ସମ୍ବଲପୁର: ଭୋଟ ଦେବା ପ୍ରତି ନାଗରିକଙ୍କ ଦାୟିତ୍ବ । ତେବେ ଅନେକ ସମୟରେ କୌଣସି ନା କୌଣସି କାରଣରୁ ଅନେକ ଭୋଟର ମଧ୍ୟ ଭୋଟ ଦେବାରୁ ବଞ୍ଚିତ ହୋଇଥାନ୍ତି । ସମ୍ବଲପୁରରେ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ।
ଏଠି ଭୋଟର ଅଛନ୍ତି । ଭୋଟ ପରିଚୟ ପତ୍ର ମଧ୍ୟ ଅଛି । ଭୋଟର ଲିଷ୍ଟରେ ନାଁ ମଧ୍ୟ ଅଛି । କିନ୍ତୁ ଭୋଟର ଜଣଙ୍କ ବଞ୍ଚି ଥାଉ ଥାଉ ଲିଷ୍ଟରେ ତାଙ୍କୁ ମୃତ ବୋଲି ଘୋଷଣା କରାଯାଇଛି । ଏଭଳି ଏକ ନିନ୍ଦନୀୟ ଓ ଦୁଃଖଦ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଭୂତା ପଡାରର 164 ନମ୍ବର ବୁଥରେ ।