ଓଡିଶା

odisha

ETV Bharat / elections

ବାପାଙ୍କ ବିୟୋଗ ଅଶ୍ବିନୀଙ୍କ ନିର୍ବାଚନୀ ପ୍ରଚାରରେ ପକାଇବ କି ପ୍ରଭାବ !

ଏଥର ବରଗଡ ବିଧାନସଭା ଆସନରେ ହେବ ତ୍ରିମୁଖୀ ଲଢେଇ । ଇତିମଧ୍ୟରେ ବିଜେପି ପ୍ରାର୍ଥୀ ଅଶ୍ଵିନୀ ଷଡଙ୍ଗୀଙ୍କ ବାପାଙ୍କ ଦେହାନ୍ତ ହୋଇଛି । ନିର୍ବାଚନକୁ ଆଉ ଅଳ୍ପ ସମୟ ଥିବାରୁ ଏହି ସମୟରେ ଅଶ୍ଵିନୀଙ୍କ ବାପାଙ୍କ ମୃତ୍ୟୁ ତାଙ୍କ ନିର୍ବାଚନୀ ପ୍ରଚାରକୁ ପ୍ରଭାବିତ କରିବା ନେଇ ଆଶା ପ୍ରକାଶ ହୋଇଛି ।

By

Published : Apr 6, 2019, 3:35 AM IST

ଫଟୋ ସୌଜନ୍ୟ : ସମ୍ବାଦାତା, ବରଗଡ

ବରଗଡ: ଚାଲିଛି ନିର୍ବାଚନୀ ଋତୁ । ସମସ୍ତ ପ୍ରାର୍ଥୀ ଏବେ ନିର୍ବାଚନୀ ପ୍ରଚାରରେ ବ୍ୟସ୍ତ । ପ୍ରତି ଦଳ ପରସ୍ପରକୁ କଡା ଟକ୍କର ଦେବାକୁ ପ୍ରସ୍ତୁତ କରୁଛନ୍ତି ନିର୍ବାଚନୀ ରଣାଙ୍ଗନା । ଏହି କ୍ରମରେ ଏଥର ବରଗଡରେ ହେବ ତ୍ରିମୁଖୀ ଲଢେଇ । ବରଗଡ ବିଧାନସଭା ଆସନ ହାତେଇବାକୁ ଶାସକ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ଜୋରଦାର ଟକ୍କର ।

ଭିଡିଓ ସୌଜନ୍ୟ : ସମ୍ବାଦାତା, ବରଗଡ

ଇତିମଧ୍ୟରେ ବିଜେପି ଦଳର ପ୍ରାର୍ଥୀ ଅଶ୍ଵିନୀ ଷଡଙ୍ଗୀଙ୍କ ବାପାଙ୍କ ଆଜି 84 ବର୍ଷ ବୟସରେ ଦେହାନ୍ତ ହୋଇଛି । ନିର୍ବାଚନକୁ ଆଉ ଅଳ୍ପ ସମୟ ଥିବାରୁ ଏହି ସମୟରେ ଅଶ୍ଵିନୀଙ୍କ ବାପା କମାଳାକାନ୍ତ ଷଡଙ୍ଗୀଙ୍କ ମୃତ୍ୟୁ ତାଙ୍କ ନିର୍ବାଚନୀ ପ୍ରଚାରକୁ ପ୍ରଭାବିତ କରିବା ନେଇ ଆଶା ପ୍ରକାଶ ହୋଇଛି ।

ସେପଟେ ରାଜନୀତିରେ ସମସ୍ତ ଦଳର ପ୍ରାର୍ଥୀ ନିଜ ନିଜ ମଧ୍ୟରେ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ଆଜି ସମସ୍ତ ବିରୋଧୀ ପ୍ରାର୍ଥୀ ଅଶ୍ଵିନୀ ଷଡଙ୍ଗୀଙ୍କ ବାସଭବନରେ ପହଞ୍ଚିଥିଲେ । ଏଥିସହତି ତାଙ୍କ ବାପାଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲେ । ସେହିପରି ସମାନ ଆସନରୁ ଅଶ୍ଵିନୀଙ୍କ ପ୍ରତିଦ୍ଵନ୍ଦି କରୁଥିବା ଶାସକ ବିଜେଡି ଦଳର ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ଓ କଂଗ୍ରେସ ଦଳର ପ୍ରାର୍ଥୀ ନିପନ ଦାସ ମଧ୍ୟ ଏହି ଶୋକସଭାରେ ଉପସ୍ଥିତ ଥିଲେ । ଏତତଦବ୍ୟତୀତ ପ୍ରସନ୍ନ ଆଚାର୍ଯ୍ୟ, ପ୍ରଶାନ୍ତ ବେହେରା, ପ୍ରଦୀପ ଦେବତା, ସୁରେଶ ପୁଜାରୀ, ସୁରେଶ୍ଵର ଶତପଥୀଙ୍କ ପରି ବହୁ ହେବିୱେଟ୍ ନେତାଙ୍କ ସୁଅ ଅଶ୍ବିନୀଙ୍କ ବାସଭବନକୁ ଛୁଟି ଆସିଥିଲା ।

ଅଶ୍ବିନୀଙ୍କ ବାପାଙ୍କ ବିୟୋଗ ତାଙ୍କ ନିର୍ବାଚନରେ କେତେ ପ୍ରଭାବ ପକାଇବ ତାହା ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବା ପରେ ଜଣାପଡିବ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details