ଭୁବନେଶ୍ବର: ଷୋଡଶ ବିଧାନସଭାର 22ତମ ବାଚସ୍ପତି ଭାବେ ନିର୍ବାଚିତ ହେଲେ ବରିଷ୍ଠ ବିଜେଡି ନେତା ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ।
ଭିଡିଓ ସୌଜନ୍ୟ: ଚିଫ୍ ବ୍ଯୁରୋ, ଭୁବନେଶ୍ବର ଶନିବାର ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ଗୃହର ନେତା ନବୀନ ପଟ୍ଟନାୟକ ସୂର୍ଯ୍ୟଙ୍କ ନାଁମ ପ୍ରସ୍ତାବକୁ ଆଗତ କରିଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସମସ୍ତ ବିଧାୟକ ସମର୍ଥନ କରିଥିଲେ ।
ଏହାପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଓ ଅନ୍ୟ ବିଧାୟକ ମାନେ ବାଚସ୍ପତିଙ୍କୁ ତାଙ୍କ ଆସନ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ । ତେବେ ବାଚସ୍ପତି ନିର୍ବାଚନ ପ୍ରକ୍ରିୟାରୁ ଦୂରେଇ ରହିଥିଲେ ସମସ୍ତ ବିଜେପି ବିଧାୟକ ।
ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