ଓଡିଶା

odisha

ETV Bharat / elections

ଭୋଟ ନଦେଲେ ପାଣି ଟାଙ୍କି ଚଢିବେ ଧର୍ମେନ୍ଦ୍ର ! - Dharmendra

ଭୋଟ ପ୍ରଚାର ପାଇଁ ଫିଲ୍ମି ଡାଇଲଗ କହିଲେ ଧର୍ମେନ୍ଦ୍ର। ବିଜେପି ସାଂସଦ ପ୍ରାର୍ଥୀ ହେମା ମାଲିନି ଏବଂ ତାଙ୍କ ସ୍ବାମୀ ଧର୍ମେନ୍ଦ୍ର ଏକ ସଭାକୁ ସମ୍ବୋଧିତ କରିବା ପାଇଁ ଯାଇଥିଲେ ସେଠାରେ ସେ ସୋଲେ ଫିଲ୍ମର ଡାଇଲଗ କହି ସମର୍ଥକଙ୍କୁ ଉତ୍ସାହିତ କରିଥିଲେ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Apr 15, 2019, 2:17 PM IST

ମଥୁରା: 'ଯଦି ଆପଣମାନେ ବସନ୍ତିକୁ ଭୋଟ ନଦିଅନ୍ତି ତେବେ ମୁଁ ଏହି ଗାଁର ପାଣି ଟାଙ୍କି ଉପରେ ଚଢିଯିବି ।' ଏଭଳି ଫିଲ୍ମି ଡାଇଲଗ ସହ ଭୋଟ ମାଗିଲେ ଧର୍ମେନ୍ଦ୍ର। ରବିବାର ଆୟୋଜିତ ଏକ ସଭାରେ ବିଜେପି ସାଂସଦ ହେମାମାଳିନୀ ଏବଂ ତାଙ୍କ ସ୍ବାମୀ ଧର୍ମେନ୍ଦ୍ର ଯୋଗ ଦେଇ ସଭାକୁ ଉଦବୋଧନ କରିଥିଲେ ।

ସୋଂଖ, ବଳଦେବ ଏବଂ ୱାଜନାରେ ବିଜେପି ପ୍ରାର୍ଥୀ ହେମାଙ୍କ ସମର୍ଥନରେ ଆୟୋଜିତ ସଭାକୁ ଧର୍ମେନ୍ଦ୍ର ସମ୍ବୋଧନ କଲେ। ସୋଂଖରେ ଆୟୋଜିତ ସଭାରେ ଧର୍ମେନ୍ଦ୍ର ନିଜ ଅଭିଭାଷଣ ସମାପ୍ତ କରିବାକୁ ଯାଉଥିବା ସମୟରେ ଉପସ୍ଥିତ ଲୋକେ ଧର୍ମେନ୍ଦ୍ରଙ୍କୁ ଏକ ଫିଲ୍ମି ଡାଇଲଗ କହିବାକୁ କହିଥିଲେ । ଧର୍ମେନ୍ଦ୍ର କହିଲେ ଯଦି ଫିଲ୍ମି ଡାଇଲଗ ଏଠାରେ କହିବି ତେବେ ଆପଣମାନେ ମୋ ଫିଲ୍ମ ଦେଖିବାକୁ ସିନେମା ହଲ କାହିଁକି ଯିବେ।

ଏହାଶୁଣିବା ପରେ ମଧ୍ୟ ଲୋକେ ସେହି ତତ୍ପରତାର ସହ ଅପେକ୍ଷା କରିଥିଲେ ଧର୍ମେନ୍ଦ୍ରଙ୍କ ଗୋଟେ ଡାଇଲଗ ଶୁଣିବା ପାଇଁ । ଏହା ଦେଖିବା ପରେ ହେମା ଧର୍ମେନ୍ଦ୍ରଙ୍କୁ ଅନୁରୋଧ କରିଥିଲେ ଡାଇଲଗଟିଏ କହିବା ପାଇଁ। ଏହାପରେ ଧର୍ମେନ୍ଦ୍ର ଦେଖାଇଥିଲେ ତାଙ୍କର ଜଲୱା । ସେ ସୋଲେ ଫିଲ୍ମର ଏକ ଡାୟଲଗ କହିଲେ ଯାହା ଶୁଣି ହେମାଙ୍କ ସମର୍ଥକମାନେ ବହୁତ ଖୁସି ହୋଇଥିଲେ ।

ଧର୍ମେନ୍ଦ୍ର କହିଲେ, 'ଗାଁ ଲୋକେ ଯଦି ବସନ୍ତୀଙ୍କୁ ଭୋଟ ନଦିଅନ୍ତି, ତେବେ ମୁଁ ଏହି ଗାଁର ପାଣି ଟାଙ୍କି ଉପରେ ଚଢିଯିବି । ତା'ପରେ ଗାଁର ମାଉସୀମାନେ ଆସିବେ ଆଉ କହିବେ ପୁଅ ଓହ୍ଲାଇ ପଡ, ଆମେ ବସନ୍ତୀଙ୍କୁ ହିଁ ଭୋଟ ଦେବୁ ।' ଧର୍ମେନ୍ଦ୍ରଙ୍କର ଏହି ଡାଇଲଗରେ ସାରା ଗାଁ ଲୋକେ ତାଳି ମାରିବାକୁ ଲାଗିଲେ ।

ABOUT THE AUTHOR

...view details