ଓଡିଶା

odisha

ETV Bharat / entertainment

Bigg Boss OTT 2: ଶୋ'ରୁ ଆଉଟ ହେଲେ ଆଲିଆ, ସଲମାନଙ୍କୁ ଦେଲେ ଦୋଷ

ସଲମାନ ଖାନଙ୍କ ଶୋ' ବିଗ୍ ବସ୍ OTT 2 ରୁ 10 ଦିନ ମଧ୍ୟରେ ନୱାଜୁଦ୍ଦିନ ସିଦ୍ଦିକିଙ୍କ ପୂର୍ବତନ ପତ୍ନୀ ଆଲିଆ ସିଦ୍ଦିକି ଶୋ'ରୁ ଆଉଟ ହୋଇଛନ୍ତି । ଶୋ'ରୁ ବାହାରିବା ପରେ ସଲମାନଙ୍କ ଉପରେ ବର୍ଷିଛନ୍ତି ଆଲିଆ । ଅଧିକ ପଢନ୍ତୁ

By

Published : Jun 29, 2023, 12:22 PM IST

ବିଗ୍ ବସ୍ OTT 2 ଶୋ'ରୁ ଆଉଟ ହେଲେ ଆଲିଆ ସିଦ୍ଦିକି
ବିଗ୍ ବସ୍ OTT 2 ଶୋ'ରୁ ଆଉଟ ହେଲେ ଆଲିଆ ସିଦ୍ଦିକି

ମୁମ୍ବାଇ: ସଲମାନ ଖାନଙ୍କ ଶୋ' ବିଗ୍ ବସ୍ OTT 2ରୁ ବର୍ତ୍ତମାନ ଆଉ ଜଣେ ପ୍ରତିଯୋଗୀଙ୍କୁ ବାହାର କରାଯାଇଛି । ପୂର୍ବରୁ ଅଭିନେତା ପୁନିତଙ୍କୁ ଘରୁ ବାହାର କରିଦିଆଯାଇଥିବା ବେଳେ ବର୍ତ୍ତମାନ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ପୂର୍ବତନ ପତ୍ନୀ ଆଲିଆ ସିଦ୍ଦିକି ଶୋ’ରୁ ଆଉଟ ହୋଇଛନ୍ତି । ବହିଷ୍କୃତ ହେବା ପରେ ଆଲିଆ ଶୋ’ର ହୋଷ୍ଟ ତଥା ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କ ଉପରେ ବର୍ଷିଛନ୍ତି । ସଲମାନ ଖାନ ଭେଦଭାବ କରିଥିବା ଅଭିଯୋଗ ନେଇ ଆଲିଆ ଭାଇଜାନଙ୍କ ଉପରେ ବର୍ଷିଛନ୍ତି ।

ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ପୂର୍ବତନ ପତ୍ନୀ ଆଲିଆ ସିଦ୍ଦିକି ଦାବି କରିଛନ୍ତି ଯେ, ସଲମାନ ଖାନ ବିଗ୍ ବସ୍ OTT 2ରେ ବହୁତ ପକ୍ଷପାତିତ କରାଯାଉଛି । ଏକ ସାକ୍ଷାତକାରରେ ଆଲିଆ କହିଛନ୍ତି, “ମୁଁ ନିଜ ବିଷୟରେ କଥାବାର୍ତ୍ତା କଲି, କିନ୍ତୁ ସେହି କଥାକୁ ନେଇ ମୋତେ ଟାର୍ଗେଟ କରିବା କଥା ମୁଁ ବୁଝିପାରିଲି ନାହିଁ । ସମସ୍ତେ ସେମାନଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ କହୁଥିଲେ । ହେଲେ ମୋତେ ହିଁ କାହିଁକି ଟାର୍ଗେଟ କରାଗଲା ବୋଲି ପ୍ରଶ୍ନ କରିଛନ୍ତି ।

ଆଲିଆ ଆହୁରି କହିଛନ୍ତି ଯେ, ସଲମାନ ଖାନ ତାଙ୍କ ସହ 100% ଭେଦଭାବ କରିଛନ୍ତି, ଜଣେ ତାରକା ଅନ୍ୟ ଜଣେ ତାରକାଙ୍କୁ ସମର୍ଥନ କରିଛନ୍ତି, ଆଲିଆ କହିଥିଲେ ଯେ ସଲମାନ ତାଙ୍କ ସହ କିକ ଫିଲ୍ମରେ କାମ କରିଛନ୍ତି, ଅଭିନେତା ନୱାଜୁଦ୍ଦିନ ସମର୍ଥନ କରିଛନ୍ତି, କିନ୍ତୁ ମୁଁ ଜାଣେ ଯେ ମୁଁ ଭୁଲ ନୁହେଁ, କେବଳ ବଲିଉଡରେ ନୁହେଁ ବିଗ୍ ବସରେ ମଧ୍ୟ ଭେଦଭାବ ଅଛି ।

