ଓଡିଶା

odisha

ETV Bharat / elections

'ବେରୋଜଗାରୀ ସମସ୍ୟା ଦୂର କରିବି'

ବିକାଶ ଏବଂ ବେରୋଜଗାରୀ ସମସ୍ୟା ରହିବ ତାଙ୍କର ପ୍ରଥମ ପ୍ରାଥମିକତା । ଏହା ବ୍ୟତୀତ ଚାଷୀଙ୍କ ସମସ୍ୟାକୁ ମଧ୍ୟ ସେ ସମାନ ଗୁରୁତ୍ବ ଦେବେ ବୋଲି କହିଛନ୍ତି ରାଧାରାଣୀ ପଣ୍ଡା ।

By

Published : Apr 8, 2019, 10:11 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡ଼ା

ଝାରସୁଗୁଡ଼ା: କମ୍ୟୁନିଷ୍ଟ ଓ କଂଗ୍ରେସ ଦଳର ନେତାଙ୍କ ଅଧୀନରେ ରହିଆସିଥିଲା ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ । ସେଠାରେ ସର୍ବମୋଟ 13 ଥର ବିଧାନସଭା ନିର୍ବାଚନ ହୋଇଥିବାବେଳେ କମ୍ୟୁନିଷ୍ଟ ଓ କଂଗ୍ରେସ ଛଅ ଛଅ ଥର ବିଜୟ ହୋଇଥିଲେ । କିନ୍ତୁ 2014 ନିର୍ବାଚନରେ ଏଠାକାର ରେକର୍ଡ ଭାଙ୍ଗିଥିଲେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା । ଲୋକଙ୍କ ମନକୁ ଜିଣିବା ସହ ନିର୍ବାଚନରେ ବାଜି ମାରିଥିଲେ ସେ । ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ରାଧାରାଣୀ ପଣ୍ଡା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡ଼ା

ତେବେ ନିର୍ବାଚନ ଜିତିଲେ ଲୋକଙ୍କ ପାଇଁ କଣ କରିବେ, ସେ ନେଇ ମତ ପ୍ରକାଶ କରିଛନ୍ତି ସେ । ଇଟିଭି ଭାରତର 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' କାର୍ଯ୍ୟକ୍ରମରେ ସାମିଲ ହୋଇ ଏହିସବୁ ପ୍ରଶ୍ନର ଉତ୍ତର ରଖିଛନ୍ତି ଶ୍ରୀମତୀ ପଣ୍ଡା । ବିକାଶ ଏବଂ ବେରୋଜଗାରୀ ସମସ୍ୟା ରହିବ ତାଙ୍କର ପ୍ରଥମ ପ୍ରାଥମିକତା । ଏହା ବ୍ୟତୀତ ଚାଷୀଙ୍କ ସମସ୍ୟାକୁ ମଧ୍ୟ ସେ ସମାନ ଗୁରୁତ୍ବ ଦେବେ ବେଲି କହିଛନ୍ତି ।

ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ବିଭାଜନ ଯୋଜନା ନେଇ ମଇଦାନକୁ ଓହ୍ଲାଇଥିବା ଶ୍ରୀମତୀ ପଣ୍ଡା ଏଥର ମଧ୍ୟ ଲୋକଙ୍କ ଭରସା ଜିତିପାରିବେ କି ନାହିଁ, ତାହା ଆଗାମୀ ଦିନରେ ଜଣାପଡିବ ।

ଝାରସୁଗୁଡ଼ାରୁ ରବିନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details