ମାଲକାନଗିରି: କାଲିମେଳା ବ୍ଲକ୍ ଅନ୍ତର୍ଗତ ଏମପିଭି-65 ଗ୍ରାମର 254 ନମ୍ବର ବୁଥରେ ଗୁରୁବାର ହେଉଛି ସାନି ମତଦାନ। ଗତ 11 ତାରିଖରେ ହୋଇଥିବା ମତଦାନ ସମୟରେ ଏଠାରେ ଦେଖା ଦେଇଥିଲା ନିର୍ବାଚନୀ ହିଂସା। ଏକ ନିର୍ଦ୍ଧିଷ୍ଟ ଦଳକୁ ଲୋକଙ୍କ ଭୋଟ ଯାଉଥିବା ନେଇ ଅଭିଯୋଗ ହୋଇଥିଲା।
ଇଭିଏମ୍ ତ୍ରୁଟି ପାଇଁ ମାଲକାନଗିରିରେ ସାନି ନିର୍ବାଚନ - kondhamala
ମାଲକାନଗିରି ଜିଲ୍ଲାରେ କାଲିମେଳା ବ୍ଲକ ଅନ୍ତର୍ଗତ ଏମପିଭି-65 ଗ୍ରାମର 254 ନମ୍ବର ବୁଥରେ ସାନି ମତଦାନ ହେଉଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
ଗାଁର 823 ଜଣ ଭୋଟର ମତଦାନ କେନ୍ଦ୍ରକୁ ପହଞ୍ଚି ଥିବାବେଳେ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସକାଳ 7ରୁ ଆରମ୍ଭ ହୋଇଥିବା ଭୋଟ ଗ୍ରହଣ ଅପରାହ୍ଣ 4ଟାରେ ଶେଷ ହେବ। ଜିଲ୍ଲାର ପ୍ରାୟ ସମସ୍ତ ନିର୍ବାଚନ ଅଧିକାରୀ ସେଠାରେ ଉପସ୍ଥିତ ରହିବା ସହ ପରିସ୍ଥିତି ଉପରେ ନଜର ରଖିଛନ୍ତି।
ମାଲକାନାଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ
Last Updated : Apr 18, 2019, 3:34 PM IST