ଓଡିଶା

odisha

ETV Bharat / entertainment

Amir and Fatima: ପ୍ରେମ ସମ୍ପର୍କ ଗୁଜବ ମଧ୍ୟରେ ପୁଣି ଏକାଠି ନଜର ଆସିଲେ ଆମୀର-ଫାତିମା, ଭିଡିଓ ଭାଇରାଲ - ଆମୀର ଖାନ

ପୁଣି ଚର୍ଚ୍ଚାରେ ଆମୀର ଖାନ ଏବଂ ଫାତିମା ଶେଖ । ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଥିବା ଆଲୋଚନା ହେଉଛି । ଏହି ଆଲୋଚନା ମଧ୍ୟରେ ବର୍ତ୍ତମାନ ପୁଣି ଉଭୟ ଏକାଠି ନଜର ଆସିଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ଅଧିକ ପଢନ୍ତୁ

ପ୍ରେମ ସମ୍ପର୍କ ଗୁଜବ ମଧ୍ୟରେ ପୁଣି ଏକାଠି ନଜର ଆସିଲେ ଆମୀର-ଫାତିମା
ପ୍ରେମ ସମ୍ପର୍କ ଗୁଜବ ମଧ୍ୟରେ ପୁଣି ଏକାଠି ନଜର ଆସିଲେ ଆମୀର-ଫାତିମା

By

Published : May 24, 2023, 4:53 PM IST

ହାଇଦ୍ରାବାଦ: ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି ବଲିଉଡ ଅଭିନେତା ଆମୀର ଖାନ ଏବଂ ଅଭିନେତ୍ରୀ ଫାତିମା ସାନା ଶେଖ । ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଅନେକ ଦିନରୁ ସୋସିଆଲ ମିଡିଆରେ ଆଲୋଚନା ହେଉଛି । ଏବେ ପୁଣି ଆମୀର ଏବଂ ଫାତିମାଙ୍କୁ ଏକାଠି ଦେଖିବାକୁ ମିଳିଛି । ଉଭୟେ ଏକାଠି ପିକଲ୍‌ ବଲ୍‌ ଖେଳୁଥିବା ନଜର ଆସିଛନ୍ତି । ଏହି 2 ଷ୍ଟାରଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଇନ୍‌ଷ୍ଟାଗ୍ରାମରେ ସେୟାର ହୋଇଥିବା ଏକ ଭାଇରାଲ୍ ଭିଡିଓରେ ଉଭୟ ଏକାଠି ଖେଳୁଥିବା ଦେଖିବାକୁ ମିଳିଛି । ଯେଉଁଥିରେ ଆମୀର ଖାନ ଲାଲ ଟି-ସାର୍ଟ ଏବଂ ବ୍ଲାକ ପ୍ୟାଣ୍ଟରେ ଖେଳୁଥିବା ନଜର ଆସିଛନ୍ତି । ସେହିପରି ଫାତିମା ଧୂସର ବା ଗ୍ରେ' କଲର ଟି-ସାର୍ଟ ଏବଂ ବ୍ଲାକ୍‌ ପ୍ୟାଣ୍ଟରେ ନଜର ଆସିଛନ୍ତି ।

ଦଙ୍ଗଲ' ଏବଂ 'ଥଗ୍ସ ହିନ୍ଦୁସ୍ତାନ'ରେ ଆମୀର ଖାନଙ୍କ ସହ କାମ କରିଥିବା ଫାତିମା ସାନା ଶେଖଙ୍କ ଅଭିନେତାଙ୍କ ସହ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଥିବା ଶୁଣିବାକୁ ମିଳୁଛି । ଅନେକ ଥର ଏହି ଖବର ସାମ୍ନାକୁ ଆସିଛି ଯେ ଆମୀର ଖାନ ଏବଂ ଫାତିମା ବିବାହ କରିବାକୁ ଯାଉଛନ୍ତି । ତେବେ 2018 ରେ ଏହି ଗୁଜବ ଉପରେ ନୀରବତା ଭାଙ୍ଗି ଏକ ସାକ୍ଷାତକାରରେ ଫାତିମା କହିଥିଲେ ଯେ ସେ ଏହାକୁ ନେଇ ପ୍ରତିକ୍ରିୟା ଦେବା ଆବଶ୍ୟକ ଅନୁଭବ କରୁ ନାହାନ୍ତି । କାରଣ ସେ ଅନୁଭବ କରନ୍ତି ଯେ, ଯାହା ବି କର ନା କାହିଁକି, ଲୋକମାନେ କିଛି ନା କିଛି ଆଲୋଚନା କରିବା ନିଶ୍ଚିତ ।

