କଟକ: ସିଲଭର ସିଟିରେ ବଢୁଛି ତାତିର ପ୍ରକୋପ । ଦିନ 10ଟା ବାଜିଲେ ଘରେ ଘରେ ପଡୁଛି ତାଟିକବାଟ । କିନ୍ତୁ ଚତୁର୍ଥ ପର୍ଯାୟ ନିର୍ବାଚନ ପାଇଁ ବାହାରୁ ଆସିଥିବା ପୋଲିଂ ଅଫିସରଙ୍କୁ ନୂଆ ଜୀବନ ଦେଉଛନ୍ତି ସ୍ଥାନୀୟ ସ୍ବେଛାସେବୀ ସଂଗଠନ ।
ସୂଚନା ଅନୁଯାୟୀ, ହଜାରରୁ ଉର୍ଦ୍ଧ୍ବ ପୋଲିଂ ଅଫିସର ଇଭିଏମ ଓ ଭିଭିପାଟ ମେସିନ ପାଇଁ ଅପେକ୍ଷାରତ ଥିଲାବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମସ୍ତଙ୍କୁ ଅଥୟ କରି ଦେଉଛି । କିନ୍ତୁ ସ୍ଥାନୀୟ ସ୍ବେଛାସେବୀ ସଂଗଠନ ଠିକ ସମୟରେ ଆସି ସମସ୍ତ ପୋଲିଂ ଅଫିସରଙ୍କ ଉପରେ ଜଳସିଞ୍ଚନ କରି ସମସ୍ତ ଅଫିସରମାନଙ୍କୁ ଆସ୍ବସ୍ତି ପ୍ରଦାନ କରିଛନ୍ତି ।