ଓଡିଶା

odisha

By

Published : May 23, 2023, 9:28 AM IST

Updated : May 23, 2023, 10:03 AM IST

ETV Bharat / entertainment

ଆଉ ନାହାନ୍ତି RRRର ଏହି ଅଭିନେତା, ୫୮ ବର୍ଷ ବୟସରେ ଦୁନିଆକୁ କହିଲେ ଅଲବିଦା

ଆଉ ନାହାନ୍ତି ଏସଏସ ରାଜମୌଲୀଙ୍କ ବ୍ଲକବଷ୍ଟର ଫିଲ୍ମ RRRରେ ଖଳନାୟକ ଚରିତ୍ରରେ ଅଭିନୟ କରିଥିବା ଖ୍ୟାତାନାମା ଅଭିନେତା ରେ ଷ୍ଟିଭେନସନ। ଅଧିକ ପଢନ୍ତୁ

RRR Villain Ray Stevenson
RRR Villain Ray Stevenson

ନୂଆଦିଲ୍ଲୀ:ପୁଣି ଫିଲ୍ମ ଜଗତ ପାଇଁ ଆସିଲା ଦୁଃଖଦ ଖବର । ଅଦିନରେ ଅବେଳରେ ଦୁନିଆକୁ ଅଲବିଦା କହିଲେ ଆଉ ଜଣେ ଅଭିନେତା । ଆଉ ନାହାନ୍ତି ଏସଏସ ରାଜମୌଲୀଙ୍କ ବ୍ଲକବଷ୍ଟର ଫିଲ୍ମ RRRରେ ଖଳନାୟକ ଚରିତ୍ରରେ ଅଭିନୟ କରିଥିବା ଖ୍ୟାତାନାମା ଅଭିନେତା ରେ ଷ୍ଟିଭେନସନ । ୫୮ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ତେବେ ତାଙ୍କ ଦେହାନ୍ତର କାରଣ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ । ତିନି ଦିନ ପରେ ଅର୍ଥାତ ମେ' 25ରେ ସେ ତାଙ୍କର 59ତମ ଜନ୍ମଦିନ ପାଳନ କରିଥାଆନ୍ତେ । ରାଙ୍କ୍‌ PR ଏଜେନ୍ସି ଇଣ୍ଡିପେଣ୍ଡେଣ୍ଟ ଟ୍ୟାଲେଣ୍ଟ ତାଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଆରପାରିରେ ଟଲିଉଡ ବର୍ଷିୟାନ ଅଭିନେତା ଶରତ ବାବୁ

ରେ' ଷ୍ଟିଭେନସନ ଗ୍ଲୋବାଲ ହିଟ୍‌ ଫିଲ୍ମ RRRରେ ଖଳନାୟକ ଚରିତ୍ର ସ୍କଟ ବକ୍ସନଙ୍କ ଭୂମିକାରେ ଅଭିନୟ କରିଥିଲେ । ତେବେ RRR ଫିଲ୍ମ ବ୍ୟତୀତ ସେ ମାର୍ବଲ ଫିଲ୍ମ ଆରଆରଆର ବ୍ୟତୀତ ସେ ମାର୍ଭେଲଙ୍କ ଫିଲ୍ମ 'ଥର୍‌'ରେ କାମ କରିଥିଲେ । ନିକଟରେ ଷ୍ଟିଭେନ୍ସନ୍ ଐତିହାସିକ ଡ୍ରାମା ଚଳଚ୍ଚିତ୍ର '1242: ଗେଟୱେ ଟୁ ଦ ବେଷ୍ଟ'ରେ ନଜର ଆସିଥିଲେ । ଖୁବଶୀଘ୍ର ସେ ଡିଜ୍‌ନି ପ୍ଲସ୍ ହଟଷ୍ଟାର୍ ସିରିଜ୍ ଅଶୋକାରେ ମଧ୍ୟ ଅଭିନୟ କରିବାକୁ ଯାଉଥିଲେ । ହେଲେ ତା ପୂର୍ବରୁ ସେ ଆରପାରିକୁ ଚାଲିଯାଇଛନ୍ତି ।

ଷ୍ଟିଭେନସନ ୧୯୬୪ ମସିହା ମେ' ୨୫ରେ ଲିସବନରେ ଜନ୍ମଗ୍ରହଣ କରିଥିଲେ । ସେ ପରିବାରର ତିନି ଭାଇଙ୍କ ମଧ୍ୟରୁ ଦ୍ଵିତୀୟ ଥିଲେ । ୮ ବର୍ଷ ବୟସରେ ବ୍ରିଷ୍ଟଲର ଓଲ୍ଡ ଭିକ୍ ଥିଏଟର ସ୍କୁଲରେ ବାଲ୍ୟ ଶିକ୍ଷା ଗ୍ରହଣ କରିଥିଲେ । ୨୯ ବର୍ଷ ବୟସରେ ସ୍ନାତ୍ତକରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ଅଭିନୟ ପ୍ରତି ମନ ବଳାଇଥିଲେ । ଏହାପରେ ତାଙ୍କୁ ଅନେକ ସିନେମା ଓ ଟିଭି ଶୋ'ରେ ବିଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଥିଲା । ଯାହା ତାଙ୍କୁ ଦେଇଥିଲେ ସ୍ୱତନ୍ତ୍ର ପରିଚୟ ।

ଏହା ମଧ୍ୟ ପଢନ୍ତୁ-ଅଫେରା ରାଇଜରେ ଆଦିତ୍ୟ ସିଂ ରାଜପୁତ, ମୁମ୍ବାଇ ଆପାର୍ଟମେଣ୍ଟ ବାଥରୁମରୁ ମିଳିଲା ମୃତଦେହ

୧୯୯୦ ମସିହାରେ ଷ୍ଟିଭେନସନ ଫିଲ୍ମି କ୍ୟାରିଅର ଆରମ୍ଭ କରିଥିଲେ । ୧୯୯୮ରେ ଫିଲ୍ମ ‘ଦ ଥିଓରୀ ଅଫ ଫ୍ଲାଇଟ୍’ ତାଙ୍କୁ ହଲିଉଡରେ ନୂତନ ପରିଚୟ ଦେଇଥିଲା । ଏହାପରେ ସେ ୨୦୦୪ରେ 'କିଙ୍ଗ ଆର୍ଥର', ପନିଶର: ଓ୍ବାର ଜୋନ(2008), 'ଦ ବୁକ୍‌ ଅଫ ଏଲି(୨୦୧୦) ଏବଂ 'ଦ ଅଦର ଗାୟ' ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମରେ ତାଙ୍କର ନିଖୁଣ ଅଭିନୟ ଦେଖିବାକୁ ମିଳିଥିଲା । ମୋଟ୍ ୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ ଷ୍ଟିଭେନସନ ।

Last Updated : May 23, 2023, 10:03 AM IST

ABOUT THE AUTHOR

...view details