"ଯଦି କେହି ଆପଣଙ୍କୁ କିଛି ଅଭିଯୋଗ କରନ୍ତି, ତେବେ ଆପଣ ସେମାନଙ୍କୁ କୁହନ୍ତୁ କାହିଁକି ଆପଣ ଏପରି ଅନୁଭବ କରୁଛନ୍ତି ? ଯଦି ଆପଣ ଜଣେ ଆକ୍ରାମକ ସ୍ବଭାବର ବ୍ୟକ୍ତି ତେବେ ଆପଣ ଆକ୍ରମଣ କରିବେ ଏବଂ ଯଦି ଆପଣ ଜଣେ ଭଦ୍ର ବ୍ୟକ୍ତି ତେବେ ଆପଣ ମଧ୍ୟ ଏହା ବିଷୟରେ କହିବେ ।" ମିଡିଆକୁ ପ୍ରତିକ୍ରିୟା ଦେଇ ଏହା କହିଥିଲେ ଫାତିମା । ଏଥିସହ ସେ ଆହୁରି ମଧ୍ୟ କହିଥିଲେ ଯେ, ସେ ଏହି ରିପୋର୍ଟଗୁଡିକ ଦ୍ୱାରା 'ବିବ୍ରତ' ହୋଇଥିଲେ, କିନ୍ତୁ ବର୍ତ୍ତମାନ ଏହାର ମୁକାବିଲା କରିବାକୁ ଶିଖିଛନ୍ତି । ସେ ନିଜକୁ ପୂର୍ବରୁ ସ୍ପଷ୍ଟୀକରଣ କରିବାର ଆବଶ୍ୟକତା ଅନୁଭବ କରିଥିଲେ, କିନ୍ତୁ ସମୟ ସହ ତାଙ୍କ ଆଭିମୁଖ୍ୟ ବଦଳି ଯାଇଛି ।

ସୂଚନା ଥାଉ କି, ଫାତିମା ଆମୀର ଖାନଙ୍କ ପରିବାର ଏବଂ ବିଶେଷ କରି ଆମୀରଙ୍କ ଝିଅ ଇରା ଖାନଙ୍କ ଅତି ନିକଟତର । ଗତ ବର୍ଷ ଯେତେବେଳେ ଇରା ତାଙ୍କ ପ୍ରେମିକା ନୁପୁର ଶିଖାରେଙ୍କ ସହ ବିବାହ କରିଥିଲେ, ଫାତିମା ଏହି ଦମ୍ପତିଙ୍କ ପାଇଁ ଏକ ହୃଦୟସ୍ପର୍ଶୀ ନୋଟ୍ ସେୟାର କରିଥିଲେ । ଏବଂ ସେ ପ୍ରାୟତଃ ଆମୀର ଖାନଙ୍କ ସହ ନଜର ଆସିଥାଆନ୍ତି । ଏହି କାରଣରୁ ଉଭୟଙ୍କ ମଧ୍ୟର ପ୍ରେସ ସମ୍ପର୍କ ରହିଥିବା ରୁମର ରହିଛି ।

ଫାତିମାଙ୍କ ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, ଫାତିମା ପରବର୍ତ୍ତୀ ସମୟରେ ଦିଆ ମିର୍ଜା, ରତ୍ନା ପାଠକ ଶାହା ଏବଂ ସଞ୍ଜନା ସାଙ୍ଗୀଙ୍କ ସହ 'ଧକ ଧକ'ରେ ଏବଂ ମେଘନା ଗୁଲଜାର ନିର୍ଦ୍ଦେଶକ' ସାମ୍ ବାହାଦୂର'ରେ ବିକି କୌଶଲଙ୍କ ସହ ନଜର ଆସିବେ । 'ସାମ ବାହାଦୂର'ରେ ଭିକି ଫିଲ୍ଡ ମାର୍ଶଲ ସାମ ମାନେକ୍ଷଶାଙ୍କ ଚରିତ୍ରରେ ନଜର ଆସିବେ ଏବଂ ଫାତିମା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର କରିବେ ।

ABOUT THE AUTHOR

...view details