କେନ୍ଦ୍ରାପଡା: ସରଗରମ ପାଟକୁରା ରାଜନୀତି । ନିର୍ବାଚନ ପାଇଁ ଜୋର ଧରିଛି ପ୍ରଚାର । ଆଉ ବିଜେପି ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।
ଏନେଇ ଆଜି(ବୁଧବାର) ପାଟକୁରା ନିର୍ବାଚନ ମଣ୍ଡଳୀର ଡେରାବିଶ୍ ବ୍ଲକରେ ବିଜେଡି ନିଜର ବିଧାୟକଙ୍କୁ ଧରି ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ପ୍ରଚାର କରିଥିବା ବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ।
କେନ୍ଦ୍ରମନ୍ତ୍ରୀ ଷଡଙ୍ଗୀ ପ୍ରଥମେ ଡେରାବିଶ୍ ବ୍ଲକ ଏଣ୍ଡର ପଞ୍ଚାୟତ ପଞ୍ଚୁପାଣ୍ଡଵ ଛକ ନିକଟରେ ପହଁଞ୍ଚିବା ପରେ ସେଠାରେ ତାଙ୍କୁ ଦଳୀୟ କର୍ମୀ ଓ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ଠାକୁର ଦର୍ଶନ କରି ଏଣ୍ଡର,ତିଲଙ୍ଗ,ନରସିଂହପୁର, ବାଲିଆ,ଡେରାବିଶ୍,ଛତା ସମେତ ଛଅଟି ପଞ୍ଚାୟତରେ ଦଳୀୟ ପ୍ରାର୍ଥୀ ବିଜୟଙ୍କ ପାଇଁ ପ୍ରଚାର କରିଥିଲେ ପ୍ରତାପ ।