ହାଇଦ୍ରାବାଦ:ରାତି ପାହିଲେ ଅନୁଷ୍ଠିତ ହେବ ଆଇସିସି ବିଶ୍ୱକପର ଅନ୍ତିମ ଲଢେଇ । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ବିଶ୍ୱକପ 2023ର ଅନ୍ତିମ ମ୍ୟାଚକୁ ନେଇ ସମଗ୍ର ବିଶ୍ୱର ନଜର କ୍ରିକେଟ୍ ଉପରେ ରହିଛି । ଆସନ୍ତାକାଲି(ରବିବାର) ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ସମୟ ପାଖେଇ ଆସୁଥିବା ବେଳେ ଉତ୍ସାହ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହାରି ଭିତରେ ତାମିଲ ଅଭିନେତ୍ରୀ ରେଖା ବୋଜ ଆଇସିସି ବିଶ୍ୱକପ ମ୍ୟାଚ ସମ୍ପର୍କରେ ଦେଇଥିବା ବିବୃତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ରବିବାର ଫାଇନାଲ ମ୍ୟାଚରେ ଭାରତ ବିଶ୍ବକପ ଚମ୍ପିଆନ ହେଲେ ଭାଇଜାଗ ସମୁଦ୍ରକୂଳରେ ଉଲଗ୍ନ ହେବେ ବୋଲି କହିଛନ୍ତି ଅଭିନେତ୍ରୀ । ଏଭଳି ବୟାନ ପରେ ଅଭିନେତ୍ରୀଙ୍କୁ ଖୁବ୍ ସମାଲୋଚନା କରାଯାଉଛି ।
ଅହମ୍ମଦାବାଦରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆୟୋଜିତ ହେବାକୁ ଥିବା ମ୍ୟାଚ୍ ଉପରେ ଫିଲ୍ମ ତାରକାମାନେ ମଧ୍ୟ ନଜର ରଖିଛନ୍ତି । ରବିବାର କ୍ରିକେଟର ଦୁଇଟି ଶ୍ରେଷ୍ଠ ଦଳ ମୁହାଁମୁହିଁ ହେବେ । ତେବେ ଭାରତ ଜିତିଲେ ଭାଇଜାଗ ବିଚରେ ଉଲଗ୍ନ ହୋଇ ବୁଲିବେ ବୋଲି ତାଲିମ ଅଭିନେତ୍ରୀ ଜଣକ ନିଜ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ଷ୍ଟୋରୀ ସେୟାର କରିଛନ୍ତି । ଅଭିନେତ୍ରୀ ଜଣକର ଏଭଳି ବୟାନକୁ ନେଇ ସମାଲୋଚନା ବଢିବାରେ ଲାଗିଛି । ରୋଖାଙ୍କ ଏହି ବୟାନ ପରେ ଅନେକ ବଲିଉଡ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ବିବୃତ୍ତିକୁ ମନେ ପକାଇଛନ୍ତି ।