ଓଡିଶା

odisha

ETV Bharat / elections

କନ୍ଧମାଳରେ ସୂଚନା ଅଧିକାର କର୍ମୀଙ୍କୁ ଆକ୍ରମଣ - ODISHA

ଗତ ଶୁକ୍ରବାର କନ୍ଧମାଳ ତୁମୁଡିବନ୍ଧର ଲାବଣ୍ୟ ନଗରଠାରେ ଜଣେ ସୂଚନା ଅଧିକାର କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିବାବେଳେ ଷ୍ଟାଟିକ ସର୍ଭେଲାନ୍ସ ଟିମ୍ ତାଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲେ। କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କର ଚିକିତ୍ସା ପୋଲିସ କରିନଥିଲା ବୋଲି ଅଭିଯୋଗ କରିଛନ୍ତି  ଜିଆଉଦ୍ଦିନ ଅହମ୍ମଦ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

By

Published : Apr 14, 2019, 10:26 AM IST

ଫୁଲବାଣୀ: ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ରାଜ୍ୟରେ ରାଜନୈତିକ ପାଗ ସେତେ ଉତ୍ତପ୍ତ ହେବାରେ ଲାଗିଛି। ଏହା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗତ ଦୁଇଦିନ ତଳେ କନ୍ଧମାଳ ତୁମୁଡିବନ୍ଧର ଲାବଣ୍ୟ ନଗର ଠାରେ ଜଣେ ସୂଚନା ଅଧିକାର କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।

ଭିଡିଓ ସୌଜନ୍ୟ ସମ୍ବାଦଦାତା, କନ୍ଧମାଳ

ସୂଚନା ଅଧିକାର କର୍ମୀ ଜିଆଉଦ୍ଦିନ ଅହମ୍ମଦ ଲାବଣ୍ୟ ନଗର ଠାରେ ସାଧାରଣ ଲୋକଙ୍କୁ ସଚେତନତା ପତ୍ର ବାଣ୍ଟୁଥିଲେ , ଏହାକୁ ବିରୋଧ କରି ତାଙ୍କ ଉପରେ କିଛି ଯୁବକ ଅତର୍କିତ ଆକ୍ରମଣ କରିଥିଲେ । ଆକ୍ରମଣ ଘଟଣାରେ ନିଜେ ଜିଆଉଦ୍ଦିନ ଅହମ୍ମଦ ତୁମୁଡିବନ୍ଧ ଥାନାରେ ଅଭିଯୋଗ କରି ଦର୍ଶାଇଛନ୍ତି ଯେ ସେ କନ୍ଧମାଳର ବିଜେଡି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ପ୍ରଚାର ପତ୍ର ବାଣ୍ଟୁଥିଲେ ଏଥିରେ ଉତ୍ତକ୍ଷିପ୍ତ ହୋଇ ଅଚ୍ୟୁତଙ୍କ ଲୋକ ତାଙ୍କ ଉପରେ ଆକ୍ରମଣ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ଗତ ଶୁକ୍ରବାର ଦିନ ଏପରି ଆକ୍ରମଣ ହୋଇଥିବା ବେଳେ ଷ୍ଟାଟିକ ସର୍ଭେଲାନ୍ସ ଟିମ୍ ତାଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କର ଚିକିତ୍ସା ପୋଲିସ କରିନଥିଲା ବୋଲି ଅଭିଯୋଗ କରିଛନ୍ତି ଜିଆଉଦ୍ଦିନ ଅହମ୍ମଦ। ସେପଟେ ଜଣେ 60 ବର୍ଷୀୟ ବୃଦ୍ଧଙ୍କୁ ଏପରି ଅମାନବୀୟ ଆକ୍ରମଣକୁ ନିନ୍ଦା କରିବା ସହ ଆକ୍ରମଣକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ରାଜ୍ୟ ସୂଚନା ଅଧିକାର ଅଭିଯାନର ମୁଖ୍ୟ ପ୍ରଦୀପ ପ୍ରଧାନ ।

କନ୍ଧମାଳରୁ ସଦାସିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details