ଓଡିଶା

odisha

ଦ୍ବିତୀୟ ଥର ପାଇଁ ମାଆ ହେବେ ଦେବିନା, ସୋସିଆଲ୍‌ ମିଡିଆରେ ଦେଲେ ଖୁସି ଖବର

By

Published : Aug 17, 2022, 7:40 AM IST

ଟିଭି ସିରିଏଲ ରାମାୟଣର ଚର୍ଚ୍ଚିତ ଯୋଡି ଗୁରୁମିତ ସିଂହ ଚୌଧୁରୀ ଏବଂ ଦେବିନା ବାନାର୍ଜୀ ପୁଣି ଥରେ ପିତାମାତା ହେବାକୁ ଯାଉଛନ୍ତି । ଅଧିକ ପଢନ୍ତୁ

ଦ୍ବିତୀୟ ଥର ପାଇଁ ମାଆ ହେବେ ଦେବିନା, ସୋସିଆଲ୍‌ ମିଡିଆରେ ଦେଲେ ଖୁସି ଖବର
ଦ୍ବିତୀୟ ଥର ପାଇଁ ମାଆ ହେବେ ଦେବିନା, ସୋସିଆଲ୍‌ ମିଡିଆରେ ଦେଲେ ଖୁସି ଖବର

ମୁମ୍ବାଇ: ଟିଭି ସିରିଏଲ 'ରାମାୟଣ'ର ଚର୍ଚ୍ଚିତ ଯୋଡି ଗୁରୁମିତ ସିଂହ ଚୌଧୁରୀ ଏବଂ ଦେବିନା ବାନାର୍ଜୀଙ୍କ ନିକଟରେ ପିତାମାତା ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ଚଳିତ ବର୍ଷ ଏପ୍ରିଲ ମାସରେ ଏହି ଦମ୍ପତି ଏକ କନ୍ୟା ସନ୍ତାନକୁ ସ୍ବାଗତ କରିଥିଲେ, ଯାହାର ନାମ ଲିଆନା । ବର୍ତ୍ତମାନ ଏହି ଦମ୍ପତି ପୁଣିଥରେ ପ୍ରଶଂସକଙ୍କୁ ଖୁସି ଖବର ଦେଇଛନ୍ତି।

ଅଭିନେତ୍ରୀ ଦେବିନା ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ନିଜର ଗର୍ଭଧାରଣ ଘୋଷଣା କରିଛନ୍ତି । ତାଙ୍କ ହାତରେ ଏକ ସୋନୋଗ୍ରାଫି ରିପୋର୍ଟ ଅଛି ଏବଂ ସେ ସ୍ୱାମୀ ଗୁରୁମିତଙ୍କୁ ଆଲିଙ୍ଗନ କରୁଛନ୍ତି ଏବଂ ଅଭିନେତା ଝିଅ ଲିଆନାଙ୍କୁ କୋଳରେ ଧରିଛନ୍ତି । ଏହି ସୁନ୍ଦର ଫଟୋ ସହିତ ଦେବିନା ଲେଖିଛନ୍ତି, କିଛି ନିଷ୍ପତ୍ତି ସ୍ୱାଭାବିକ, ଯାହାକୁ ପରିବର୍ତ୍ତନ କରାଯାଇପାରିବ ନାହିଁ, ଏହା ଆମ ପାଇଁ ଆଉ ଏକ ଆଶୀର୍ବାଦ ଅଟେ.... ଖୁବ୍ ଶୀଘ୍ର ପୂରଣ ହେବ ।

ଦେବିନାଙ୍କ ବାର୍ତ୍ତାରୁ ଏହା ସ୍ପଷ୍ଟ ହୋଇଛି ଯେ, ସେ ତାଙ୍କ ସ୍ୱାମୀଙ୍କ ସହ ପୁଣି ଏକ ବେବି ପ୍ଲାନିଂ କରିଛନ୍ତି । ଉଲ୍ଲେଖନୀୟ ଯେ, ଦେବିନା ଏବଂ ଗୁରୁମିତ 2011 ମସିହାରେ ବିବାହ କରିଥିଲେ ଏବଂ ବିବାହର 11 ବର୍ଷ ପରେ ଏହି ଦମ୍ପତିଙ୍କର ପ୍ରଥମ ସନ୍ତାନ ହୋଇଥିଲା । ବିବାହ ପରେ ଦେବିନା କାମରୁ ବ୍ରେକ୍‌ ନେଇଥିଲେ ।

ଗୁରମିତ ଓ ଦେବିନା ଅନେକ ରିୟଲିଟି ସୋ'ରେ ସାଥୀରେ ନଜର ଆସିଛନ୍ତି । ଯେଉଁଥିରେ 'ନଚ ବଲିୟେ', 'ଫିୟର ଫ୍ୟାକ୍ଟର: ଖତରୋଁ କେ ଖିଲାଡି' ଭଳି ସୋ' ସାମିଲ ରହିଛି । ନିକଟରେ ଗୁରୁମିତଙ୍କ ଦେଶଭକ୍ତି ଗୀତ 'ତେରୀ ଗଲିୟାଁ ସେ' ମୁକ୍ତିଲାଭ କରିଥିଲା, ଯାହାକୁ ଗାୟକ ଜୁବିନ୍ ନୌଟିୟାଲ ଗାଇଥିଲେ । ଏହା ବ୍ୟତୀତ ଗୁରୁମିତ ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି, ଯେଉଁଥିରେ ସେ ୱାଜା ତୁମ୍‌ ହୋ, ଖୋମୋସିୟାଁ ଏବଂ 2021ରେ ମୁକ୍ତିଲାଭ କରିଥିବା 'ଦ ଓ୍ବାଇଫ୍‌ରେ ଦେଖିବାକୁ ମିଳିଥିଲା ।

ABOUT THE AUTHOR

...view details