍କି ରିଲିଜ ହେବା ପରେ ଆସନ୍ତା ବର୍ଷ ଆମୀରଙ୍କ ସହ ରାଜକୁମାର ହିରାନୀ ଏକ ବାୟୋପିକ ଫିଲ୍ମର ସୁଟିଂ ଆରମ୍ଭ କରିବେ ବୋଲି ଜଣାପଡିଛି । ତେବେ ଏହାକୁ କୌଣସି ବିଦ୍ଧିବଧ ଘୋଷଣା ହୋଇନାହିଁ ।

ABOUT THE AUTHOR

...view details