ଆଲିଆ ଏହା ମଧ୍ୟ କହିଛନ୍ତି, “ବର୍ତ୍ତମାନ ଆଗାମୀ ସପ୍ତାହରେ, ମୁଁ ଦେଖିବାକୁ ଚାହେଁ ଯେ ପୂଜା ଭଟ୍ଟଙ୍କ ପ୍ରତିକ୍ରିୟା 'ମୁଁ ମହେଶ ଭଟ୍ଟଙ୍କ ଝିଅ'। ଏହାକୁ ନେଇ ପୂଜା ଭଟ୍ଟଙ୍କ ଉପରେ ସଲମାନ ଖାନ କଣ ପ୍ରତିକ୍ରିୟା ରଖୁଛନ୍ତି । ମୁଁ ବାହ୍ୟ ଜଗତ ବିଷୟରେ ମଧ୍ୟ କହିଛି ଏବଂ ସେ ମଧ୍ୟ କହିଛନ୍ତି । ଏଣୁ ମୁଁ ଦେଖିବାକୁ ଚାହେଁ ଯେ, ଗେମ ଦେଖିବାକୁ କେତେ ନ୍ୟାୟପୂର୍ଣ୍ଣ ।

ଏହା ମଧ୍ୟ ପଢନ୍ତୁ: ପିଲାଙ୍କୁ ମନେ ପକାଇ କାନ୍ଦିଲେ ଆଲିଆ, ଛାଡପତ୍ରକୁ ନେଇ କହିଲେ ଏପରି

ସୂଚନା ଥାଉ କି, ଆଲିଆ ଅଷ୍ଟମ ପ୍ରତିଯୋଗୀ ଭାବରେ ବିଗ୍ ବସ୍ OTT 2ରେ ଏଣ୍ଟ୍ରି କରିଥିଲେ । ସେ କହିଥିଲେ ଯେ, ''ମୁଁ ନିଜର ସ୍ବତନ୍ତ୍ର ପରିଚୟ କରିବାକୁ ଏଠାକୁ ଆସିଛି । ମୋ ନାଁ ପୂର୍ବରୁ ନୱାଜୁଦ୍ଦିନଙ୍କ ନାଁ ହଟାଇବାକୁ ଚାହୁଁଛି । ଏଥିସହ ମୋ ପ୍ରତି ଲୋକଙ୍କ ମନରେ ରହିଥିବା ନକରାତ୍ମକ ଭାବନାକୁ ବଦଳାଇବାକୁ ସେ ଚ୍ୟାଲେଞ୍ଜର ସହ ଶୋ'କୁ ଆସିଛି ।'' ଶୋ’ର ପ୍ରଥମ ସପ୍ତାହ ଶେଷରେ ସଲମାନ ଖାନ ତାଙ୍କ ଭୁଲ ପାଇଁ ଆଲିଆଙ୍କୁ ଟାର୍ଗେଟ କରିଥିଲେ । ଘରେ ବାହ୍ୟ ଜିନିଷ ବିଷୟରେ ନ କହିବା ପାଇଁ ସଲମାନ ଆଲିଆଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସଲମାନ କହିଥିଲେ ଯେ ସେ ବିଗ୍ ବସ୍ ଘର ବିଷୟରେ କଥା ହେବା ଉଚିତ୍, ତାଙ୍କୁ କାହାର ବ୍ୟକ୍ତିଗତ ଜୀବନରେ ପଶିବାର ଆବଶ୍ୟକତା ନାହିଁ । ସଲମାନ ଏହା ମଧ୍ୟ କହିଛନ୍ତି ଯେ ସମସ୍ତେ ଆଲିଆଙ୍କ କଥା ଶୁଣିଛନ୍ତି । ବର୍ତ୍ତମାନ ଶୋ'ରେ ଦୁର୍ବଳ ପ୍ରଦର୍ଶନ ହେତୁ ତାଙ୍କୁ ଶୋ'ରୁ ବାହାର କରିଦିଆଯାଇଛି ।

ABOUT THE AUTHOR

...view details